ନାମଲେଖା ଫି ନେଇ ଅସନ୍ତୋଷ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଖୁଣ୍ଟପାଲିସ୍ଥିତ ବାବା ବାଲୁଙ୍କେଶ୍ୱର ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ଛାତ୍ରୀଛାତ୍ରଙ୍କ ନାମଲେଖା ପାଇଁ ନିର୍ଦ୍ଧାରଣ କରାଯାଇଥିବା ଫି ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁ ନେଇ ଉକ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପୁରାତନ ଛାତ୍ର ଏବଂ ଅଭିଭାବକମାନେ ଗୁରୁବାର ଉପଜିଲାପାଳ ତଥା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ଲଲାଟ କୁମାର ଲୁହାଙ୍କୁ ଫେରାଦ ହୋଇ ଏକ ସ୍ମାରକପତ୍ର ପ୍ରଦାନ ଥିଲେ। ନିର୍ଦ୍ଧାରିତ ନାମଲେଖା ଫି ହ୍ରାସ କରି ସର୍ବନିମ୍ନ ଫି ନିର୍ଦ୍ଧାରଣ ଦିଗରେ ବିହିତ ପଦକ୍ଷେପ ନେବାକୁ ନିବେଦନ କରାଯାଇଛି।

ଉକ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ନାମଲେଖା ପାଇଁ ଛାତ୍ର ପ୍ରତି ୧୨ହଜାର ୫ଶହ ଟଙ୍କା ଲେଖାଏଁ ଆଦାୟ କରାଯାଉଛି। ଅଞ୍ଚଳର ଲୋକେ କେବଳ ଚାଷକାର୍ଯ୍ୟ ଉପରେ ନିର୍ଭରଶୀଳ ଥିବାବେଳେ ଆର୍ଥିକ ସ୍ବଚ୍ଛଳ ମଧ୍ୟ ନୁହଁନ୍ତି। ଫଳରେ ନିଜ ଝିଅପୁଅଙ୍କୁ ପଢ଼ାଇବା ପାଇଁ ସେହି ପରିମାଣର ଫି ଦେବା କଷ୍ଟକର ହୋଇଛି ବୋଲି ପୁରାତନ ଛାତ୍ର ତଥା ଅଭିଭାବକମାନେ କହିଛନ୍ତି। ଉକ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ୧୫ଜଣ କର୍ମଚାରୀଙ୍କ ମଧ୍ୟରୁ ୧୧ଜଣ ସରକାରୀ ଦରମାପ୍ରାପ୍ତ ହୋଇଥିବା ବେଳେ ୪ଜଣ ପରିଚାଳନା ପରିଷଦରୁ ଦରମା ପାଉଛନ୍ତି ବୋଲି ସ୍ମାରକପତ୍ରରେ ଉଲ୍ଲେଖ ରହିଛି। ସେହିପରି ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ସରକାର ନିୟମିତ ପାଣ୍ଠି ଯୋଗାଇ ଦେଉଛନ୍ତି। ଏଭଳି ସ୍ଥଳେ ନାମଲେଖା ଫି ନିର୍ଦ୍ଧାରଣର ପୁନର୍ବିଚାର କରିବା ପାଇଁ ଆଦିତ୍ୟ ମେହେର, ଆନନ୍ଦ ମେହେର, ପରମାନନ୍ଦ ମେହେର, ନିତ୍ୟାନନ୍ଦ ଭୋଇ, ଶରତ କୁମାର ସାହୁ, କୃପାସିନ୍ଧୁ ବେହେରା ପ୍ରମୁଖ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତଦେହ ଆସିବାକୁ ଅପେକ୍ଷା କରିଥିବାବେଳେ ଘରୁ ଡକାୟତି

ବଇଣ୍ଡା, ୨୭ା୧୧ (ପରିକ୍ଷିତ ସାହୁ): ଦୁର୍ଘଟଣାରେ ଜଣେ ସଦସ୍ୟ ପ୍ରାଣ ହରାଇଥିବାରୁ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ। ଖବରପାଇ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେବାକୁ ବନ୍ଧୁବାନ୍ଧବ...

