Categories: ଜାତୀୟ

ରାଜ୍ୟ ସରକାର-ରାଜ୍ୟପାଳଙ୍କ ମଧ୍ୟରେ ବଢ଼ିଲା ବିବାଦ

ମୁମ୍ବାଇ,୧୧।୨: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାର ଏବଂ ରାଜ୍ୟପାଳ ଭଗତ ସିଂ କୋଶୟାରିଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଗୁରୁବାର ରାଜ୍ୟ ସରକାର ଏବଂ ରାଜ୍ୟପାଳଙ୍କ ବିବାଦରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଉତ୍ତରାଖଣ୍ଡ ଯିବାକୁ ଚାହୁଁଥିବା କୋଶୟାରି ବିମାନ ବନ୍ଦରରେ ପହଞ୍ଚି ସରକାରୀ ବିମାନରେ ବସିଥିଲେ। ତେବେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିମାନ ଉଡାଣ ପାଇଁ ଅନୁମତି ପ୍ରଦାନ କରାଯାଇ ନ ଥିଲା। ଏହି ବିଭାଗ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ଅଧୀନରେ କାର୍ଯ୍ୟ କରୁଛି। ବିମାନରେ ବସିବା ପରେ ରାଜ୍ୟପାଳ ଭିଆଇପି ପ୍ରତୀକ୍ଷାସ୍ଥଳରେ ଆସି ଅଧଘଣ୍ଟା ବସିଥିଲେ। ସେ ଘରୋଇ ବିମାନରେ ମୁମ୍ବାଇରୁ ଡେରାଡୁନ ଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ।

Share