ଦେଓଗାଁ,୨ା୧୦(ଡି.ଏନ.ଏ): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ତଥା ସଇଁନ୍ତଲା ଫରେଷ୍ଟ ରେଞ୍ଜ ଅଧୀନ ସିକୁଆଁ ଶିବ ମନ୍ଦିର ପରିସରରେ ଥିବା ଦୁଇଟି ବଡ ଶାଗୁଆନ ଗଛକୁ ଅଧା କାଟି କେହି ଛାଡି ଦେଇଛି । ଏହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
କେତେକ ମୁଷ୍ଟିମେୟ ବ୍ୟକ୍ତି ଗ୍ରାମବାସୀଙ୍କ ଅଜାଣତରେ ଗଛ କାଟିବାକୁ ଉଦ୍ୟମ କରୁଥିଲେ। ଶନିବାର ଖବର ପାଇ ସ୍ଥାନୀୟ ଫରେଷ୍ଟ ଗାର୍ଡ ଘଟଣାସ୍ଥଳକୁ ଯାଇ ଗଛକଟା ବନ୍ଦ କରିଥିଲେ ା ଏହା ପରେ ଦୁଇ ଗଛକୁ ଅଧା କଟାରୁ ଛାଡି ଚାଲିଯାଇଥିଲେ। ଖବର ପାଇଁ ଡିଏଫଓ ନୀତିଶ କୁମାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସଇଁନ୍ତଲା ରେଞ୍ଜର ସଂଘମିତ୍ରା ଭୋଇଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।