ଜନପ୍ରତିନିଧିଙ୍କୁ ଅଣଦେଖା ନେଇ ଉଦ୍‌ବେଗ

ଲୋଇସିଂହା,୩୦।୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଭାଗୃହରେ ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ବିଡିଓ ଅକ୍ଷୟପାଣି ଉଦୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଜିପିଓ କିଶୋର ମାନସିଂ ଶିକ୍ଷା ସମ୍ବନ୍ଧୀୟ ଆଲୋଚନା ପାଇଁ ବିଇଓ ରୀନାକୁମାରୀ ବେହେରାଙ୍କୁ ଆହ୍ବାନ କରିଥିଲେ। ବିଇଓ ବେହେରା ଶିକ୍ଷା ବିଭାଗର ସଫଳତା ଏବଂ ଶିକ୍ଷାନୁଷ୍ଠାନରେ ରହିଥିବା ସମସ୍ୟା ଉପସ୍ଥାପନା କରିଥିଲେ। ଡା.ସଞ୍ଜୀବ ବିଶ୍ୱାଳ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଆଲୋଚନା ବେଳେ ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ହେବା ସହିତ ରାଜ୍ୟ ସରକାରଙ୍କ ତରଫରୁ ସ୍ବାସ୍ଥ୍ୟ ଉପକରଣ ଯୋଗାଇ ଦିଆଯାଇଥିବା ସୂଚନା ଦେଇଥିଲେ। ଏହାଛଡା ଫାଇଲେରିଆ ନିରାକରଣ ଓ କୁଷ୍ଠରୋଗ ମୁକ୍ତ ଉପରେ ଜନପ୍ରତିନିଧିଙ୍କ ସହଯୋଗ ଲୋଡିଥିଲେ। କୃଷି ଆଲୋଚନା ବେଳେ ମୁଗ, ତିଆସି, ଚଣା ଆଦି କିଟ ବଣ୍ଟନ ବେଳେ ସରପଞ୍ଚ ଓ ସମିତି ସଭ୍ୟାସଭ୍ୟଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଥିଲା। ସେହିପରି ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରସାଦ ସାମନ୍ତରାୟ ଜନସ୍ବାସ୍ଥ୍ୟ ବିଭାଗ ସମ୍ବନ୍ଧରେ ଆଲୋଚନା କରି କହିଥିଲେ, ବ୍ଲକରେ ୧୪୬୩ ନଳକୂପ ରହିଛି ା ଗ୍ରୀଷ୍ମ ମୁକାବିଲା ପାଇଁ ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧ ଶହ ନଳକୂପ ମରାମତି କାର୍ଯ୍ୟ ସରିଥିବା ସେ କହିଥିଲେ। ଗ୍ରାମାଞ୍ଚଳରେ ଚାଲିଥିବା ପାନୀୟ ପ୍ରକଳ୍ପ ବର୍ଷବର୍ଷ ଧରି ସରୁନାହିଁ। ଲୋକଙ୍କ ପାଇଁ ପ୍ରକଳ୍ପ ସ୍ବପ୍ନ ପାଲଟିଥିବାରୁ ସଭ୍ୟାସଭ୍ୟ ଉଦ୍‌ବେଗ ପ୍ରକାଶ କରିଥିଲେ। ସିଡିପିଓ ଗାୟତ୍ରୀ ବାରିକ ଶିଶୁ ବିକାଶ ପ୍ରକଳ୍ପ ବିଭାଗ ସମ୍ପର୍କରେ ଆଲୋଚନା ବେଳେ ୧୬୯ ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ୬୭ କେନ୍ଦ୍ର ସକ୍ଷମ କେନ୍ଦ୍ର କରାଯାଇଥିବା କହିଥିଲେ। ବ୍ଲକର ଛେଳବାହାଲର ଏକ ଅଙ୍ଗନବାଡି କେନ୍ଦ୍ରର କର୍ମୀ କେନ୍ଦ୍ରକୁ ଆସୁ ନ ଥିବା ଏବଂ ଶିକ୍ଷା ଓ ପୁଷ୍ଟିକର ଖାଦ୍ୟ ପ୍ରଦାନରେ ଅନିୟମିତା ଘଟଣାରେ ସ୍ଥାନୀୟ ସରପଞ୍ଚ ବିଜୁଳି ପଧାନ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ। ଏନେଇ ଏକ ଷ୍ଟାଣ୍ଡିଂ କମିଟି ଗଠନ କରି କେନ୍ଦ୍ର ଅନୁଧ୍ୟାନ କରି ରିପୋର୍ଟ କରିବାକୁ ବ୍ଲକ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ। ବ୍ଲକର ଉନ୍ନୟନ କାମ ସମ୍ପର୍କରେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ କାମରେ ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟାସଭ୍ୟଙ୍କୁ ଅଣଦେଖା କରାଯାଇ କାମ କରାଯାଉଥିବାରୁ ସଭ୍ୟାସଭ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନାହାର -ଚେନ

