‘ରହିଛି ପାର୍ଥକ୍ୟ’, ଓଡ଼ିଶା ସିଭିଲ ସର୍ଭିସ୍‌ ପେନ୍‌ସନ ରୁଲ୍‌ ଉପରେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ

ନୂଆଦିଲ୍ଲୀ,୨୩ା୨: ଓଡ଼ିଶା ସିଭିଲ୍‌ ସର୍ଭିସେସ୍‌ (ପେନ୍‌ସନ) ନିୟମାବଳୀ, ୧୯୯୨ ଅନୁଯାୟୀ ଓ୍ବାର୍କଚାର୍ଜଡ କର୍ମଚାରୀ ଏବଂ ଠିକା କର୍ମଚାରୀଙ୍କ ମଧ୍ୟରେ ସ୍ପଷ୍ଟ ପାର୍ଥକ୍ୟ ରହିଥିବା ସୁପ୍ରିମକୋର୍ଟ କହିଛନ୍ତି। ଓଡ଼ିଶା ହାଇକୋର୍ଟ ଏକ ରିଟ୍‌ ପଟିଶନକୁ ଖାରଜ କରିଦେଇଥିବାବେଳେ ଏହାକୁ ଚ୍ୟାଲେଞ୍ଜ କରି ଓଡ଼ିଶା ସରକାର ଦାଏର କରିଥିବା କେତେଗୁଡ଼ିଏ ସିଭିଲ୍‌ ଅପିଲ୍‌କୁ ସୁପ୍ରିମକୋର୍ଟ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି। ରିଟ୍‌ ପିଟିଶନ ଦାଏରରେ ଅହେତୁକ ବିଳମ୍ବ ପାଇଁ ହାଇକୋର୍ଟ ରିଟ୍‌ ଅପିଲ୍‌କୁ ଖାରଜ କରିଦେଇଥିଲେ। ଜଷ୍ଟିସ୍‌ ସୁଧାଂଶୁ ଧୂଲିଆ ଏବଂ ଅହସନୁଦ୍ଦିନ ଅମନୁଲ୍ଲାଙ୍କ ଖଣ୍ଡପୀଠ କହିଛନ୍ତି, ଓଡ଼ିଶା ପେନ୍‌ସନ ନିୟମାବଳୀ, ୧୯୯୨ର ରୁଲ୍ସ ୩ ଏବଂ ରୁଲ୍ସ ୬କୁ ଅବଲୋକନ କଲେ ପାର୍ଥକ୍ୟ ସ୍ପଷ୍ଟ ହୋଇଥାଏ। ସେଥିରେ ଉଲ୍ଲେଖ ରହିଛି ଓ୍ବାର୍କଚାର୍ଜଡ କର୍ମଚାରୀମାନେ ବିନା ଅବରୋଧରେ ୫ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ସମୟ ପାଇଁ କାର୍ଯ୍ୟ କରିଥାନ୍ତି। ପରେ ସେମାନେ ଏକ ପେନ୍‌ସନଯୋଗ୍ୟ ପ୍ରତିଷ୍ଠାନରେ ସମାନ କିମ୍ବା ଭିନ୍ନ ପଦବୀରେ ସାମୟିକ କିମ୍ବା

ସ୍ଥାୟୀ ଭାବେ ନିଯୁକ୍ତ ହୋଇପାରିଥାନ୍ତି। ଓଡ଼ିଶା ପେନ୍‌ସନ ନିୟମାବଳୀ, ୧୯୯୨ ଅନୁଯାୟୀ, ଓ୍ବାର୍କଚାର୍ଜଡ ଭାବେ ସେମାନଙ୍କର ଚାକିରି କାଳ ପେନ୍‌ସନ ପାଇଁ ଯୋଗ୍ୟ। ଖଣ୍ଡପୀଠ ଆହୁରି କହିଛନ୍ତି, ଓ୍ବାର୍କଚାର୍ଜଡ କର୍ମଚାରୀମାନେ ଓଡ଼ିଶା ଓ୍ବାର୍କଚାର୍ଜଡ ଏମ୍ପ୍ଲୟିଜ୍‌ (ଆପଏଣ୍ଟମେଣ୍ଟ ଆଣ୍ଡ କଣ୍ଡିଶନ୍ସ ଅଫ୍‌ ସର୍ଭିସ୍‌) ନିର୍ଦ୍ଦେଶନାମା, ୧୯୭୪ ଅନୁଯାୟୀ ପରିଚାଳିତ ହୋଇଥାନ୍ତି। ଏହି ନିର୍ଦ୍ଦେଶନାମା ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଜାରି କରିଥାଏ, ଯାହା ଏଭଳି ଓ୍ବାର୍କଚାର୍ଜଡ୍‌ ପ୍ରତିଷ୍ଠାନର ସଂଜ୍ଞା ନିରୂପଣ କରିଥାଏ।
ଓଡ଼ିଶା ସରକାରରେ ନିୟମିତ କର୍ମଚାରୀମାନେ ରାଜ୍ୟର ବିଭିନ୍ନ ବିଭାଗରେ ମଞ୍ଜୁରିପ୍ରାପ୍ତ ପଦବୀରେ କାର୍ଯ୍ୟ କରିଥାନ୍ତି। ଏହା ବ୍ୟତୀତ ବହୁସଂଖ୍ୟାରେ କର୍ମଚାରୀ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରିଥାନ୍ତି। ସେମାନେ ମୁଖ୍ୟତଃ ସର୍ଭେ ଏବଂ ଜମିଜମା ନକ୍ସା ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ନିଯୁକ୍ତ ହୋଇଥାନ୍ତି। ସେମାନଙ୍କ ଚାକିରି ପେନ୍‌ସନଯୋଗ୍ୟ ସର୍ଭିସ ନୁହେଁ। ଏପରିକି ସେମାନେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଠିକା କର୍ମଚାରୀ ଭାବେ ରହିଲେ ମଧ୍ୟ ସେମାନଙ୍କୁ ପେନ୍‌ସନ ସୁବିଧା ପାଇଁ ଗଣାଯାଇ ନ ଥାଏ ଓ ଅବସର ପରେ ସେମାନେ କୌଣସି ପେନ୍‌ସନ ପାଇ ନ ଥାନ୍ତି।

