ପ୍ରାଚୀନ ପଥର ଭାଙ୍ଗୁଥିବାରୁ ଅସନ୍ତୋଷ

ଢେଙ୍କାନାଳ,୩।୧(ରତନ ନାୟାର): ରାଜ୍ୟର ପ୍ରସିଦ୍ଧ ଶୈବପୀଠ ତଥା ଢେଙ୍କାନାଳ ଜିଲାର କପିଳାସସ୍ଥିତ ମହାପ୍ରଭୁ ଶ୍ରୀଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ମୁଖ୍ୟ ମନ୍ଦିର ଗର୍ଭଗୃହ ଓ ମା’ ପାର୍ବତୀଙ୍କ ମନ୍ଦିର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ମରାମତି ନିଷ୍ପତ୍ତିର ୫ ମାସ ପରେ କରାଯାଉଥିବା ଏହି କାର୍ଯ୍ୟକୁ ନେଇ ଆରମ୍ଭରୁ ସେବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କାରଣ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ମନ୍ଦିରର ଚୂନ ଛଡ଼ାଯାଉଥିବା ବେଳେ ପ୍ରାଚୀନ ପଥରଗୁଡିକ ଭାଙ୍ଗି ଯାଉଛି। ଏ ସମ୍ପର୍କରେ ସେବାୟତ ଓ ସେବକମାନେ ପ୍ରତ୍ନତତ୍ତ୍ୱ ବିଭାଗ, ଜିଲା ପ୍ରଶାସନ ଓ ଜିଲା ଦେବୋତ୍ତର ବିଭାଗ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଛନ୍ତି। ମରାମତି କାମ ସମୟରେ ଅଭିଜ୍ଞ ଯନ୍ତ୍ରୀ, ଅଧିକାରୀମାନେ ଉପସ୍ଥିତ ରହିବା ପାଇଁ ସେବାୟତମାନେ ଦାବି କରିଛନ୍ତି ବୋଲି ବରିଷ୍ଠ ସେବାୟତ ନିରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ୨୦୦୫ ମସିହାରୁ ପ୍ରତ୍ନତତ୍ତ୍ୱ ବିଭାଗ କପିଳାସ ପୀଠର ଉନ୍ନତୀକରଣ ଦାୟିତ୍ୱ ହାତକୁ ନେଇଛି। କିନ୍ତୁ ଦାୟିତ୍ୱ ନେବାର ଦୀର୍ଘଦିନ ପରେ ମଧ୍ୟ କପିଳାସ ପୀଠର କୌଣସି ଉନ୍ନତିମୂଳକ କାମ ପାଇଁ ମାଟି ଗାଣ୍ଡୁଆଟିଏ ପଡିପାରି ନ ଥିଲା। ସେହିପରି ପ୍ରତ୍ନତତ୍ତ୍ୱ ବିଭାଗ ହାତରେ ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ଥିବାରୁ ନିୟମ ଅନୁଯାୟୀ ରାଜ୍ୟ ସରକାର, ଜିଲା ପ୍ରଶାସନ, ଦେବୋତ୍ତର ବିଭାଗ ଏଠାରେ କୌଣସି ପ୍ରକାର ଉନ୍ନତିମୂଳକ କାର୍ଯ୍ୟ କରିପାରୁନାହାନ୍ତି। ବାରମ୍ବାର ଦାବି ପରେ ଗତ ଜୁନ ୨୭ରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କପିଳାସ ପୀଠରେ ପହଞ୍ଚି କେନ୍ଦ୍ର ଓ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ପୀଠର ଉନ୍ନତୀକରଣ ନେଇ ସମୀକ୍ଷା କରିଥିଲେ। ଏହି ସମୟରେ ଜିଲା ପ୍ରଶାସନ ଓ ଦେବୋତ୍ତର ବିଭାଗ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। କପିଳାସର ବିକାଶ ପାଇଁ ଭାରତ ସରକାର ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ସେହି ସମୟରେ କେନ୍ଦ୍ରମନ୍ତ୍ରୀ କହିଥିଲେ। ଏପରି କି ଡିସେମ୍ବର ସୁଦ୍ଧା କିଛି ଉନ୍ନତିମୂଳକ କାର୍ଯ୍ୟ ସରିବ ବୋଲି ସେତେବେଳେ ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀମାନେ ସୂଚନା ଦେଇଥିଲେ। କିନ୍ତୁ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷାର ୫ମାସ ପରେ ଅର୍ଥାତ ଗତ ଡିସେମ୍ବରରେ ମନ୍ଦିରର ଗର୍ଭଗୃହ ଓ ମା’ ପାର୍ବତୀଙ୍କ ମନ୍ଦିର ଉନ୍ନତୀକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏ ସମ୍ପର୍କରେ ଢେଙ୍କାନାଳ ଦାୟିତ୍ୱରେ ଥିବା ପ୍ରତ୍ନତତ୍ତ୍ୱ ବିଭାଗ ଅଧିକାରୀ ଡି.ବି. ଗଡ଼ନାୟକ କହିଛନ୍ତି, ଟେଣ୍ଡର ପ୍ରକ୍ରିୟା ଓ ବ୍ୟୟ ଅଟକଳ କାର୍ଯ୍ୟକୁ ନେଇ ବିଳମ୍ବ ହେବାରୁ ମରାମତିରେ ବିଳମ୍ବ ହୋଇଥିଲା। ମରାମତି ସମୟରେ ପ୍ରାଚୀନ ପଥର ଭାଙ୍ଗୁଥିବା ସମ୍ପର୍କରେ ଅବଗତ ରହିଛି। ପୁରୀ ମନ୍ଦିର କାର୍ଯ୍ୟ କରୁଥିବା ଅଭିଜ୍ଞ ଶିଳ୍ପୀମାନେ ଏଥିରେ ନିୟୋଜିତ ହୋଇଛନ୍ତି। ପାରମ୍ପରିକ ଉପାୟରେ ପୀଠର ଉନ୍ନତୀକରଣ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଉଛି। ବେଲ ଓ କେନ୍ଦୁ ଅଠା ବ୍ୟବହାର କରାଯିବ। ଆସନ୍ତା ୧୦ ତାରିଖରେ ଯନ୍ତ୍ରୀମାନଙ୍କ ସହ ଉନ୍ନତୀକରଣ କାର୍ଯ୍ୟ ତଦାରଖ କରାଯିବ। ଦେବୋତ୍ତର ନିରୀକ୍ଷକ ପ୍ରଦ୍ୟୁମ୍ନ ତ୍ରିପାଠୀ କହିଛନ୍ତି, ପ୍ରାଚୀନ ପଥର ଭାଙ୍ଗୁଥିବା ସମ୍ପର୍କରେ କୌଣସି ଅଭିଯୋଗ ନାହିଁ। ଯେହେତୁ ଶୁଣିବାକୁ ପାଇଛୁ, ପୀଠକୁ ଯାଇ ମରାମତି କାର୍ଯ୍ୟ ଉପରେ ଅନୁଧ୍ୟାନ କରିବା ପରେ ଯାହା କହିହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ପିକେ ମିଶ୍ର-ଶକ୍ତିକାନ୍ତ ଦାସ: ଜାଣନ୍ତି କି ମୋଦିଙ୍କ ଉପ ସଚିବ ମାସକୁ ପାଆନ୍ତି ୨ଲକ୍ଷରୁ ଅଧିକ ଦରମା?

ନୂଆଦିଲ୍ଲୀ,୧୮।୫: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ଦେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଏଠାରେ କାର୍ଯ୍ୟରତ ଅଧିକାରୀଙ୍କ ଦାୟିତ୍ୱ କେବଳ ପ୍ରଶାସନିକ...

ପୁଣି ଦାରିଙ୍ଗବାଡ଼ି-ଫୁଲବାଣୀକୁ ଚଳାଚଳ କରିବ ଲକ୍ଷ୍ମୀ ବସ୍‌, ଜିଲା ପ୍ରଶାସନକୁ ଚିଠି ଲେଖିଲେ ବିଡିଓ

ଦାରିଙ୍ଗବାଡ଼ି,୧୮ା୪(ଅରୁଣ ସାହୁ): ଦାରିଙ୍ଗବାଡ଼ିଠାରୁ ଫୁଲବାଣୀକୁ ପୁଣି ଥରେ ଶୀତ ତାପ ନିୟନ୍ତ୍ରଣ ଲକ୍ଷ୍ମୀବସ୍‌ ଚଳାଚଳ କରିବାକୁ ବାଟ ଖୋଲିଲା। ସ୍ଥାନୀୟ ବିଡିଓ ପ୍ରୀତିରଞ୍ଜନ ରଥ ଏନେଇ...

