କରୋନା ମହାମାରୀ ଯୋଗୁ ପାଠପଢ଼ାରେ ବାଧା: ପିଲା ଗଣିତରେ ଦୁର୍ବଳ…

ନୂଆଦିଲ୍ଲୀ,୧୯।୧ : ମହାମାରୀ ପରେ ପିଲାମାନଙ୍କର ମୌଳିକ ପଢ଼ିିବା କ୍ଷମତା କ୍ଷତିଗ୍ରସ୍ତ ହୋଇଛି । ଏହା ୨୦୧୨ର ପୂର୍ବସ୍ତରକୁ ଖସି ଆସିଛି। ଏନଜିଓ ପ୍ରଥମ ଦ୍ୱାରା କରାଯାଇଥିବା ଏଏସଇଆର-୨୦୨୦୨ ବାର୍ଷିକ ସ୍ଥିତି ଶିକ୍ଷା ଶିକ୍ଷା ରିପୋର୍ଟରେ ଏହି ସୂଚନା ଦିଆଯାଇଛି।

ରିପୋର୍ଟ ଅନୁଯାୟୀ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରପ୍ରଦେଶ, ହରିୟାଣା, କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ରାଜସ୍ଥାନ, ଗୁଜରାଟ, କର୍ନାଟକ, ମହାରାଷ୍ଟ୍ରର ତୃତୀୟ ଏବଂ ପଞ୍ଚମ ଶ୍ରେଣୀର ପିଲାମାନେ ଗଣିତରେ ଦୁର୍ବଳ ରହିଛନ୍ତି। ମହାମାରୀ ଯୋଗୁଁ ସରକାରଙ୍କ ଉଦ୍ୟମରେ ବାଧା ସୃଷ୍ଟି ହୋଇଛି।

ଦେଶର ଅଧିକାଂଶ ରାଜ୍ୟରେ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ ବାଳକା ଓ ବାଳିକଙ୍କ ସଂଖ୍ୟା ହ୍ରାସ ଚିନ୍ତାଜନକ ରହିଛି। ଏହି ସର୍ବେକ୍ଷଣରେ ୩ରୁ ୧୬ ବର୍ଷ ବୟସର ପିଲାମାନଙ୍କର ବିଦ୍ୟାଳୟ ସ୍ଥିତି ଏବଂ ୫-୧୬ ବର୍ଷ ବୟସର ପିଲାମାନଙ୍କର ମୌଳିକ ପଢ଼ିବା ଏବଂ ଗଣିତ ଜ୍ଞାନର ମୂଲ୍ୟାଙ୍କନ କରାଯାଇଥିଲା। ପିଲାମାନଙ୍କର ଇଂଲିଶ ଦକ୍ଷତା ମଧ୍ୟ ପରୀକ୍ଷା କରାଯାଇଥିଲା ।

ଇଂଲିଶରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଥିଲା। କେରଳ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ପରିସ୍ଥିତି ଚିନ୍ତାଜନକ ରହିଛି।

Share