ଆଜି ଶ୍ରୀମନ୍ଦିରରେ ୫ ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୨୭ା୧୧(ଅଜିତ୍‌ କୁମାର ମହାନ୍ତି):ମାର୍ଗଶିର ମାସ କୃଷ୍ଣପକ୍ଷ ଦ୍ୱାଦଶୀ ତିଥି ବୁଧବାର ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ନୀତି ଅନୁଷ୍ଠିତ ହେବ। ଏହା...

ପୁଞ୍ଜିନିବେଶ ନାଁରେ ଆଇଟି ପ୍ରୋଫେସନାଲଙ୍କ ଠାରୁ ୧୯ ଲକ୍ଷ ୮୪ ହଜାର ଟଙ୍କା ଠକେଇ

କଟକ,୨୬।୧୧: ପୁଞ୍ଜିନିବେଶ ନାଁରେ ଜଣେ ଆଇଟି ପ୍ରୋଫେସନାଲଙ୍କ ଠାରୁ ୧୯ ଲକ୍ଷ ୮୪ ହଜାର ଟଙ୍କା ଠକେଇ କରିବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି...

୮ କେଜି ଗଞ୍ଜେଇ, ଲକ୍ଷ୍ୟଧିକ ଆତ୍ମସାତ: ଏସଆଇ ନିଳମ୍ବିତ, ୨ ଏଏସଆଇ, ୨ କନଷ୍ଟେବଳ ବଦଳି

ଖୋର୍ଦ୍ଧା,୨୬।୧୧(ପ୍ରଭାତ ପାଣିଗ୍ରାହୀ) : ଖୋର୍ଦ୍ଧା ଜିଲାରେ ଗଠେଇ ଚୋରା ମଦ, ଧଳା ଜହର କାରବାର ବଢିବାରେ ଲାଗିଛି। ଜିଲାର ବୋଲଗଡ ଓ ବେଗୁନିଆ ବ୍ଲକରେ ନିଶା...

୧ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କଲେଜ ପ୍ରିନ୍ସିପାଲ୍

ନୟାଗଡ଼,୨୬।୧୧: ଦରମା ରିଲିଜ୍ କରାଇବାକୁ ଲାଞ୍ଚ ନେଇ ବନ୍ଧା ହେଲେ କଲେଜ ପ୍ରିନ୍ସିପାଲ୍। ନୟାଗଡ ଜିଲା ବାହାଡ଼ାଝୋଲା ଦଧିବାମନଜୀଉ କଲେଜ ପ୍ରିନ୍ସିପାଲ୍ ନଳିନୀ ରଞ୍ଜନ ଭୂୟାଁ...

ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ : ଫଟୋ ଭାଇରାଲ କରି ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୬ା୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଅନ୍ତର୍ଗତ ଏକ ଗାଁର ଦଶମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାଙ୍କୁ ସବୁବେଳେ ପିଛା କରି ତାଙ୍କୁ ଆପତ୍ତିଜନକ ମନ୍ତବ୍ୟ...

ଦାରିଙ୍ଗବାଡିରେ ଷ୍ଟ୍ରବେରୀ ଚାଷ ସମ୍ପର୍କିତ ଶିକ୍ଷା ହାସଲ କଲେ ଧନ୍ଦାମୂଳକ ଯୁକ୍ତ ୨ ଛାତ୍ରୀଛାତ୍ର

ଦାରିଙ୍ଗବାଡି,୨୬।୧୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଧନ୍ଦାମୂଳକ ଯୁକ୍ତ ୨ ଛାତ୍ରୀଛାତ୍ର ଚାଷ ସମ୍ପର୍କିତ ଶିକ୍ଷା ପ୍ରାପ୍ତ...

ସ୍ତ୍ରୀଙ୍କୁ ପ୍ରତାରଣା କରି ସ୍ବାମୀଙ୍କ ଅନ୍ୟତ୍ର ବିବାହ ଉଦ୍ୟମ: ସ୍ଵାମୀଙ୍କ ନାଁ ରେ ଏତଲା

ଦିଗପହଣ୍ଡି,୨୬।୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ବାସୁଦେବପୁର ଗ୍ରାମର ପି.ଶ୍ରୀୟା ରେଡ୍ଡୀଙ୍କୁ ତାଙ୍କ ସ୍ଵାମୀ ପି.ଶିବରାମ ପାତ୍ର ବିବାହର ୭ ବର୍ଷ ପରେ ପ୍ରତାରଣା କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri