Posted inଜାତୀୟ

ତାମିଲନାଡୁ ରାଜ୍ୟ ସଙ୍ଗୀତ ଗାନ ବେଳେ ବିଭ୍ରାଟ: ରାଜ୍ୟପାଳଙ୍କୁ ଦୋଷଦେଲେ ଷ୍ଟାଲିନ୍‌

ଚେନ୍ନାଇ,୧୯ା୧୦:ଚେନ୍ନାଇସ୍ଥିତ ଦୂରଦର୍ଶନ କେନ୍ଦ୍ରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ବେଳେ କଣ୍ଠଶିଳ୍ପୀମାନେ ତାମିଲନାଡୁର ରାଜ୍ୟ ସଙ୍ଗୀତ ଗାନ ସମୟରେ ଏହାର କେତୋଟି ପଂକ୍ତି ଛାଡ଼ିଦେବାରୁ ବଡ଼ ବିବାଦ ମୁଣ୍ଡ ଟେକିଛି। ରାଜ୍ୟପାଳ ଆର୍‌. ଏନ୍‌. ରବିଙ୍କ ଅଧ୍ୟକ୍ଷତାରେ ଉତ୍ସବ ଅନୁଷ୍ଠିତ ହୋଇଥିବାରୁ ତାଙ୍କ ଇଙ୍ଗୀତରେ ଜାଣିଶୁଣି ଏପରି କରାଯାଇଥିବା ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ସମାଲୋଚନା କରିଛନ୍ତି। ଏହି ପ୍ରସଙ୍ଗରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ମୁହାଁମୁହିଁ ହୋଇଛନ୍ତି। ଇତିମଧ୍ୟରେ ଷ୍ଟାଲିନ୍‌ ଅଣହିନ୍ଦୁଭାଷୀ ରାଜ୍ୟଗୁଡ଼ିକ ଉପରେ ହିନ୍ଦୀ ଭାଷାକୁ ଲଦି ନ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇଥିବା ପତ୍ରରେ ଷ୍ଟାଲିନ୍‌ ଲେଖିଛନ୍ତି, ଅଣହିନ୍ଦୀ ରାଜ୍ୟରେ ହିନ୍ଦୀଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ ନିଷ୍ପତ୍ତିର କେନ୍ଦ୍ର ସରକାର ପୁନର୍ବିଚାର କରିବା ଉଚିତ। ଅନ୍ୟଥା ଏଭଳି ପଦକ୍ଷେପ ଅଞ୍ଚଳ ଅଞ୍ଚଳ ମଧ୍ୟରେ ଭାଷାଗତ ପରିଚୟକୁ ନେଇ ଉତ୍ତେଜନା ସୃଷ୍ଟି କରିବ। ଭାରତ ଏକ ଭାଷାଗତ ବିବିଧତାପୂର୍ଣ୍ଣ ଦେଶ। ଯଦି କେନ୍ଦ୍ର ସରକାର ଏଭଳି କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି, ତେବେ ସ୍ଥାନୀୟ ଭାଷାକୁ ମଧ୍ୟ ସମାନ ପ୍ରାଥମିକତା ଦେବା ଆବଶ୍ୟକ। ଷ୍ଟାଲିନ୍‌ ଆହୁରି କହିଛନ୍ତି, କେନ୍ଦ୍ର ଯେଉଁ ରାଜ୍ୟରେ ଏପରି କାର୍ଯ୍ୟକ୍ରମର ଆୟୋଜନ କରୁଛି, ସେଠାକାର ଶାସ୍ତ୍ରୀୟ ଭାଷାକୁ ସମ୍ମାନ ଦେବା ଉଚିତ। ଏଭଳି କରାଗଲେ ସବୁ ସମ୍ପ୍ରଦାୟ ମଧ୍ୟରେ ସଦ୍‌ଭାବ ବୃଦ୍ଧି ପାଇବ ବୋଲି ଷ୍ଟାଲିନ୍‌ ଯୁକ୍ତି ବାଢ଼ିଛନ୍ତି। ସେହିପରି ଏଆଇଏଡିଏମ୍‌କେ ମୁଖ୍ୟ ଇ.କେ. ପାଲାନିସ୍ବାମୀ ମଧ୍ୟ ରାଜ୍ୟ ସଙ୍ଗୀତରୁ ପଂକ୍ତିକୁ ଛାଡ଼ିଦେବା ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସମାଲୋଚନା କରିଛନ୍ତି। କଂଗ୍ରେସ ରାଜ୍ୟପାଳଙ୍କ ଭୂମିକାକୁ ନିନ୍ଦା କରିଛି। ରାଜ୍ୟପାଳ ରବି ଷ୍ଟାଲିନ୍‌ଙ୍କ ପ୍ରତିକ୍ରିୟାର ଜବାବ ଦେବାକୁ ଯାଇ କହିଛନ୍ତି, ମୁଖ୍ୟମନ୍ତ୍ରୀ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣି ବର୍ଣ୍ଣଭେଦି ମନ୍ତବ୍ୟ ଦେଇଛନ୍ତି। ଏହା ଏକ ଶସ୍ତା ମନ୍ତବ୍ୟ ଯାହକି ମୁଖ୍ୟମନ୍ତ୍ରୀ ଭଳି ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିଙ୍କ ମର୍ଯ୍ୟାଦା ହାନି କରୁଛି। ଦୂରଦର୍ଶନ କେନ୍ଦ୍ର ଚେନ୍ନାଇ ପକ୍ଷରୁ ଏହି ଅନିଚ୍ଛାକୃତ ତ୍ରୁଟି ପାଇଁ କ୍ଷମା ମଗାଯାଇଛି। ତାମିଲ କିମ୍ବା ରାଜ୍ୟ ସଙ୍ଗୀତ ‘ତାମିଝ ଥାଇ ଭଲ୍‌ଥୁ’କୁ ଅସମ୍ମାନ କରିବା କଣ୍ଠଶିଳ୍ପୀମାନଙ୍କ ଉଦ୍ଦେଶ୍ୟ ନ ଥିଲା ବୋଲି ସ୍ପଷ୍ଟୀକରଣ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ହତ୍ୟା ଧମକ ନେଇ ମୁହଁ ଖୋଲିଲେ ପିତା: କ୍ଷମା ମାଗିବା ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୧୯।୧୦: ଅଭିନେତା ସଲମାନ ଖାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଆସୁଥିବା ଧମକ ଉପରେ ମୁହଁ ଖୋଲିଛନ୍ତି ପିତା ସଲିମ ଖାନ। ସେ କହିଛନ୍ତି, ସଲମାନ କାହାକୁ...

