ସ୍ମାର୍ଟ ବିଦ୍ୟାଳୟରେ ବି ଅବ୍ୟବସ୍ଥା

ନୂଆଗାଁ,୨୮।୧୧(ଡି.ଏନ୍‌.ଏ.): ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା ସହିତ ସ୍କୁଲ ଢାଞ୍ଚାର ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି। ଏଥିପାଇଁ ବିଭିନ୍ନ ଅଞ୍ଚଳରେ ଥିବା ପୁରାତନ ସ୍କୁଲକୁ ନୂଆ ରୂପ ଦିଆଯାଇ ସ୍ମାର୍ଟ ବିଦ୍ୟାଳୟରେ ପରିଣତ କରାଯାଉଛି। ସେହି ସ୍କୁଲକୁ ରୂପାନ୍ତରଣ ସ୍କୁଲ ବୋଲି କୁହାଯାଉଛି। ଏଥିପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ କରାଯାଉଛି। ହେଲେ ଅଧିକାଂଶ ରୂପାନ୍ତରଣ ସ୍କୁଲରେ ଆବଶ୍ୟକ ଭିତ୍ତିଭୂମିର ଅଭାବ ରହିଥିବା ଅଭିଯୋଗ ହେଉଛି। ନୂଆଗାଁ ବ୍ଲକ ଚାହାଲି ପଞ୍ଚାୟତ ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲରେ ରୂପାନ୍ତରଣ କରାଯାଇଛି। ହେଲେ ସେହି ସ୍କୁଲରେ ଶ୍ରେଣୀଗୃହର ଅଭାବ ରହିଥିବା ବେଳେ ଆବଶ୍ୟକ ଶିକ୍ଷୟିତ୍ରୀ, ଶିକ୍ଷକ ନାହାନ୍ତି। ଅତିଥି ଶିକ୍ଷକମାନଙ୍କ ଦ୍ୱାରା ଶିକ୍ଷାଦାନ ଚାଲିଛି। ଏପରି କି ନୂତନ ଭାବେ ତିଆରି କରାଯାଇଥିବା ଉଦ୍ୟାନ ପାଇଁ ପାଣିର ଅଭାବ ରହିଥିବା ଅଭିଯୋଗ ହୋଇଛି।

୧୯୭୨ରେ ପ୍ରତିଷ୍ଠିତ ଚାହାଳି ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲ କରିବା ପାଇଁ ୬୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ସେହି ଅର୍ଥ ବ୍ୟୟରେ ସ୍ମାର୍ଟ ଶ୍ରେଣୀଗୃହ, ଅତ୍ୟାଧୁନିକ ବିଜ୍ଞାନାଗାର, ଇ-ପାଠାଗାର, ଆଧୁନିକ ଶୌଚାଳୟ,ସ୍କୁଲ ପରିସରରେ ଉଦ୍ୟାନ, ଫୁଲ ବଗିଚା, ଆକୃଷ୍ଟ କଲାଭଳି ରଙ୍ଗବେରଙ୍ଗରେ ସ୍କୁଲକୁ ସଜ୍ଜା ଯାଇଛି। କିନ୍ତୁ ପ୍ରଥମରୁ ଦଶମ ଶ୍ରେଣୀଯାଏ ମୋଟ ୩୪୦ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିଲେ ମଧ୍ୟ ଉକ୍ତ ସ୍କୁଲରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନାହାନ୍ତି। ଅନ୍ୟ ଜଣେ ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଦାୟିତ୍ୱରେ ରଖାଯାଇଛି । ସେହିପରି ଅତ୍ୟାଧୁନିକ ବିଜ୍ଞାନାଗାର ନିର୍ମାଣ ହୋଇଥିବା ବେଳେ ବିଜ୍ଞାନ ଶିକ୍ଷକ ନାହାନ୍ତି। ବିଜ୍ଞାନାଗାରକୁ ଅତ୍ୟାଧୁନିକ ଗବେଷଣା ସାମଗ୍ରୀ ଯୋଗାଇ ଦିଆଯାଇନାହିଁ। ହିନ୍ଦୀ କିମ୍ବା ସଂସ୍କୃତ ଶିକ୍ଷକ ମଧ୍ୟ ନାହାନ୍ତି। ତେଣୁ ସେମାନଙ୍କ ସ୍ଥାନରେ ପାଠ ପଢ଼ାଇବା ପାଇଁ ଦୁଇଜଣ ଅତିଥି ଶିକ୍ଷକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଅତ୍ୟାଧୁନିକ ଜ୍ଞାନକୌଶଳରେ କମ୍ପ୍ୟୁଟର ଲ୍ୟାବ୍‌ ନିର୍ମାଣ କରାଯାଇଥିଲେ ମଧ୍ୟ କମ୍ପ୍ୟୁଟର ଯୋଗାଇ ଦିଆଯାଇନାହିଁ । ୭ ବର୍ଷ ତଳେ ସ୍କୁଲକୁ ଆସିଥିବା କମ୍ପ୍ୟୁଟରଗୁଡ଼ିକ ଶିକ୍ଷକ ଅଭାବରୁ ଅଚଳ ହୋଇପଡିଛି । ପୂର୍ବରୁ ନିର୍ମାଣ ହୋଇଥିବା ଗୃହ ବିଜ୍ଞାନାଗାର, ଇ-ଲାଇବ୍ରେରୀ, କମ୍ପ୍ୟୁଟର ପ୍ରକୋଷ୍ଠ ସାଜିଥିବାରୁ ୨ ଶ୍ରେଣୀ ଗୃହ, ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀ ଶିକ୍ଷକ ବସିବା ପାଇଁ କମନ ରୁମ୍‌ର ଅଭାବ ସୃଷ୍ଟି ହୋଇଛି। ସ୍କୁଲ ପରିସରରେ ଉଦ୍ୟାନ ସୃଷ୍ଟି କରାଯାଇଥିବା ବେଳେ ସେଥିପାଇଁ ପର୍ଯ୍ୟାପ୍ତ ପରିମାଣ ପାଣିର ଆବଶ୍ୟକତା ରହିଛି। କିନ୍ତୁ ପୂର୍ବରୁ ରହିଥିବା ପାଣିର ଉତ୍ସଟି ଖରାଦିନେ ଶୁଖିଯାଉଛି। ଉଦ୍ୟାନରେ କିଭଳି ପାଣି ଦିଆଯିବ ସେ ନେଇ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ଚିନ୍ତା ବଢ଼ିଛି । ଏ ସଂକ୍ରାନ୍ତରେ ନୂଆଗାଁ ବ୍ଲକ ଶିକ୍ଷାଧିକାରୀ ପ୍ରସନ୍ନ କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ସଂକ୍ରାନ୍ତରେ ଆମେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛୁ। ଧୀରେ ଧୀରେ ସବୁ ଅସୁବିଧା ଦୂର କରିବାକୁ ଚେଷ୍ଟା କରାଯିବ। ଏଣେ ନୂଆଗାଁ ବିଡିଓ ପ୍ରମୋଦ କୁମାର ନାୟକଙ୍କୁ ଏ ନେଇ ପ୍ରଶ୍ନ କରିବାରୁ ଆମ ହାତରେ କିଛି ନାହିଁ କହି ଅଭିଯୋଗକୁ ଏଡ଼ାଇ ଯାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri