ଶ୍ମଶାନ ନିକଟରେ ଶିଶୁ ଉଦ୍ୟାନକୁ ନେଇ ଅସନ୍ତୋଷ

ବ୍ରହ୍ମପୁର ଅଫିସ,୧୦ା୩: ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଓ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସହର ବିଭିନ୍ନ ୱାର୍ଡରେ ଥିବା ଖାଲି ସ୍ଥାନ ଗୁଡିକରେ ଶିଶୁ ଉଦ୍ୟାନ ନିର୍ମାଣ କରାଯାଇଛି। ତେବେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶିଶୁ ଉଦ୍ୟାନଗୁଡିକର ପୁନରୁଦ୍ଧାର ଓ ମରାମତି କାର୍ଯ୍ୟ ବର୍ତ୍ତମାନ ନିର୍ବାଚନ ଆଚରଣ ବିଧି ଯୋଗୁ ବନ୍ଦ ରହିଛି। ତେବେ ବିଭିନ୍ନ ୱାର୍ଡରେ ଥିବା ଶିଶୁ ଉଦ୍ୟାନକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ବ୍ରହ୍ମପୁର ମହାନଗର ନିଗମ ୪୦ ନଂ. ୱାର୍ଡ ଅନ୍ତର୍ଗତ ଆଙ୍କୁଲି ମୌଜାରେ ଥିବା ଲକ୍ଷ୍ମୀ ନାରାୟଣ ନଗରଠାରେ ବିଡିଏ ପକ୍ଷରୁ ନିର୍ମିତ ଶିଶୁ ଉଦ୍ୟାନକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ, ଏହି ପାର୍କଟି ଶ୍ମଶାନ ନିକଟରେ ରହିଛି। ଫଳରେ ପାର୍କ ନିର୍ମାଣ ହେବା ପରଠାରୁ ଛୋଟ ଶିଶୁ କିମ୍ବା ବୟୋଜ୍ୟେଷ୍ଠ ଯିବା ପାଇଁ ଇଚ୍ଛା କରୁନାହାନ୍ତି। ପାର୍କଟି ବ୍ୟବହୃତ ନ ହେବାରୁ ପାର୍କ ମଧ୍ୟରେ ଅନାବନା ଘାସ ଉଠି ରହିଥିଲା। ଫଳରେ ବିଡିଏ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗତ କିଛି ଦିନ ତଳେ କାର୍ଯ୍ୟ ଜାରି ରହିଥିଲା। ବର୍ତ୍ତମାନ ପାର୍କ ମଧ୍ୟରେ ନୂତନ ଭାବେ ଭଲିବଲ ପିଚ୍‌ ନିର୍ମାଣ କରାଯାଇଛି। ଏଥିସହ ପାର୍କ ପରିସରକୁ ସଫା ସୁତରା ମଧ୍ୟ କରାଯାଇଛି। କିନ୍ତୁ ବର୍ତ୍ତମାନ କାର୍ଯ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି।
ଅନ୍ୟପଟେ ପାର୍କ ନିକଟରେ ଶବ ସଂସ୍କାର ସାଙ୍ଗକୁ ଅନ୍ୟାନ୍ୟ ଶୁଦ୍ଧି କାର୍ଯ୍ୟ ମଧ୍ୟ କରାଯାଉଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ଏପରିକି ଶୁଦ୍ଧି କାର୍ଯ୍ୟ ସମୟରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ପାର୍କ ସମ୍ମୁଖରେ ପଡି ରହୁଛି। ଏହାକୁ ସଫେଇ କରିବା କ୍ଷେତ୍ରରେ କେହି ବି ପଦକ୍ଷେପ ଗ୍ରହଣ କରୁ ନ ଥିବା ଅଭିଯୋଗ ହୋଇଛି। ଏଥିସହ ପାର୍କ ମଧ୍ୟରେ ଅନେକ ସମୟରେ ବିଷାକ୍ତ ସରୀସୃପ ବିଚରଣ କରୁଥିବାରୁ ଏହାକୁ ନେଇ ମଧ୍ୟ ସ୍ଥାନୀୟ ବାସିନ୍ଦା ଭୟଭୀତ ହେଉଛନ୍ତି। ଏଣୁ ପାର୍କଟିକୁ ଅନ୍ୟତ୍ର ସ୍ଥାନକୁ ସ୍ଥାନାନ୍ତର କରାଗଲେ ସାଧାରଣ ଲୋକଙ୍କ କ୍ଷେତ୍ରରେ ବ୍ୟବହାର ଉପଯୋଗୀ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏ ନେଇ ବିଡିଏ ସଚିବ ସମ୍ବିତ ରାଉତଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ବର୍ତ୍ତମାନ ନିର୍ବାଚନ ଆଚରଣ ବିଧି ଯୋଗୁ ବହୁ ପାର୍କର କାର୍ଯ୍ୟ ବନ୍ଦ ରହିଛି। ଆଚରଣ ବିଧି ଉଠିବା ପରେ ପାର୍କର ଉନ୍ନତୀକରଣ କାର୍ଯ୍ୟ ସାଙ୍ଗକୁ ଜନସାଧାରଣଙ୍କ ସମସ୍ୟା ଦିଗରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

