ଜାତୀୟ ପତାକାକୁ ଅବମାନନା: ଓଲଟା ଉଡ଼ାଇଲେ ତ୍ରିରଙ୍ଗା

ମାଲକାନଗିରି,୧୫।୮(ସ୍ବ.ପ୍ର.): ୭୪ ତମ ସ୍ବାଧୀନତା ଦିବସ ପାଳନ ବେଳେ ବିଦ୍ୟାଳୟରେ ଜାତୀୟ ପତାକାକୁ ଅବମାନନା କରାଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲା ଖାଇରପୁଟ ବ୍ଲକ ଅନ୍ତର୍ଗତ କୁସୁମପୁଟ ପ୍ରକଳ୍ପ ବିଦ୍ୟାଳୟରେ। କୋଭିଡ କଟକଣା ଯୋଗୁ କେବଳ ସ୍କୁଲ ଶିକ୍ଷୟିତ୍ରୀ ଶିକ୍ଷକ ରହି ଜାତୀୟ ପତାକା ଉତ୍ତୋଳନ ପାଇଁ ସରକାରଙ୍କ ନିର୍ଦ୍ଦେଶ ଥିଲା। ତେବେ କୁସୁମପୁଟ ବିଦ୍ୟାଳୟର ସ୍କୁଲ କର୍ତ୍ତୃପକ୍ଷ ସ୍ବାଧୀନତା ଦିବସ ପାଳନ ବେଳେ ଜାତୀୟ ପତାକାକୁ ଓଲଟା ଉଡ଼ାଇଥିବା ଦେଖିବାକୁ ମିଳିଛି।