ସୂଚନା ଫଳକରେ ନାମଲେଖା ନେଇ ବିବାଦ: କାର୍ଯ୍ୟାରମ୍ଭରେ ବିଳମ୍ବ

ଔପଦା,୧୨।୯: ବାଲେଶ୍ୱର ଜିଲା ଔପଦା ଡାକ୍ତରଖାନା ପରିସରରୁ ବର୍ଷା ପାଣି ନିଷ୍କାସନ ସମ୍ପର୍କରେ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପରେ ଜିଲା ମିନେରାଲ ଯୋଜନାରୁ ଗତ ଅଗଷ୍ଟ ୧୨ ତାରିଖରେ ଡ୍ରେନ୍‌ ବ୍ୟବସ୍ଥା ପାଇଁ ଅର୍ଥ ମଞ୍ଜୁର ହୋଇଥିଲା। ଏହି ସମସ୍ୟାକୁ ଦୂର କରିବା ପାଇଁ ପ୍ରଶାସନ ତୁରନ୍ତ ଡ୍ରେନ କାମ ଆରମ୍ଭ କରିବାକୁ ଚାହୁଁଥିବା ବେଳେ ଶୁଭାରମ୍ଭ ସୂଚନା ଫଳକରେ କେଉଁ ଅତିଥିଙ୍କ ନାମ ରହିବ, ସେ ନେଇ ବିବାଦ ଲାଗି ରହିଥିବାରୁ କାର୍ଯ୍ୟ ଆରମ୍ଭ ନ ହୋଇ ବିଳମ୍ବ ହେଉଛି। ରବିବାର ଲଘୁଚାପ ଜନିତ ବର୍ଷାରେ ଡାକ୍ତରଖାନା ପରିସର ପାଣିରେ ଉବୁଟୁବୁ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା। ଶୁଭାରମ୍ଭ ଫଳକରେ ନାମ ଲେଖା ଶେଷହୋଇ ଗତ ୮ତାରିଖରେ ଲଗାଯାଇ କାମ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଥିବା ବେଳେ ଲେଖାରେ ପରିବର୍ତ୍ତନ ପାଇଁ ଚାପ ପଡୁଥିବାରୁ କାମ ଆରମ୍ଭ ହୋଇପାରୁ ନ ଥିବା ଜଣାପଡ଼ିଛି।