ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ବଢ଼ାଇଛି ଅସନ୍ତୋଷ

କେନ୍ଦ୍ରାପଡା ଅଫିସ,୩ା୬: ୨୦୧୯ ପୂର୍ବ ସମସ୍ତ ଗାଡିର ନମ୍ବର ପ୍ଲେଟ ବଦଳିବ। ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଗାଡିରେ ଲଗାଯିବ। ସିକ୍ୟୁରିଟି ବାର୍‌ କୋଡ ଥିବାରୁ ଗାଡି ଚୋରି ରୋକିବା ସହିତ ହିତାଧିକାରୀଙ୍କୁ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ। ଏପରି ନିର୍ଦ୍ଦେଶ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ପ୍ରକାଶ ପାଇବା ପରେ କେନ୍ଦ୍ରାପଡ଼ା ଜିଲାରେ ଏ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ବିଭାଗୀୟ ନିର୍ଦ୍ଦେଶନାମା ଟଙ୍କା ଲୁଟିବାର ଏକ ସୁଚିନ୍ତିତ ଯୋଜନା ବୋଲି ହିତାଧିକାରୀ ମତ ଉପସ୍ଥାପନ କରିଛନ୍ତି।

ନିର୍ଦ୍ଦିଷ୍ଟ କମ୍ପାନୀ ଅଥବା ଡିଲରଙ୍କୁ କୋଟିପତି ଲକ୍ଷ୍ୟ
ଜୁନ ପହିଲାରୁ ଅନ୍‌ଲାଇନରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ଗାଡି ମାଲିକମାନେ ଆବେଦନ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏବେ ପେଟ୍ରୋଲ ଡିଜେଲ ମୂଲ୍ୟ ଆକାଶଛୁଅଁା ହୋଇଛି। ପ୍ରତିଦିନ ତେଲ ଦର ବଢୁଥିବା ବେଳେ ରାଜ୍ୟ ସରକାର ନମ୍ବର ପ୍ଲେଟ ଲଗାଇବା ପାଇଁ ଜୁଲମ ଆରମ୍ଭ କରିଛନ୍ତି। ରାଜ୍ୟରେ ୨୦୧୯ ପୂର୍ବରୁ ପ୍ରାୟ ୬୦ ଲକ୍ଷ ଗାଡି ରାସ୍ତାରେ ଗଡୁଛି। ସୂଚନା ମିଳୁଛି ଗୋଟିଏ ପ୍ଲେଟର ଦାମ ୩୫୦ରୁ ୮୦୦ ଟଙ୍କା ହେବ। ପ୍ଲେଟ ବଦଳ କରି ନିର୍ଦ୍ଦିଷ୍ଟ କେତେଗୋଟି କମ୍ପାନୀ ବା ଡିଲରଙ୍କୁ କୋଟିପତି କରିବା ଲକ୍ଷ୍ୟ ରହିଛି। ଏଥିପାଇଁ ଗାଡିର ଇନସ୍ୟୁରାନ୍ସ, ପରିବେଶ ପ୍ରଦୂଷଣ ମୁକ୍ତ ପ୍ରମାଣ ପତ୍ର, ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସକୁ ଅଣଦେଖା କରି ଅନ୍‌ଲାଇନରେ ଆବେଦନ କରିପାରିବେ ବୋଲି ଅଧିକାରୀ କହୁଛନ୍ତି।
-ଉମେଶ ଚନ୍ଦ୍ର ପାଢୀ, କଜଳା, କେନ୍ଦ୍ରାପଡ଼ା

କର୍ମନିଯୁକ୍ତିକୁ ଏକ ଶକ୍ତ ଧକ୍କା
ନାମକୁମାତ୍ର ହାଇ ସିକ୍ୟୁରିଟି। ୨୦୧୯ ମସିହା ପରଠାରୁ ଏହି ପ୍ଲେଟ ପ୍ରତ୍ୟେକ ଗାଡିରେ ଲାଗୁଛି। ଇତିମଧ୍ୟରେ ଗାଡି ଚୋରି ବୃଦ୍ଧି ପାଉଥିଲେ ମଧ୍ୟ ଏହି ସିକ୍ୟୁରିଟି ପ୍ଲେଟ ପାଇଁ ଗାଡି ଅଥବା ଚୋର ଧରାପଡିବା ନଜିର ନାହିଁ। ବରଂ ଏହା ଯୁବବର୍ଗଙ୍କ ଆତ୍ମନିଯୁକ୍ତି ପ୍ରତି ଏକ ଶକ୍ତ ଧକ୍କା ହେବ। କେତେଜଣ ଯୁବକ ନମ୍ବର ପ୍ଲେଟ ଲେଖି ଦୁଇ ପଇସା ରୋଜଗାର କରୁଥିଲେ। ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ନିର୍ଦ୍ଦିଷ୍ଟ ଡିଲରଙ୍କ ନିକଟକୁ ଯିବାକୁ ଥିବା ବେଳେ ଏହି ଶିଳ୍ପୀ ଭୋକ ଉପାସରେ ରହିବେ। ସେହିପରି ନମ୍ବର ପ୍ଲେଟ ନ ଲଗାଇଲେ କେତେ ଜରିମାନା ପଡିବ, ସେସମ୍ପର୍କରେ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ସଡ଼କ ସୁରକ୍ଷାକୁ ଧ୍ୟାନ ଦେଉ ନ ଥିବା ସଡ଼କ ପରିବହନ ବିଭାଗ ନମ୍ବର ପ୍ଲେଟକୁ ଘରୋଇକରଣ କରିବା ଯୋଜନାରେ ଅଛି।
-ମନୋଜ କୁମାର ବେହେରା, ବଡହାଟ, କେନ୍ଦ୍ରାପଡ଼ା

