କଟକ ଅଫିସ,୧୧।୧୦: ଅଭିନେତ୍ରୀ ବର୍ଷା ପ୍ରୟଦର୍ଶିନୀ ଅଭିନେତା ତଥା ଏମ୍ପି ଅନୁଭବ ମହାନ୍ତି ମଙ୍ଗଳବାର ପରିବାର ଅଦାଲତରେ ହଜାର ହୋଇଛନ୍ତି । ହେଲେ ବର୍ଷାଙ୍କୁ ପ୍ରତିପକ୍ଷ ଓକିଲ ଆଜି ଜେରା କରିପାରିନାହାନ୍ତି, ବରଂ ତାଙ୍କ ପକ୍ଷରୁ ଦାଏର ହୋଇଥିବା ଏକ ପିଟିସନ ଉପରେ କୋର୍ଟ ଶୁଣାଣି କରନ୍ତୁ ବୋଲି ବର୍ଷାଙ୍କ ତରଫରୁ ହୋଇଥି ଆବେଦନକୁ ପରିବାର ଅଦାଲତ ଅଗ୍ରାହ୍ୟ କରିଦେଇଛନ୍ତି । ଆସନ୍ତା ତାରିଖ ସୁଦ୍ଧା ଅନୁଭବଙ୍କୁ ସମସ୍ତ ଦସ୍ତାବିଜ ଦେବାଲାଗି ବର୍ଷାଙ୍କୁ ନିର୍ଦ୍ଦେଶ କୋର୍ଟ ଦେଇଛନ୍ତି ।
ପୂର୍ବ ନିର୍ଦ୍ଦେଶ ମୁତାବକ ମଙ୍ଗଳବାର ବର୍ଷାଙ୍କୁ ଜେରା କରାଯାଇଥାନ୍ତା । ମାତ୍ର ସାକ୍ଷୀ ତାଲିକା ସମେତ ଆହୁରି ଅନେକ ଆବଶ୍ୟକୀୟ ଦସ୍ତାବିଜ ଅନୁଭବଙ୍କୁ ଦେବାଲାଗି ପୂର୍ବରୁ ଫାମିଲି କୋର୍ଟ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯାହା ଆଜିସୁଦ୍ଧା କାର୍ଯ୍ୟକାରୀ ନହେବାରୁ କୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ଆସନ୍ତା ୧୭ ସୁଦ୍ଧା ସମସ୍ତ ଆବଶ୍ୟକୀୟ ଦସ୍ତାବିଜ ଅନୁଭବଙ୍କୁ ଦେବାଲାଗି ବର୍ଷାଙ୍କୁ ପୁଣି ନିର୍ଦ୍ଦେଶ ହୋଇଛି । ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆଜି ଦିନ ଧାର୍ଯ୍ୟ ହୋଇଛି।
Posted inଆମ ଜିଲା ଖବର, କଟକ, ରାଜ୍ୟ