 ପାଖରେ ନାହିଁ ଅର୍ଥ, ଝିଅର ଚିକିତ୍ସା ପାଇଁ  ସହାୟତା ନିବେଦନ କଲେ ମା’

ଛତ୍ରପୁର,୧୯।୧୨(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦର ବାସିନ୍ଦା ପ୍ରିୟଙ୍କା ଗୌଡ଼ଙ୍କ ଝିଅ  ଶ୍ରୀୟା ଦୀର୍ଘ ୧୦ ବର୍ଷ ହେବ ମସ୍ତିଷ୍କ ବିକୃତି...

ଅମିତ ଶାହାଙ୍କ ଇସ୍ତଫା ଦାବି କଲା ଆମ୍‌ ଆଦ୍‌ମୀ ପାର୍ଟି

ଛତ୍ରପୁର,୧୯ା୧୨(ସନ୍ତୋଷ ପାଢ଼ୀ): ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ପ୍ରତି ଭାରତର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦେଇଥିବା ଅପମାନ ସୂଚକ ମନ୍ତବ୍ୟ ପ୍ରତିବାଦରେ ଆମ ଆଦ୍‌ମୀ...

ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ କଂଗ୍ରେସ ବ୍ଲକ ସଭାପତି ଏନ୍‌ ଗଣେଶ ରେଡ୍ଡୀ, ଚିକିତ୍ସା ଚାଲିଥିବାବେଳେ…

ଗଞ୍ଜାମ,୧୯ା୧୨(ବିଦ୍ୟାଧର ସାହୁ): କଂଗ୍ରେସର ବରିଷ୍ଠ ନେତା ତଥା ଗଞ୍ଜାମ ବ୍ଲକ ସଭାପତି ଏନ୍‌. ଗଣେଶ ରେଡ୍ଡୀଙ୍କ ଦେହାନ୍ତ ହୋଇଛି। ଖବର ପାଇ କାଇଞ୍ଚପୁର ଗ୍ରାମସ୍ଥିତ ନିଜ...

ମେଘୁଆ ପାଗକୁ ଦେଖି ଚିନ୍ତାରେ ଚାଷୀ

ଗଞ୍ଜାମ,୧୯।୧୨(ବିଦ୍ୟାଧର ସାହୁ):ଗତ ଦୁଇଦିନ ହେଲା ପାଗ ମେଘୁଆ ରହିଛି। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସ୍ଥାନୀୟ ଅଞ୍ଚଳର ଚାଷୀ l ଗଞ୍ଜାମ ବ୍ଲକ ଅଞ୍ଚଳରେ...

ବ୍ରହ୍ମପୁର ବିଜେଡି କର୍ପୋରେଟରଙ୍କୁ ଭେଟିଲେ ନବୀନ, କହିଲେ ‘ ମେୟରଙ୍କୁ ସମ୍ମାନ ଦିଅ’

ବ୍ରହ୍ମପୁର,୧୮ା୧୨(ସ୍ମୃତି ରଂଜନ ମହାଲିକ)-ବିବାଦରୁ ଦୂରେଇ ଶୃଙ୍ଖଳିତ ହୁଅ। ମିଳିମିଶି ଦଳର ସଂଗଠନକୁ ଅଧିକ ମଜଭୁତ ପାଇଁ କାମ କର। ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି)ର ବିଜେଡି...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ପ୍ରତି ଆକ୍ରମଣ ଘଟଣା: ୨ ଗଲେ ଜେଲ୍‌

ଦିଗପହଣ୍ଡି,୧୮ା୧୨(ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ପ୍ରତି ଆକ୍ରମଣ ଘଟଣାରେ ସମ୍ପୃକ୍ତ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ...

ବିଜେଡି କର୍ପୋରେଟରଙ୍କୁ ନବୀନଙ୍କ ଡାକରା, ସମାଧାନ ହେବ କି ଗୋଷ୍ଠୀକନ୍ଦଳ

ବ୍ରହ୍ମପୁର,୧୮ା୧୨(ସ୍ମୃତିରଞ୍ଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ବିଜେଡି କର୍ପୋରେଟର ଏବଂ ମେୟର ଓ ଡେପୁଟି ମେୟରଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ଭୁବନେଶ୍ୱର ନବୀନ...

ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଏତଲା କରିଥିବା ଆଉ ୩ ଜଣ ଓହରିଲେ

ବ୍ରହ୍ମପୁର,୧୮।୧୨: ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାରୁ ଓହରିଲେ ଆଉ ୩ ଏତଲାକାରୀ। ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଏତଲା କରିଥିବା ଆଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri