ପାଟଣା,୨୭।୧(ସ୍ବ.ପ୍ର.): ସାରାଦେଶରେ ମଙ୍ଗଳବାର ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ତେବେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ଖଡିକାପଦା ଗ୍ରାମ ପଞ୍ଚାୟତ ଗୋହିରା ସାହି ଅଙ୍ଗନଓ୍ବାଡି କେନ୍ଦ୍ରରେ ଜାତୀୟ ପତାକା ରାତିସାରା ଉଡିଛି। ଏହି ଦିବସକୁ ଅସମ୍ମାନ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସକାଳେ ପତାକା ଉତ୍ତୋଳନ କରି ସନ୍ଧ୍ୟାରେ ଅବତରଣ କରିବାର ନିୟମ ଥିଲେ ମଧ୍ୟ ଅଙ୍ଗନୱାଡି ଦିଦି ଏହାକୁ ଭୁଲି ଯାଇଥିଲେ। ବୁଧବାର ସକାଳ ୯ଟା ଯାଏ ଉକ୍ତ କେନ୍ଦ୍ରରେ ଜାତୀୟ ପତାକା ଉଡୁଥିବା ଦେଖିବାକୁ ମିଳିଥିଲା। ଜାତୀୟ ପତାକା ଉତ୍ତୋଳନ କରିବା ପରେ ପତାକାକୁ ଠିକ୍ ସମୟରେ ଅବତରଣ ନ କରି ଏ ପର୍ଯ୍ୟନ୍ତ ଉଡୁଥିବା ଜାଣି କିଛି ଲୋକ ଏହାର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିବାରୁ ଅଙ୍ଗନବାଡ଼ି କର୍ମୀଙ୍କ ସ୍ବାମୀ ପତାକାକୁ ପୁନଶ୍ଚ ଅସମ୍ମାନ ସହ ନିମ୍ନମୁଖୀ କରି କାଢ଼ିଥିଲେ।
Posted inଆମ ଜିଲା ଖବର, କେନ୍ଦୁଝର