ବଜ୍ରପାତ ନେଲା ଜଣଙ୍କ ଜୀବନ

ବାଲେଶ୍ୱର,୧୮ା୪: ବାଲେଶ୍ୱର ଜିଲା ରେମୁଣା ଜଗନ୍ନାଥପୁର ଗାଁରେ ବଜ୍ରପାତ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଫକୀରମୋହନ ଗୋଲେଇରେ ଏକ ବିରାଟ କଦମ୍ବ ଗଛ ଭାଙ୍ଗି...

Pakistani Dating App: ପାକିସ୍ତାନରେ ଚହଳ ପକାଇଛି ଏହି ଡେଟିଂ ଆପ୍‌, ଅନଲାଇନରେ ପ୍ରେମ ଖୋଜୁଛନ୍ତି ଯୁବପିଢି

ଇସଲାମବାଦ,୧୮।୪: ଏବେ ଅନେକ ଯବୁପିଢି ଡେଟିଂ ଆପ୍‌ ବ୍ୟବହାର କରୁଛନ୍ତି। ଏହି ଡେଟିଂ ଆପ୍‌ରେ ସେମାନେ ନିଜ ଜୀବନସାଥୀ ମଧ୍ୟ ପାଇ ପାରୁଛନ୍ତି। ତେବେ ଭାରତରେ...

ସମ୍ବଭ ଜୈନ କିଏ? ଯାହାଙ୍କ ହାତ ଧରିଲେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଝିଅ ହର୍ଷିତା

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟି (ଏଏପି) ସୁପ୍ରିମୋ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଝିଅ ହର୍ଷିତା କେଜ୍‌ରିଓ୍ବାଲ ନିଜ ଆଇଆଇଟି ବ୍ୟାଚମେଟ୍‌ ସମ୍ବଭ...

କାଜୁବାଡ଼ି ଜଗିବାକୁ ଯାଇ ଘରକୁ ଫେରି ନ ଥିଲେ ବୃଦ୍ଧା, ଆଜି ମିଳିଲା ମୃତଦେହ

ନନ୍ଦପୁର,୧୮ା୪ (ତୁଷାରକାନ୍ତ ମହାନ୍ତି): ନନ୍ଦପୁର ବ୍ଲକ୍‌ ବିଲାପୁଟ ପଞ୍ଚାୟତ କଣ୍ଟା ଗ୍ରାମର ଶୁକ୍ରି ହନ୍ତାଳ(୭୪) ବୁଧବାର ସକାଳୁ ନିଖୋଜ ଥିବା ବେଳେ ଶୁକ୍ରବାର ତାଙ୍କ ମୃତଦେହ...

ଚମକାଇଲା ଆଉ ଏକ ଭବିଷ୍ୟବାଣୀ, ପୁଣି ଏହି ମସିହାରେ ଫେରିବ କରୋନା ମହାମାରୀ, କରିବ ନରସଂହାର!

ବାବା ଭେଙ୍ଗାଙ୍କଠାରୁ ଆରମ୍ଭ କରି ନେଷ୍ଟ୍ରାଡାମସଙ୍କ ପର୍ଯ୍ୟନ୍ତ, ଏପରି ଅନେକ ଭବିଷ୍ୟବାଣୀ କରାଯାଇଛି ଯାହା ବିଶ୍ୱକୁ ହଲାଇ ଦେଇଛି। ଏହି ଭବିଷ୍ୟବାଣୀଗୁଡ଼ିକରେ ଜାପାନର ସୁନାମିଠାରୁ ଆରମ୍ଭ...

ବିବାହ ବନ୍ଧନରେ ଆବଦ୍ଧ ହେଲେ କେଜ୍‌ରିଓ୍ବାଲଙ୍କ ଝିଅ ହର୍ଷିତା, ୨୦ ଏପ୍ରିଲରେ ରିସେପ୍ସନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟି(ଆପ୍‌)ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିିୱାଲଙ୍କ ଘରେ ବାଜିଛି ସାହାନାଇ। ଝିଅ ହର୍ଷିତା କେଜ୍‌ରିିୱାଲ ଶୁକ୍ରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image