Advertisement

ଭୋଟ୍‌ ଗଣତିକୁ ନେଇ ଅସନ୍ତୋଷ: ପୁନଃ ଗଣନା ଦାବି

କେନ୍ଦୁଝର,୨ା୩(ସ୍ବ.ପ୍ର.): ସଦର ବ୍ଲକ ବାଉରୀପଦା ପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀ ନିର୍ମଳା ଦେହୁରୀ ପୁନଃ ଭୋଟ ଗଣନା ଦାବି କରିଛନ୍ତି। ଏନେଇ ବୁଧବାର ସଦର ବିଡିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଭୋଟ ଗଣନା ବେଳେ ଉପସ୍ଥିତ ଥିବା ତାଙ୍କ ଏଜେଣ୍ଟ ମଙ୍ଗଳୁ ଚରଣ ନାୟକ କହିଛନ୍ତି, ତାଙ୍କ ଗ୍ରାମର ବୁଥ୍‌ର ୧୪୦ଟି ଭୋଟ ନାକଚ ହୋଇଛି। ସେ ସମୁଦାୟ ୨୪୫୭ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ବିଜୟୀ ପ୍ରାର୍ଥିନୀ ବିନୋଦିନୀ ଦେହୁରୀ ୨୫୨୦ ଭୋଟ୍‌ ପାଇଛନ୍ତି। ଏଣୁ ପୁନଃ ଭୋଟ୍‌ ଗଣନା କରିବାକୁ ସେ ନିବେଦନ କରିଛନ୍ତି। ତାଙ୍କ ସମର୍ଥକମାନେ ଆଜି ବିଡିଓଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share