ରୋଡ ଟ୍ୟାକ୍ସରୁ ନମ୍ବର ପ୍ଲେଟ ଲଗାଯାଉ
ମୋ ବାଇକ୍‌ କିଣିବା ସମୟକୁ ଇତିମଧ୍ୟରେ ୧୩ ବର୍ଷ ହେଲାଣି। କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ମୁତାବକ ଏହି ବାଇକ୍‌ ସଡ଼କରେ ୨ ବର୍ଷ ଚାଲିପାରିବ। ସେହିପରି ୨୦୧୯ ପୂର୍ବରୁ ଯେତେ ଡିଲର ଗାଡି ମୋଟର ବିକ୍ରି କରୁଥିଲେ, ଇତିମଧ୍ୟରେ ସେମାନଙ୍କ ମଧ୍ୟରୁ କେତେଜଣ ସଂସ୍ଥା ବନ୍ଦ କରି ଦେଇଛନ୍ତି। ଏପରି କି କେତେଗୋଟି କମ୍ପାନୀ ଗାଡି ଉପତ୍ାଦନ ବନ୍ଦ କରିଛନ୍ତି। ଏହି ଗାଡି ସବୁ ରାସ୍ତାରେ ଚାଲୁଛି। ଏପରି କ୍ଷେତ୍ରରେ ଗାଡି ମାଲିକ ଭାବେ ନମ୍ବର ପ୍ଲେଟ ଲଗାଇବାକୁ ନେଇ ଦ୍ୱନ୍ଦ୍ୱ ହେଉଛି। ପୁରୁଣା ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପାଇଁ କେତେ ଟଙ୍କା ପଡିବ, ସେନେଇ ତଥ୍ୟ ମିଳୁନି। ରାଜ୍ୟ ସରକାର ଗାଡିର ରୋଡ ଟ୍ୟାକ୍ସ ନେଉଛନ୍ତି। ଏହି ଟ୍ୟାକ୍ସ ଟଙ୍କାରୁ ନମ୍ବର ପ୍ଲେଟ ଲଗାଇବାକୁ ଦାବି କରୁଛି।
– ଆକାଶ ଦାସ, ଉଦୟନଗର, କେନ୍ଦ୍ରାପଡ଼ା

ସଡ଼କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉ
ଛକ ବଜାରରେ ଟ୍ରାଫିକ ସମସ୍ୟା ବଢୁଛି। ରାସ୍ତାର ନିର୍ମାଣ ଶୈଳୀ ହେଉ ଅଥବା ଖାଲଖମା ପାଇଁ ଦୁର୍ଘଟଣା ପ୍ରତିଦିନ ଘଟୁଛି। ସଡ଼କ ସୁରକ୍ଷା ନାମରେ ଯାଞ୍ଚ ବେଳେ ପରିବହନ ବିଭାଗ, ପୋଲିସ ପ୍ରଶାସନ ପକ୍ଷରୁ ଜରିମାନା ଆଦାୟ ହେଉଛି। ଏହାସତ୍ତ୍ୱେ ରାଜ୍ୟ ଓ ଜାତୀୟ ରାଜପଥରେ ଶହଶହ ଟ୍ରକ୍‌ ଧାଡି ବାନ୍ଧି ଠିଆ ହେଉଛନ୍ତି। କେତେଜଣ ବ୍ୟକ୍ତି ରାସ୍ତାକୁ ଜବରଦଖଲ କରି ଅଟୋ, ବସ୍‌ଷ୍ଟାଣ୍ଡ ଧନ୍ଦା ଚଳାଇଛନ୍ତି। ରାସ୍ତାରେ ବଡ ବଡ ହମ୍ପସ ନିର୍ମାଣ ଫଳରେ ପ୍ରସୂତିଠାରୁ ଆରମ୍ଭ କରି ବୃଦ୍ଧାବୃଦ୍ଧ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉପଯୁକ୍ତ ରାସ୍ତା ନିର୍ମାଣ ଓ ପରିଚାଳନା ହୋଇ ପାରୁ ନ ଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ଜୁଲମ ଆରମ୍ଭ ହୋଇଛି। ପ୍ରଥମେ ରାସ୍ତାର ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇ ଏହି ବ୍ୟବସ୍ଥା ଚାଲୁ କରନ୍ତୁ।
-ପ୍ରତାପ କୁମାର ତ୍ରିପାଠୀ, ମହାକାଳପଡ଼ା,କେନ୍ଦ୍ରାପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସେଲିବ୍ରିଟିଙ୍କୁ ମହାକାଶ ପଠାଇଲା ବ୍ଲୁ ଅରିଜିନ୍‌

