ବେତନଟୀ, ୧୮।୧୧(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୋମବାର ମୁକ୍ତାପୁର ଅଞ୍ଚଳର ଜଣେ ଗର୍ଭବତୀ ମହିଳା ଏକ ଅଦ୍ଭୁତ ଶିଶୁ ଜନ୍ମ ଦେଇଛନ୍ତି। ଶିଶୁର ନାକ ନ ଥିବା ବେଳେ ଗୋଟିଏ ଜଗାରେ ଦୁଇଟି ଆଖି ରହିଛି। ଶିଶୁଟି ମୃତ ଅବସ୍ଥାରେ ଜନ୍ମଗ୍ରହଣ କରିଥିବା ନେଇ ବିଭାଗୀୟ ଡାକ୍ତର ସିପୁନ ପଣ୍ଡା ସୂଚନା ଦେଇଛନ୍ତି। ଏଭଳି ଅଦ୍ଭୁତ ଶିଶୁ ଜନ୍ମଗ୍ରହଣ ବେତନଟୀ ଡାକ୍ତରଖାନାରେ ପ୍ରଥମ। ଜେନେଟିକ ସମସ୍ୟା ଯୋଗୁ ଶରୀର ଗଠନରେ ଅସୁବିଧା ହୋଇ ଏଭଳି ସମସ୍ୟା ହୋଇଥିବା ଡାକ୍ତର ପଣ୍ଡା କହିଛନ୍ତି।