Categories: ଜାତୀୟ

ଦାୟିତ୍ୱକୁ ନେଇ ବିବାଦ: କୋର୍ଟ ଅଫ୍‌ ଇନକ୍ୱାରୀ ନିର୍ଦ୍ଦେଶ ଦେଲେ ସେନାଧ୍ୟକ୍ଷ

ନୂଆଦିଲ୍ଲୀ, ୨।୨: ଭାରତୀୟ ସେନାର ଦୁଇ ଉଚ୍ଚ ଅଧିକାରୀଙ୍କ ମଧ୍ୟରେ ଦାୟିତ୍ୱକୁ ନେଇ ସୃଷ୍ଟି ହୋଇଥିବା ମାମଲାରେ ସେନାଧ୍ୟକ୍ଷ ମନୋଜ ମୁକୁନ୍ଦ ନରାଓ୍ବଣେ କୋର୍ଟ ଅଫ୍‌ ଇନକ୍ୱାରୀ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ଉଚ୍ଚ ଅଧିକାରୀଙ୍କ ମଧ୍ୟରେ ଏଭଳି ବିବାଦ ବିରଳ ଘଟଣା ବୋଲି ସେନାରେ ଚର୍ଚ୍ଚା ହେଉଛି। ଦକ୍ଷିଣ ପଞ୍ଚିମ କମାଣ୍ଡର ପ୍ରମୁଖ ଲ୍ୟୁଟନାଟ୍‌ ଜେନେରାଲ ଆଲୋକ କଲେର ଏବଂ ତାଙ୍କ କମାଣ୍ଡର ଅନ୍ୟ ଶୀର୍ଷ ଅଧିକାରୀ ଲ୍ୟୁଟନାଟ୍‌ ଜେନେରାଲ କେ.କେ. ରେପ୍ସ୍‌ଓ୍ବାଲଙ୍କ ମଧ୍ୟରେ ଏଭଳି ମତଭେଦ ସୃଷ୍ଟି ହୋଇଛି। ଏହାର ସମାଧାନ ପାଇଁ ସେନାଧ୍ୟକ୍ଷ ୨୦୨୦ ସେପ୍ଟେମ୍ବରରେ ଲ୍ୟୁଟ୍‌ନାଟ୍‌ ଜେନେରାଲ ଏସ୍‌.କେ. ସାଇନିଙ୍କୁ ଦାୟିତ୍ୱ ଦେଇଥିଲେ। ଏହା ସହିତ ଏସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ସାଇନିଙ୍କୁ କୁହାଯାଇଥିଲା। ତେବେ ୨୦୨୧ ଜାନୁୟାରୀ ସାଇନିଙ୍କ ଅବସର ପରେ ଏବେ ଏନେଇ କୋର୍ଟ ଅଫ୍‌ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଛି।

Share