ହିଞ୍ଜିଳିକାଟୁ, ୧୮।୨(ଦ୍ବିତୀକୃଷ୍ଣ ପଣ୍ଡା) : ଗତ କିଛି ମାସର ବ୍ୟବଧାନ ପରେ ହିଞ୍ଜିଳି ଥାନା ଇଲାକାରେ ପୁଣିଥରେ ଲୁଟେରା ଗ୍ୟାଙ୍ଗଙ୍କ ପାର୍ଦୁଭାବ ଦେଖିବାକୁ ମିଳିଛି। ଜୈନିକ...

ଲାଞ୍ଜିଗଡ଼ ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ

ଲାଞ୍ଜିଗଡ଼,୧୮/୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥପୁର ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା କାର୍ଯ୍ୟକ୍ରମ...

ମଣ୍ଡିରେ ଧାନପଡ଼ି ସରୁଛି ଟୋକନ ଅବଧି:ଧାନ କିଣାବିକାରେ ଚାଲିଛି ଫଲ୍ସଏଣ୍ଟ୍ରି

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ୨ଦିନ ପରେ ୩ମାସ ପୂରିବ। କିନ୍ତୁ ଏବେ ମଧ୍ୟ ଜିଲାର ବିଭିନ୍ନ ସ୍ଥାନରେ...

୪୦ଟି ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ: ୧୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଅଂଶଗ୍ରହଣ

ଦିଗପହଣ୍ଡି,୧୮ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି କ୍ଲଷ୍ଟର ଅନ୍ତର୍ଗତ ମଧୁ ବିଦ୍ୟାପୀଠରେ ସିଆରସିସି ଅନିଲ କୁମାର ଦାସଙ୍କ ସଂଯୋଜନାରେ ୨ ଦିନ ଚାଲିଥିବା ବିଷୟ ଭିତ୍ତିକ...

ଅବକାରୀ ଚଢଉ ୩ ଗିରଫ: ୩୦ଲିଟର ମଦ ଜବତ

ପାଟଣା,୧୮।୨(ବୀରକିଶୋର ଦାଶ ): କେନ୍ଦୁଝର ଜିଲା ପାଟଣା ଅବକାରୀ ଥାନା ପକ୍ଷରୁ କଣ୍ଟିଆପଡ଼ା ପଞ୍ଚାୟତ ଭଗପଶି ଓ ବଲାଣିପଶି ଗ୍ରାମ ଅଞ୍ଚଳରେ ମଙ୍ଗଳବାର ପାଟଣା ଅବକାରୀ...

ସାନଖେମୁଣ୍ଡି ବ୍ଲକ ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ

ଦିଗପହଣ୍ଡି, ୧୮।୨ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡ଼ଙ୍ଗପୁର ସ୍ଥିତ ସାନଖେମୁଣ୍ଡି ଉଚ୍ଚ ବିଦ୍ୟାଳୟ ପରିସର ରେ ମଙ୍ଗଳବାର ବ୍ଲକସ୍ତରୀୟ ନିପୁଣ...

Alivridleଙ୍କ ଗଣ ଅଣ୍ଡାଦାନ ପର୍ବ ଆରମ୍ଭ: ୩ ଦିନରେ ୨ଲକ୍ଷରୁ ଅଧିକ ଅଣ୍ଡାଦାନ

ଛତ୍ରପୁର,୧୮।୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଋଷିକୂଲ୍ୟା ମୁହାଣରେ Alivridleଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡମପେଟା ଗ୍ରାମଠାରୁ ବଟେଶ୍ୱର ମନ୍ଦିର ନିକଟସ୍ଥ...

ଧୂଳିଧୂଆଁରେ ପଥଚାରୀ ନୟାନ୍ତ:ଖୋଲାଖୋଲି ଆଇନ ଉଲଙ୍ଘନ କରୁଛି ଠିକାସଂସ୍ଥା

ଥୁଆମୂଳ ରାମପୁର,୧୮।୨(ଦୁର୍ଗା କୀର୍ତ୍ତି): ରାସ୍ତା ନବୀକରଣ ଓ ପ୍ରଶସ୍ତି କରଣ ଠିକାସଂସ୍ଥା ଭାରୀଯାନ ଚଳାଚଳ ଧୂଳିଆ ପରିବେଶ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି)ର ବାୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image