କୁହାଯାଏ ପ୍ରେମରେ ଲୋକ ଅନ୍ଧ ହୋଇଯାନ୍ତି। ପ୍ରେମକୁ ହାସଲ କରିବା ପାଇଁ ଲୋକେ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି। ଏହାର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି। ରିକି ଆଶ୍ ନାମକ ଜଣେ ବ୍ୟକ୍ତି ନିଜ ଗର୍ଲଫ୍ରେଣ୍ଡଙ୍କ ପ୍ରପୋଜ କରିବା ପାଇଁ ଶରୀରରେ ନିଆଁ ଲଗାଇଦେଇଛନ୍ତି। ବ୍ରିଟେନରେ ରହୁଥିବା ରିକି ପେଶାରେ ଜଣେ ଷ୍ଟଣ୍ଟମ୍ୟାନ୍। ନିଜ ଗର୍ଲଫ୍ରେଣ୍ଡ କ୍ୟାଟ୍ରିନା ଡୋବସନଙ୍କୁ ସରପ୍ରାଇଜ୍ ଦେବା ପାଇଁ ଶରୀରରେ ନିଆଁ ଲଗାଇଥିଲେ। ନିଆଁ ଜଳୁଥିବା ଅବସ୍ଥାରେ ହିଁ ଗର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ କରିଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅବଶ୍ୟ ପ୍ରପୋଜ କଲାବେଳେ ନିଆଁ ଲିଭାଇବା ପାଇଁ ସମସ୍ତ ପକାର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ତଥାପି ରିକିଙ୍କ ନିଆରା ପ୍ରପୋଜକୁ ୟୁଜର୍ସ ପସନ୍ଦ ମଧ୍ୟ କରିଛନ୍ତି। ପ୍ରପୋଜ କରିସାରିବା ପରେ କ୍ୟାଟ୍ରିନା ତୁରନ୍ତ ହଁ କହିଥିଲେ। ଲୋକେ ସାଙ୍ଗେ ସାଙ୍ଗେ ନିଆଁ ଲିଭାଉଥିବା ମଧ୍ୟ ଭିଡିଓରେ ଦେଖାଯାଇଛି। କ୍ୟାଟ୍ରିନା ପେଶାରେ ଜଣେ ନର୍ସ। ଉଭୟ ସୋସିଆଲ ମିଡିଆରେ ପରସ୍ପରକୁ ଭେଟିଥିଲେ। ରିକି ଗତ ୨୭ ବର୍ଷ ହେବ ଷ୍ଟଣ୍ଟମ୍ୟାନ୍ ଭାବେ କାର୍ଯ୍ୟ କରୁଛନ୍ତି।