୧୯୯୨ରେ ଖଣ୍ଡପୀଠ ଏଭଳି ଏକ ମାମଲାର ବିଚାର କରିଥିଲେ। ଠିକା କର୍ମଚାରୀଙ୍କୁ ପେନ୍‌ସନ ଦିଆ ନ ଯିବା ଏକ ଅନୁଚିତ କାର୍ଯ୍ୟ ଏବଂ ସମ୍ବିଧାନର ଅନୁଚ୍ଛେଦ ୧୪ର ଉଲ୍ଲଂଘନ ବୋଲି ହାଇକୋର୍ଟ ବିବେଚନା କରିଥିଲେ। ଅଧିକାଂଶ ଠିକା କର୍ମଚାରୀ ପରବର୍ତ୍ତୀ ସମୟରେ ନିୟମିତ ହେଉଥିଲେ ମଧ୍ୟ ତାହା କାର୍ଯ୍ୟକାଳ ଶେଷ ବେଳକୁ ହୋଇଥାଏ। ତେଣୁ କର୍ମଚାରୀ ପେନ୍‌ସନଯୋଗ୍ୟ ଚାକିରି ପାଇଁ ବାଧ୍ୟତାମୂଳକ ୧୦ ବର୍ଷ କାର୍ଯ୍ୟକାଳ ପୂରଣ କରିପାରି ନ ଥାନ୍ତି। ତେଣୁ ଠିକା କର୍ମଚାରୀ ଅବସର ନେବା ପୂର୍ବରୁ ନିୟମିତ ହେଉଥିଲେ ମଧ୍ୟ ପେନ୍‌ସନ ପାଇବାକୁ ଯୋଗ୍ୟ ବିବେଚିତ ହୋଇ ନଥାନ୍ତି। ପରବର୍ତ୍ତୀ ସମୟରେ ୧୯୯୭ରେ ଓଡ଼ିଶା ସରକାର ଅଫିସ୍‌ ମେମୋରାଣ୍ଡମ୍‌ ପ୍ରକାଶ କରିଥିଲେ, ଯେଉଁଥିରେ ହାଇକୋର୍ଟ ଯାହା କହିଥିଲେ, ତାହା ଦୋହରାଯାଇଥିଲା। ହାଇକୋର୍ଟଙ୍କ ରାୟ, ପରବର୍ତ୍ତୀ ସମୟରେ ସରକାରଙ୍କ ସର୍କୁଲାର ଏବଂ ନିୟମାବଳୀରେ ସଂଶୋଧନ ଯୋଗୁ ପୂର୍ବରୁ ଠିକାରେ ନିଯୁକ୍ତ କର୍ମଚାରୀମାନଙ୍କୁ ପେନ୍‌ସନ ସୁବିଧା ମିଳିଥିଲା। ତେବେ କେବଳ ସେମାନଙ୍କ ଜବ୍‌ କଣ୍ଟ୍ରାକ୍ଟର ସେବା ସମୟକୁ ପେନ୍‌ସନ ପାଇଁ ହିସାବ କରାଯାଉଥିବାରୁ ତାହା ପେନ୍‌ସନ ପାଇବା ପାଇଁ ଯଥେଷ୍ଟ ନ ଥିଲା। କର୍ମଚାରୀଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟକାଳକୁ ହିସାବକୁ ନେବା ପରେ ଜଣିକିଆ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। ଏହା ବିରୋଧରେ ରାଜ୍ୟ ସରକାର ରିଟ୍‌ ଅପିଲ୍‌ କରିଥିଲେ ମଧ୍ୟ ବହୁ ବିଳମ୍ବରେ ଦାଏର ହୋଇଥିବାରୁ ହାଇକୋର୍ଟ ଏହାକୁ ଖାରଜ କରିଦେଇଥିଲେ। ଫଳରେ ମାମଲା ସୁପ୍ରିମକୋର୍ଟ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri