ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା: ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ ତଦନ୍ତ

ସୋରଡ଼ା,୨୧ା୧(ଡି.ଏନ୍‌.ଏ.)- ବଡ଼ଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟାର ପ୍ରତିକାର ନେଇ ସରପଞ୍ଚ ସାରଦା ସବର ଜିଲା ସିଡିଏମ୍‌ଓଙ୍କ ପାଖକୁ ଏକ ଅଭିଯୋଗ ପତ୍ର ଲେଖିଥିଲେ। ସିଡିଏମ୍‌ଓଙ୍କ ନିର୍ଦ୍ଦେଶରେ ବ୍ରହ୍ମପୁର ସିଟି ମେଡିକାଲର ସୁପରିଟେଣ୍ଡେଣ୍ଟ ବିସମ୍ବର ବେହେରା ବୁଧବାର ଉକ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚତ୍ ତଦନ୍ତ କରିଛନ୍ତି। ବଡଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ୧୬ ଗ୍ରାମପଞ୍ଚାୟତର ହଜାର ହଜାର ଜନସାଧାରଣ ନିର୍ଭର କରୁଛନ୍ତି, କିନ୍ତୁ ସରକାରଙ୍କ ସମସ୍ତ ସୁବିଧା ଥାଇ ମଧ୍ୟ ଉପଯୁକ୍ତ ସେବା ପାଇ ପାରୁନାହାନ୍ତି। ଉକ୍ତ ମେଡିକାଲରେ ଆବଶ୍ୟକ ଡାକ୍ତର ନ ରହିବା, ଗର୍ଭବତୀ ଓ ପ୍ରସୂତିମାନେ ସେବା ନ ପାଇବା, ଏଲୋପାଥିକ ସୁବିଧା ୨୪ ଘଣ୍ଟିଆ ରଖିବା, ସ୍ଥାୟୀ ଡାକ୍ତର ନିଯୁକ୍ତି କରିବା ଆଦି ଦାବି ନେଇ ସରପଞ୍ଚ ପତ୍ର ଲେଖିଥିଲେ। ଏହାକୁ ଅଧାର କରି ତଦନ୍ତ ରିପୋର୍ଟ ସିଡିଏମ୍‌ଓଙ୍କୁ ଦିଆଯିବ ବୋଲି ତଦନ୍ତକାରୀ ଅଧିକାରୀ ଯୋଗାଯୋଗରେ କହିଥିଲେ। ଏହି ସମୟରେ ବଡଗଡ ଗ୍ରାମବାସୀଙ୍କ ତରଫରୁ ଉକ୍ତ ସମସ୍ୟାର ସମାଧାନ ପାଇଁ ତଦନ୍ତ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

Share