ଓ୍ବାଶିଂଟନ,୧୪।୪:ପପ୍‌ ଗାୟିକା କେଟି ପେରୀ ଏବଂ ଆମେରିକୀୟ ଟିଭି ବ୍ୟକ୍ତିତ୍ୱ ଗେଲେ କିଙ୍ଗ୍‌ଙ୍କ ସମେତ ୬ ମହିଳା ସେଲିବ୍ରିଟିଙ୍କୁ ନେଇ ଜେଫ୍‌ ବେଜୋସ୍‌ଙ୍କ ବ୍ଲ୍ୟୁ ଅରିଜିନ୍‌ର...

ଜେନେଭାରେ ନିଲାମ ହେବ ଭାରତର ଦୁର୍ଲଭ ହୀରା

ଜେନେଭା, ୧୪।୪:ଭାରତର ରାଜକୀୟ ଐତିହ୍ୟକୁ ଦର୍ଶାଉଥିବା ବିରଳ ‘ଦି ଗୋଲକୋଣ୍ଡା ବ୍ଲ୍ୟୁ’ ହୀରାର ନିଲାମ ହେବାକୁ ଯାଉଛି। ଆସନ୍ତା ମେ ୧୪ରେ ସୁଇଜରଲାଣ୍ଡର ଜେନେଭାସ୍ଥିତ ‘କ୍ରିଷ୍ଟିଜ୍‌...

ସ୍କୁଟି ବାଇକ୍‌ ଧକ୍କାରେ ଜଣେ ମୃତ, ୩ ଗୁରୁତର

ଆସିକା, ୧୪ା୪ (ସୁରେନ୍ଦ୍ର ନାଥ ସାହୁ): ଆସିକା-ଭଞ୍ଜନଗର ମୁଖ୍ୟ ରାସ୍ତାର ଆସିକା ଥାନା ଅନ୍ତର୍ଗତ ବାଲିସିରା ଛକ ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୁଟି ସହ...

୪୮ ହଜାର ଟଙ୍କାରୁ ଅଧିକ ବିଦ୍ୟୁତ ବିଲ ଆସୁଥିଲେ କଟିଯିବ ପେନସନ

ଜୟପୁର,୧୪।୪: ରାଜସ୍ଥାନ ସରକାର ଏକ ବଡ଼ ଏବଂ ବହୁଚର୍ଚ୍ଚିତ ନିଷ୍ପତ୍ତି ନେବାକୁ ଯାଉଛନ୍ତି, ଯାହା ଦ୍ୱାରା ହଜାର ହଜାର ପେନସନଭୋଗୀଙ୍କ ନିଦ ହଜାଇପାରେ। ଏବେ ବାର୍ଷିକ...

ଭାଜପା ପକ୍ଷରୁ ସମ୍ବିଧାନ ପ୍ରଣେତାଙ୍କ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଭାଜପା ତରଫରୁ ବ୍ଲକ୍‌ସ୍ତରୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଜୟନ୍ତୀ ଡୁମୁରିଆ ପଞ୍ଚାୟତ ନୂଆଗାଁରେ...

ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): ମହା ବିଷୁବ ସଂକ୍ରାନ୍ତି, ଶ୍ରୀ ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ସକାଶେ ସୋମବାର କେନ୍ଦୁଝର ଜିଲା ପାଟଣା ଅଞ୍ଚଳର ହନୁମାନ...

ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ

ନୂଆପଡ଼ା,୧୪ା୪ (ମକାରୁ ବେମାଲ) ଓଡ଼ିଆ ପକ୍ଷ ପାଳନର ସୋମବାର ଶେଷ ଦିନରେ ନୂଆପଡା ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସୋମବାର ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ...

ବି. ଆର୍‌. ଆମ୍ବେଡକରଙ୍କ ଜୟନ୍ତୀ ପାଳିତ

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଉନ ହଲରେ ସୋମବାର ସନ୍ଧ୍ୟାରେ ଭାରତ ରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଡକରଙ୍କ  ଜୟନ୍ତୀ ପାଳିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image