କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଔଷଧ ଓ କେମିକାଲ ଅଭାବ ନେଇ ଅସନ୍ତୋଷ

କେନ୍ଦୁଝର, ୪।୭(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ଓ ଡାକ୍ତରଖାନା (ଜିଲା ମୁଖ୍ୟ ଡାକ୍ତରଖାନା)ରେ ଔଷଧ ସାଙ୍ଗକୁ କେମିକାଲର ଅଭାବ ଯୋଗୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି ା ଏଣୁ ରୋଗୀମାନେ ବାହାରୁ ମେଡିସିନ କିଣିବା ସହ ବିଭିନ୍ନ ପ୍ରକାରର ଟେଷ୍ଟ ବାହାରେ କରୁଛନ୍ତି ା ଫଳରେ ଏଠାରେ ନିରାମୟ ଯୋଜନା ଫେଲ ମାରୁଛି ା
ପ୍ରକାଶ ଯେ, କେନ୍ଦୁଝର ଜିଲା ମଖ୍ୟାଳୟରେ ଧରଣୀଧର ମେଡିକାଲ କଲେଜ ଓ ଡାକ୍ତରଖାନାରେ ଉପଯୁକ୍ତ ତଦାରଖ ଓ ପରିଚାଳନା ଅଭାବରୁ ବ୍ୟାପକ ଅବ୍ୟବସ୍ଥା ଦେଖାଦେଉଥିବାରୁ ଅସନ୍ତୋଷ ବଢୁଛି ା କିଛି ଦିନ ହେଲା କେମିକାଲ ଅଭାବରୁ ଡାଇବେଟିକ, କିଡନୀ, ଲିଭର, ଗଣ୍ଠିବାତ ଆଦି ଟେଷ୍ଟ ହେଉନାହିଁ ା ଫଳରେ ରୋଗୀମାନେ ବାହାରେ ଏହି ଟେଷ୍ଟ କରିବାକୁ ବାଧ୍ୟ ହେଉଛନ୍ତି ଏବଂ ବହୁତ ଖର୍ଚ୍ଚାନ୍ତ ହେଉଛନ୍ତି ା ବିଶେଷ କରି ଗରିବ ଲୋକମାନେ ଏହା ଦ୍ୱାରା କ୍ଷତିଗ୍ରସ୍ତ ହେଉଛନ୍ତି। ପଇସା ନ ଥିଲେ ବାହାରେ ଏହିସବୁ ଟେଷ୍ଟ କରିପାରୁନାହାନ୍ତି ା ଫଳରେ ଅନେକ ବିନା ଚିକିତ୍ସାରେ ଘରକୁ ଫେରୁଛନ୍ତିି ା ସେହିପରି ବହୁ ଔଷଧ ମିଳୁ ନ ଥିବାରୁ ରୋଗୀ ମାନେ ବାହାରୁ ଔଷଧ କିଣିବାକୁ ବାଧ୍ୟ ହେଉଛନ୍ତି ା