ଟନେଲ୍‌ କାମ ବନ୍ଦ କଲେ ବିସ୍ଥାପିତ ପରିବାର

ଆର.ଉଦୟଗିରି,୧୪ା୬(ମନୋଜ ପାଢ଼ୀ): ଆର୍‌.ଉଦୟଗିରି ବ୍ଲକ ଛେଳିଗଡ଼ ଜଳସେଚନ ପ୍ରକଳ୍ପରେ ବିସ୍ଥାପିତ ପରିବାର ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କୁ ଭେଟି ୨୦ଟି ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଇତିମଧ୍ୟରେ ୨୪ଘଣ୍ଟା ନବିତିଣୁ ମଙ୍ଗଳବାର ବିସ୍ଥାପିତ ପରିବାର ଟନେଲ କାମ ବନ୍ଦ କରିଥିଲେ। ଏଥିରେ ତିତାଗାଁ, ସୁଗୁବା ଏବଂ ଆଉ କିଛି ଗ୍ରାମବାସୀ ସାମିଲ ହୋଇଥିଲେ। ଏ ନେଇ ଅଧୀକ୍ଷଣ ଯନ୍ତ୍ରୀ ବିରେନ୍ଦ୍ର କୁମାର ଜଗତ ଓ ସହକାରୀ ଯନ୍ତ୍ରୀ ଆଦିକନ୍ଦ ନାୟକ ଆର.ଉଦୟଗିରି ଥାନାରେ ଏତଲା ଦେଇଥିଲେ। ସନ୍ଧ୍ୟାରେ ସ୍ଥାନୀୟ ଥାନା ପରିସରରେ ବିସ୍ଥାପିତ ପରିବାରଙ୍କ ସହ ଥାନା ଅଧିକାରୀଙ୍କ ଆଲୋଚନା ହୋଇଥିଲା। ସେମାନେ ପୁଣି ୨୦ ଦାବି ପୂନର୍ବାର ଉପସ୍ଥାପନ କରିଥିଲେ। ସେମାନଙ୍କର ଦାବି ଅନୁଯାୟୀ ୨୦୨୨ ଜାନୁଆରୀ ୧ ତାରିଖ ସୁଦ୍ଧା ୧୮ ବର୍ଷରେ ପହଞ୍ଚି ଥିବା ସମସ୍ତ ବ୍ୟକ୍ତିଙ୍କୁ ସ୍ବତନ୍ତ୍ର ଡିପି ଭାବେ ଗଣନା କରାଯିବା ସକାଶେ ନିବେଦନ କରାଯାଇଛି। ତେବେ କାମରେ ଆଉ ବାଧା ସୃଷ୍ଟି ନ କରିବାକୁ ଥାନାଧିକାରୀ ସେମାନଙ୍କୁ ପରାମର୍ଶ ଦେଇଛନ୍ତି।