କୋଭିଡ କଟକଣାକୁ ଫୁ’, ମନ୍ଦିରରେ ଧସେଇ ପଶିଲେ ଶ୍ରଦ୍ଧାଳୁ

ଭୋଗରାଇ,୧୫।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ପ୍ରଶାସନର କୋଭିଡ କଟକଣାକୁ ଫୁ’ କରି ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମନ୍ଦିରରେ ଧସେଇ ପଶିଛନ୍ତି ଶ୍ରଦ୍ଧାଳୁ। ଚୈତ୍ରମାସର ପ୍ରଥମ ସୋମବାରରେ ଅସଂଖ୍ୟ ଶ୍ରଦ୍ଧାଳୁ ଦୂରଦୂରାନ୍ତରୁ ଆସି ହୁଗୁଳି ଗ୍ରାମର ଜଳଯନ୍ତ୍ର ଦେବତାଙ୍କ ଗର୍ତ୍ତଗର୍ଭରେ ଭକ୍ତି ନୈବେଦ୍ୟ ସହ ଶଙ୍କରଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ଲକ୍ଷାଧିକ ଭକ୍ତଙ୍କ ଯୋଗୁ ୧ କିଲୋମିଟର ପର୍ଯ୍ୟନ୍ତ ଯାନବାହନର ଲମ୍ବା ଲାଇନ ଲାଗିଥିବାରୁ ପୋଲିସକୁ ନାକେଦମ ହେବାକୁ ପଡ଼ିଛି।