‘ବୋରଲିନ’ ବ୍ୟବହାର କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ, ବୈଜ୍ଞାନିକ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୮।୧୦: ବୈଜ୍ଞାନିକଙ୍କ ବଡ଼ ଖୁଲାସା! ଆୟୁର୍ବେଦିକ କ୍ରିମ ଭାବରେ ଜଣାଶୁଣା ଓ ପ୍ରତିଟି ଘରେ ବ୍ୟହହୃତ ହେଉଥିବା ବୋରଲିନ ଆଣ୍ଟିସେପ୍ଟିକ କ୍ରିମ ଆୟୁର୍ବେଦିକ କ୍ରିମ୍‌ ନୁହେଁ।...

ରାଜସ୍ଥାନର ଲେଡି ସିଙ୍ଘମ ଆଇପିଏସ୍‌ଜଣଙ୍କ କିଏ? ଯାହାଙ୍କ ସ୍କାନର୍‌ରେ ୨୪ ଘଣ୍ଟା ରହୁଛନ୍ତି ଲରେନ୍ସ ବିଶ୍ନୋଇ…

ନୂଆଦିଲ୍ଲୀ,୧୮।୧୦: ମହାରାଷ୍ଟ୍ରର ମୁମ୍ବାଇର ବାନ୍ଦ୍ରାଠାରେ ଦଶହରା ଦିନ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ତାଙ୍କ ହତ୍ୟାର ଦାୟିତ୍ୱ ନେଇଛନ୍ତି।...

କଂଗ୍ରେସକୁ ଟାର୍ଗେଟ କଲେ ସଞ୍ଜୟ ରାଉତ, କହିଲେ ଅକ୍ଷମ ନେତା…

ମୁମ୍ବାଇ,୧୮।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ମହା ବିକାଶ ଆଗାଡିରେ ଆସନ ବୁଝାମଣାରେ ସମସ୍ୟା ଉପୁଜୁଛି। ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଆସନ ବଣ୍ଟା...

ଡିଜେ ସାଉଣ୍ଡ ଶୁଣି ଟଳିପଡିଲେ ନାବାଳକ

ଭୋପାଳ,୧୮।୧୦: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଡିଜେର ଉଚ୍ଚ ସ୍ବର ଯୋଗୁ ଜଣେ ନାବାଳକଙ୍କ ଜୀବନ ଯାଇଛି। ନିକଟରେ ଦଶହରା...

ସଲମାନ କେମିତି କ୍ଷମା ମାଗିଲେ ମାନି ଯିବେ ଲରେନ୍ସ, ଜାଣନ୍ତୁ କ୍ଷମା ମାଗିବାକୁ କ’ଣ ରହିଛି କଡା ନିୟମ

ମୁମ୍ବାଇ,୧୮।୧୦: ରାଜାନେତା ବାବା ସିଦ୍ଦିକୀଙ୍କ ହତ୍ୟା ପରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କ ଘର ନିକଟରେ ଆସୁଥିବା ଲୋକଙ୍କ ଉପରେ...

ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ବଡ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୮।୧୦: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ମିଳିଛି। ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ କହିଛନ୍ତି ଯେ ଏପର୍ଯ୍ୟନ୍ତ...

ନିୟମ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ!

ମୁମ୍ବାଇ,୧୮।୧୦: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ମହାକାଳ ମନ୍ଦିରରେ ନିୟମ ଭାଙ୍ଗିବାର ଏକ ମାମଲା ସାମ୍ନାକୁ ଆସିଛି। ଅଭିଯୋଗ ହୋଇଛି ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri