ବଡ଼ବିଲ,୧୫।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ଶନିବାର ୭୪ ତମ ସ୍ବାଧୀନତା ଦିବସ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଦିବସ ପାଳନ ସମିତି ସଭାପତି ତଥା ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସମିତି ସମ୍ପାଦକ ତଥା ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡାଙ୍କ ସହ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ। ତେବେ କୋଭିଡ୍ ନିୟମକୁ ମାନି କର୍ମକର୍ତ୍ତାମାନେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିଥିଲେ। କେନ୍ଦୁଝର ଜିଲାପାଳଙ୍କ ନିର୍ଦ୍ଦେଶକୁ ବେଖାତିର କରି ୧୦ ଜଣ ବଦଳରେ ୫୦ରୁ ଅଧିକ ଲୋକଙ୍କୁ ନେଇ ଏହି ଦିବସ ପାଳନ କରାଯାଇଥିବା ଦେଖିବାକୁ ମିଳଛି।
Posted inଆମ ଜିଲା ଖବର, କେନ୍ଦୁଝର, ସ୍ୱାଧୀନତା ଦିବସ