ମା’ମହିଷାଶୁଣୀଙ୍କ ନୀତିକାନ୍ତିରେ ବିଭ୍ରାଟ

ଖଣ୍ଡପଡ଼ା,୧୯ା୮(ଅଜୟ କୁମାର ମହାରଣା): ଖଣ୍ଡପଡ଼ା ଦେବୋତ୍ତର ବିଭାଗ ଅଧୀନରେ ଥିବା ବିଭିନ୍ନ ଦେବାଦେବୀ ମନ୍ଦିର ପରିଚାଳନା ପାଇଁ ରାଜରାଜୁଡା ଅମଳରୁ ବହୁ ଜମି ରହିଛି ା ସେଥିରୁ ପ୍ରତିମାସରେ ବିଧି ବ୍ୟବସ୍ଥା କ୍ରମେ ଆର୍ଥିକ ବ୍ୟବସ୍ଥା ରହିଛି ା
ମାତ୍ର ଉକ୍ତ ଜମିରୁ ଉପତ୍ାଦିତ ହେଉଥିବା ଶସ୍ୟ କିମ୍ବା ଏ ବାବଦ ଅର୍ଥ ଠିକ ସମୟରେ ଦେବୋତ୍ତର ବିଭାଗକୁ ପ୍ରଦାନ କରାଯାଉ ନ ଥିବାରୁ ପୂଜା ନୀତିରେ ବିଶୃଙ୍ଖଳା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି ା ତେବେ ଖଣ୍ଡପଡା ତହସିଲ ଅଧୀନ ଜଗନ୍ନାଥ ପ୍ରସାଦ ପଞ୍ଚାୟତ ଦରଦା ମହିଷାଶୁଣୀ ମନ୍ଦିର ପାଇଁ ପ୍ରାୟ ୪୦ ଏକରରୁ ଉର୍ଦ୍ଧ ଜମି ଖଞ୍ଜା ରହିଥିବା ବେଳେ ୫ଟି ପୋଖରୀ ମଧ୍ୟ ରହିଛି ା ରାଜରାଜୁଡା ଅମଳରୁ ପ୍ରତିଷ୍ଠିତ ଏହି ଶକ୍ତିପୀଠରେ ବାର ମାସରେ ତେର ପର୍ବ ଅନୁଷ୍ଠିତ ହୋଇଥାଏ ା ପ୍ରତିବର୍ଷ ପୋଖରୀଗୁଡିକୁ ନିଲାମ ନେଇ ମାଛ ଚାଷ କରୁଥିବା ବ୍ୟକ୍ତି ମାନେ ଖଣ୍ଡପଡା ଦେବୋତ୍ତର କାର୍ଯ୍ୟାଳୟରେ ଦେୟ ପୈଠ କରିବାର ନିୟମ ରହିଛି ା ମାତ୍ର ଜମି ଓ ପୋଖରୀକୁ ଦଖଲ କରିଥିବା ବ୍ୟକ୍ତିମାନେ ଠିକ୍‌ ରୁପେ ଦେୟ ପୈଠ କରୁ ନ ଥିବାରୁ ମନ୍ଦିର ପରିଚାଳନାରେ ଗୁରୁତର ସମସ୍ୟା ସୃଷ୍ଟି ହେବା ସହ ଠାକୁରାଣୀଙ୍କ ନୀତିକାନ୍ତିରେ ବିଭ୍ରାଟ ଦେଖାଦେଇଛି ା ଏପରି କି ଖଣ୍ଡପଡ଼ା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ତଥା ତହସିଲଦାର ଲିପ୍ସା ରାୟ ବାରମ୍ବାର ଏ ସମ୍ପର୍କରେ ସେମାନଙ୍କୁ ତାଗିଦା କରିବା ସହ ଦଖଲକାରୀଙ୍କ ନିକଟକୁ ନୋଟିସ ପଠାଇଥିଲେ ହେଁ କୌଣସି ସୁଫଳ ମିଳୁ ନ ଥିବା ଜଣାପଡିଛି ା ତେବେ ମନ୍ଦିରର ସମ୍ପତ୍ତି ଦଖଲ କରିଥିବା ସ୍ଥାନୀୟ ଅଞ୍ଚଳର ଗଦାଧର ବଳିଆଙ୍କ ନାମରେ ୪୫ ହଜାର ୮ଶହ ୭୦ ଟଙ୍କା ରହିଥିବା ବେଳେ ଅନ୍ୟ ଜଣେ ବାସିନ୍ଦା ପ୍ରଫୁଲ୍ଲ ନାୟକ ଠାକୁରାଣୀଙ୍କ ଜାଗାକୁ ଦୀର୍ଘ ବର୍ଷ ଧରି ଜବରଦଖଲରେ ରଖିଛନ୍ତି ା ଉଭୟଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତହସିଲଦାର ରାୟ ଗତ ଜୁନ ୧୨ ତାରିଖରେ ଫତେଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ା ମାତ୍ର ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉ ନ ଥିବାରୁ ସମ୍ପୃକ୍ତ ବ୍ୟକ୍ତିମାନେ ଠାକୁରାଣୀଙ୍କ ପ୍ରାପ୍ୟ ପ୍ରଦାନରେ ଅବହେଳା କରୁଛନ୍ତି ା ତେବେ ପୋଲିସ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଏ ନେଇ ତହାସିଲଦାର ତଥା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ଗତ ୧୬ ତାରିଖରେ ଏସ୍‌ପି ଓ ଏସ୍‌ଡିପିଓଙ୍କୁ ଲିଖିତ ଭାବେ ଜଣାଇଥିବା ଦୃଷ୍ଟି ଆକର୍ଷଣ କରିଥିବା ଦେବୋତ୍ତର ମ୍ୟାନେଜର ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ ସୂଚନା ଦେଇଛନ୍ତି ା