ବିଜେଡି ନେତାଙ୍କୁ ଉପେକ୍ଷା ନେଇ ଅସନ୍ତୋଷ

ଆର.ଉଦୟଗିରି,୨୮ା୧୦(ଡି.ଏନ.ଏ.): ଗଜପତି ଜିଲା ମୋହନା ବ୍ଲକ ଏକ ଦୁର୍ଗମ ଅଞ୍ଚଳ। ଏହି ନିର୍ବାଚନମଣ୍ଡଳୀ ଚାରୋଟି ବ୍ଲକ ମୋହନା, ଆର. ଉଦୟଗିରି, ନୂଆଗଡ଼ ଓ ରାୟଗଡକୁ ନେଇ ଗଠିତ। ଗଜପତି ଜିଲାରେ ଦୁଇଟି ନିର୍ବାଚନମଣ୍ଡଳୀ ରହିଛି ମୋହନା ଏବଂ ପାରଳାଖେମୁଣ୍ଡି। ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବିଜେଡି ନେତାଙ୍କୁ ଦଳର ହାଇକମାଣ୍ଡ ବିଭିନ୍ନ ରାଜନୈତିକ ଏବଂ ସରକାରୀ ପଦବୀ ୁଡିକରେ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ସହ ବଡ଼ ବଡ଼ ପଦବୀରେ ଅବସ୍ଥାପିତ କରୁଥିବା ଦେଖିବାକୁ ମିଳୁଥିବା ବେଳେ ମୋହନା ନିର୍ବାଚନ ମଣ୍ଡଳୀର କର୍ମୀ ନେତା ଏହି କାର୍ଯ୍ୟକୁ ସହ୍ୟ କରି ପାରୁନଥିବା ଶୁଣିବାକୁ ମିଳୁଛି। ଏହା ସହ କର୍ମୀ ଏବଂ ନେତାଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ଜିଲାସ୍ତରୀୟ ରାଜନୈତିକ ପଦବୀ ନିମନ୍ତେ ମୋହନା ନିର୍ବାଚନ ମଣ୍ଡଳୀର ନେତାଙ୍କୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ବିଜେଡି ସୁପ୍ରିମୋ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ବିଜେଡି ସଂଗଠକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲା ପର୍ଯ୍ୟବେକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବିଭିନ୍ନ ପଦବୀରେ ସ୍ଥାନୀୟ ନେତାଙ୍କୁ ଅବସ୍ଥାପିତ କରିବାକୁ ଅନୁରୋଧ କରିଛନ୍ତି। ଯଦି କର୍ମୀଙ୍କ ଅନୁରୋଧକୁ ଗୁରୁତ୍ୱ ନ ଦିଅନ୍ତି ତେବେ ଆଗାମୀ ଦିନରେ ଦଳରେ ଫାଟ ହେବା ସୁନିଶ୍ଚିତ ବୋଲି ଆଲୋଚନା ହେଉଛି।

Share