ବୁଥ୍‌ରେ ଅବ୍ୟବସ୍ଥା, ରାତି ୯ ଯାଏ ହେଲା ଭୋଟ ଗ୍ରହଣ

ଝରିଗାଁ, ୧୭।୨(ସ୍ବ.ପ୍ର.)  ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଝରିଗାଁ ବ୍ଲକ ସଦର ମହକୁମା ୮ ,୧୧ ଏବଂ ୧୨ ନମ୍ବର ବୁଥ୍‌ରେ ଭୋଟରମାନେ ଅବ୍ୟବସ୍ଥା ହୋଇଥିବା ନେଇ ସ୍ଥାନୀୟ ତହସିଲଦାର ଏବଂ ସମ୍ପୃକ୍ତ ସେକ୍ଟର ଅଫିସରଙ୍କୁ ଜଣାଇଥିଲେ। ଭୋଟରମାନେ ଖରାରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ମତଦାନ କରିଥିଲେ। ସେଠାରେ ସେମାନଙ୍କ ପାଇଁ ପାନୀୟଜଳର ବ୍ୟବସ୍ଥା ନ ଥିଲା। ଝରିଗାଁ ପଞ୍ଚାୟତ ହତିବାଡି ସ୍କୁଲରେ ହୋଇଥିବା ମତଦାନ କେନ୍ଦ୍ରରେ ଦୁଇଟି ବୁଥ୍‌ରେ ୧୩୯୧ ଭୋଟର ଥିଲେ। ସେଠାରେ ଅବ୍ୟବସ୍ଥା ଯୋଗୁ ମତଦାନ ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ଚାଲିଥିଲା। ଉକ୍ତ କେନ୍ଦ୍ର ମାଓବାଦୀପ୍ରବଣ ଅଞ୍ଚଳ ହୋଇଥିବା ଯୋଗୁ ସେଠାରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଘଟଣାସ୍ଥଳେ ତହସିଲଦାର, ଏସଡିପିଓ ଦିନେଶ ଚନ୍ଦ୍ର ନାଏକ ଅଛନ୍ତି।