ପରିବେଶ ପାଇଁ କ୍ଷତିକାରକ ଡିସପୋଜେବଲ ଇ-ସିଗାରେଟ: ଆମେରିକାରେ ପ୍ରତି ମାସରେ ବିକ୍ରି ହେଉଛି ୧.୧୯କୋଟି ଇ-ସିଗାରେଟ

ସାରା ବିଶ୍ୱରେ ଡିସପୋଜେବଲ ଇ-ସିଗାରେଟ ଏବଂ ଇଲେକ୍ଟ୍ରିକ ଭେପ ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହି ଇ-ବର୍ଜ୍ୟବସ୍ତୁ ସାରା ଦେଶରେ ଚିନ୍ତା ବଢାଇଛି। ଏହି ଇ-ସିଗାରେଟକୁ କେବଳ ଥରେ ବ୍ୟବହାର କରିହେବ ତେଣୁ ସବୁଆଡେ ଏହାର ବହୁଳ ବ୍ୟବହାର ଦେଖାଯାଉଛି।

ଆମେରିକାର ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ଫ୍ରେବେଶନର ସହଯୋଗୀ ସିଡିଏସ ଫାଉଣ୍ଡେସନର ଏକ ରିପୋର୍ଟ ଅନୁଯାୟୀ, ଆମେରିକାରେ ପ୍ରତି ମାସରେ ପ୍ରାୟ ୧.୧୯ କୋଟି ଡିସପୋଜେବଲ ଇ-ସିଗାରେଟ ବିକ୍ରି ହୋଇଥାଏ। ମାର୍ଚ୍ଚ ୨୦୨୩ରେ ବିକ୍ରି ହୋଇଥିବା ଇ-ସିଗାରେଟର ଅଧାରୁ ଅଧିକ ଅର୍ଥାତ୍‌ ପ୍ରାୟ ୫୩ଶତକଡା ଡିସପୋଜେବଲ ଇ-ସିଗାରେଟ ଥିଲା। ମାତ୍ର ଗ୍ଲୋବାଲୋଜି ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ ୨୦୨୨ ମସିହାରେ କେବଳ ୮ଶତକଡା ଇ-ସିଗାରେଟ ରିସାଇକେଲ ହୋଇ ପାରିଥିଲା।

ପରିବେଶ ପ୍ରେମୀମାନେ ଏହା ଉପରେ କଠୋର ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ଆମେରିକାର ପିଆଇଆରଜି ଶିକ୍ଷା ପାଣ୍ଠିର ରିପୋର୍ଟ ଅନୁଯାୟୀ, ଆମେରିକାରେ ଗୋଟିଏ ବର୍ଷରେ ବିକ୍ରି ହେଉଥିବା ଡିସପୋଜେବଲ ଭାପଗୁଡିକୁ ଗୋଟିଏ ଲମ୍ବା ଧାଡିରେ ରଖିଲେ ଏହାର ଲମ୍ବ ୧୧,୨୬୫ କିଲୋମିଟର ହେବ। ଯାହା ଆମେରିକୀୟ ମାଳଦ୍ୱୀପର ଦୁଇଗୁଣ ହେବ।

ଏପରି ଗଢଣ ଯୋଗୁ ଇ-ସିଗାରେଟକୁ ଡିସପୋଜ କରିବା କଷ୍ଟକର ହୋଇପଡେ। କାରଣ ଏହାର ଗୋଟିଏ ଅଂଶ ପ୍ଲାଷ୍ଟିକ୍‌ରେ ଗଠିତ। ଯେଉଁଥିରେ ପ୍ଲାଷ୍ଟିକ ଇଲେକ୍ଟ୍ରିକ ସର୍କିଟ ଏବଂ ଲିଥିୟମ ବ୍ୟାଟେରୀ ରହିଛି। ଏଥିରେ ଥିବା ନିକୋଟିନ ବିପଜ୍ଜନକ ବର୍ଜ୍ୟବସ୍ତୁର ଶ୍ରେଣୀଭୁକ୍ତ ହୋଇଥାଏ। ତେଣୁ ଏହାନୁ ପୁନଃ ବ୍ୟବହାର କରାଯାଇ ପାରିବ ନାହିଁ।

କାଲିଫର୍ନିଆ ଏବଂ ନ୍ୟୁୟର୍କର ଅନେକ ଆଇନଜୀବୀ ଇ-ସିଗାରେଟ ବିକ୍ରିକୁ ନିୟନ୍ତ୍ରଣ କରିବା ପାଇଁ ବିଲ୍‌ ଆଗତ କରିଛନ୍ତି। ଟ୍ରୁଥ ଇନିସିଏଟିଭ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ୫୧% ଲୋକ ଇ-ସିଗାରେଟ ବ୍ୟବହାର କରିବା ପରେ ସାଧାରଣ ବର୍ଜ୍ୟବସ୍ତୁରେ ଏହାକୁ ଫିଙ୍ଗି ଦିଅନ୍ତିି।

ଇ-ସିଗାରେଟ ବେଆଇନ ଲାଇସେନ୍ସପ୍ରାପ୍ତ ଉତ୍ପାଦ ଅଟେ। ଲୋକଙ୍କୁ ସ୍ମୋକିଂ ଛଡାଇବା ପାଇଁ ଏହାକୁ ବ୍ୟବହାର କରାଯାଏ। ଏହି କାରଣରୁ ଯୁବକମାନଙ୍କ ମଧ୍ୟରେ ଏହାର ବ୍ୟବହାର ବୃଦ୍ଧି ପାଉଛି। ଇ-ସିଗାରେଟ ତମାଖୁକୁଜ ଜଳାଏ ନାହିଁ, କିନ୍ତୁ ତରଳ ନିକୋଟିନ ଦ୍ରବଣରୁ ଧୂଆଁ ବାହାରିବା ପାଇଁ ଏକ ହିଟିଂ ଡିଭାଇସ ବ୍ୟବହାର କରାଯାଏ।

Share