Posted inUncategorized

ବିପନ୍ନ କୃଷି ଓ ହତାଶ ଚାଷୀ

ବୈକୁଣ୍ଠନାଥ ମିଶ୍ର

 

ଭାରତୀୟ କୃଷି ମୌସୁମୀ ବାୟୁର କ୍ରୀଡ଼ନକ। ଯେଉଁ ବର୍ଷ ମୌସୁମୀ ପ୍ରବାହ ଯେତେ ସୁଗମ ସେ ବର୍ଷ କୃଷି ପାଇଁ ଅନୁକୂଳ ବୋଲି ମନେକରାଯାଏ। ନିଅଣ୍ଟିଆ ବୃଷ୍ଟି କିମ୍ବା ବୃଷ୍ଟିର ପ୍ରାବଲ୍ୟ ସମୁଦାୟ କୃଷକ କୁଳକୁ ଉଚ୍ଛନ୍ନ କରିଦିଏ। ପାଣିପାଗ ବିଭାଗର ମୌସୁମୀ ପ୍ରବାହଜନିତ ଆକଳନ ପ୍ରତି କୃଷକ କ୍ରମେ ବୀତସ୍ପୃହ ହେଲାଣି। ମୌସୁମୀ ଆଗମନର ଚିରାଚରିତ ସମୟ ସାରଣିରେ ବ୍ୟାପକ ପରିବର୍ତ୍ତନ ପରିଦୃଷ୍ଟ। ଏବର୍ଷ ନିର୍ଦ୍ଧାରିତ ସମୟର ପ୍ରାୟ ଏକ ସପ୍ତାହ ପରେ ମୌସୁମୀ କେରଳ ସ୍ପର୍ଶ କଲା ଏବଂ ଓଡ଼ିଶାରେ ନିର୍ଦ୍ଧାରିତ ସମୟର୧୫/୨୦ ଦିନ ପରେ ପ୍ରବେଶ କଲା। ହେଲେ ସ୍ଥାନେ ସ୍ଥାନେ ସାମାନ୍ୟ ବୃଷ୍ଟିକରି କେଉଁଆଡ଼େ ଲୁଚିଗଲା। ଚାଷୀ ବୁଝି ସାରିଲାଣି ଯେ, ବୃଷ୍ଟିପାତ ମୌସୁମୀଜନିତ ନ ହୋଇ କେବଳ ଲଘୁଚାପ ଉପରେ ନିର୍ଭର କରୁଛି। ବୃଷ୍ଟିପାତର ଅନିଶ୍ଚିତତା ଯୋଗୁ ଏ ବର୍ଷ ଓଡ଼ିଶାରେ ବିଶେଷକରି ଉପକୂଳ ଅଞ୍ଚଳରେ ପ୍ରାରମ୍ଭିକ ଚାଷକାର୍ଯ୍ୟ ଘୋର ପ୍ରଭାବିତ ହୋଇଛି। ଧାରା ଶ୍ରାବଣ ଖରା ଶ୍ରାବଣରେ ପରିବର୍ତ୍ତିତ ହୋଇଛି। ତେବେ ଏବେ ଲଘୁଚାପ ଜନିତ ବର୍ଷା ଚାଷୀଙ୍କୁ କିଛି ଆଶ୍ୱସ୍ତ କରିଛି।
୨୦୧୦ରୁ ୨୦୨୩ ମଧ୍ୟରେ ଆମ ରାଜ୍ୟ ୮ଟି ମରୁଡ଼ିର ସମ୍ମୁଖୀନ ହୋଇଛି। ମରୁଡ଼ି ପରିସ୍ଥିତିର ସମ୍ଭାବନା ଦେଖାଦେଲେ ସରକାରୀ ସ୍ତରରେ ବୈଠକ ବସି ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯାଏ। ଏବର୍ଷ ମଧ୍ୟ ଅନୁରୂପ ବୈଠକ ବସି ସାରିଛି। କୃଷି ବିଭାଗର ପରାମର୍ଶ ହେଲା ସମ୍ଭାବ୍ୟ ମରୁଡ଼ି ପ୍ରତିକାର ପାଇଁ କ୍ଷତିଗ୍ରସ୍ତ ଚାଷୀ ସହଳ କିସମର ବିହନ ବ୍ୟବହାର କରନ୍ତୁ। କିନ୍ତୁ କ୍ଷୋଭ ଓ ପରିତାପର ବିଷୟ ହେଲା କୃଷକ ଯେଉଁ ବିହନ ସଂଗ୍ରହ କରିଥିଲା ତାକୁ କ୍ଷେତରେ ବୁଣିଦେବା ପରେ ଆଉ ବିହନ କ୍ରୟ ପାଇଁ ତା’ପାଖରେ ସମ୍ବଳ ନାହଁି। ଦ୍ୱିତୀୟତଃ ଜୁଲାଇ ଶେଷବେଳକୁ ବିହନ ଗଜା ହେବାର ସମ୍ଭାବନା କ୍ଷୀଣ। ପ୍ରକୃତି ଯେତେବେଳେ ଦାଉ ସାଧିବ କେଉଁ ସରକାର ବା ପ୍ରତିକାର ପାଇଁ ସକ୍ଷମ ହେବ? ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି କେବଳ ବୃଷ୍ଟିପାତ ଅନିୟମିତତାକୁ ଯେ ଆମନ୍ତ୍ରଣ କରେ ତା’ ନୁହେଁ; ବ୍ୟାପକ ଫସଲହାନିର କାରଣ ମଧ୍ୟ ସାଜେ। ଓଡ଼ିଶାରେ ଗୋଟିଏ ପଟେ ବୃଷ୍ଟିପ୍ରାବଲ୍ୟ ଓ ଅନ୍ୟପଟେ ବୃଷ୍ଟିହୀନତା ପ୍ରକୃତିର ଭିନ୍ନ ଏକ ରୂପ। ଜୁଲାଇରେ ତାପମାତ୍ର ବୃଦ୍ଧି ବ୍ୟାପକ ଫସଲହାନି ଘଟାଉଛି ଓ କୃଷକର ଆୟ ପ୍ରଭାବିତ ହେବା ଯୋଗୁ ସେ ଘୋର ନୈରାଶ୍ୟ ମଧ୍ୟକୁ ଠେଲି ହୋଇଯାଉଛି। କୃଷକର ମସ୍ତିଷ୍କରେ ସକଳ ବିପରୀତ କ୍ରିୟା ସୃଷ୍ଟି ହେଉଛି। କ୍ରମ ବର୍ଦ୍ଧମାନ ପରିବାର ଖର୍ଚ୍ଚ ଭରଣା କରିବାରେ ଅସମର୍ଥ କୃଷକ ବିଷାଦଗ୍ରସ୍ତ ହୋଇପୁଡଛି। ଫଳରେ ସେ ହିଂସାତ୍ମକ ମାର୍ଗକୁ ଆପଣେଇ ନେଉଛି। ସ୍ଥଳ ବିଶେଷରେ ଆତ୍ମହତ୍ୟାର ମାର୍ଗ ବାଛି ନେଉଛି।
ଏକେତ ଫସଲ ଅମଳ ସନ୍ତୋଷଜନକ ନୁହେଁ; ଦ୍ୱିତୀୟତଃ ସେ ଯେତିକି ଫସଲ ଅମଳ କରୁଛି ତାକୁ ମଧ୍ୟ ଉଚିତ ଦରରେ ବିକ୍ରି କରିପାରୁ ନାହିଁ। ଧାନ କଥା ଦେଖାଯାଉ। ମଣ୍ଡିରେ ନିର୍ଦ୍ଧାରିତ ଦରରେ ଧାନବିକ୍ରି ସମ୍ଭବ ହେଉନାହିଁ। ନାନା ଆଳ ଦେଖାଇ ମିଲର କୁଇଣ୍ଟାଲ ପିଛା ୪ରୁ ୫ କିଗ୍ରା ଧାନ କାଟିନେଉଛି। ଘରୋଇ ବ୍ୟବସାୟୀଙ୍କୁ ଧାନ ବିକ୍ରିରେ ଶତକଡ଼ା ୨୫ରୁ ୩୦ ଭାଗ କ୍ଷତି ସହିବାକୁ ହେଉଛି। ୨୦୧୭ରେ ଓଡ଼ିଶା ବିଧାନସଭାରେ ଏକ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା ଯେ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) କୁଇଣ୍ଟାଲ ପିଛା ୨୯୩୦ ଟଙ୍କା ଧାର୍ଯ୍ୟ କରାଯିବା ପାଇଁ ଦାବି କରାଯିବ, ତାହା ହେଲା ନାହିଁ। ପୁନର୍ବାର ୨୦୨୨ନଭେମ୍ବର ୨୯ ତାରିଖରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଧାନରେ ସର୍ବନିମ୍ନ ସହାୟକ ମୂଲ୍ୟ ୩୪୦୦ ଟଙ୍କା ଧାର୍ଯ୍ୟ କରିବାକୁ ଦାବି କରାଗଲା। ମାତ୍ର ଫଳସ୍ବରୂପ ଏବର୍ଷ ଅର୍ଥାତ ୨୦୨୩-୨୪ ବର୍ଷ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ମାତ୍ର ୨୧୮୩ ଟଙ୍କା ଧାର୍ଯ୍ୟ ହୋଇଛି। ଏଠାରେ ସ୍ମରଣ କରାଯାଇପାରେ ଯେ ଉପା ସରକାର ଅମଳରେ ବିଶିଷ୍ଟ କୃଷି ବୈଜ୍ଞାନିକ ଡ. ସ୍ବାମୀନାଥନଙ୍କ ଅଧ୍ୟକ୍ଷତାରେ ଏକ କମିଶନ ନିଯୁକ୍ତି କରାଯାଇ ଧାନର ଉପତ୍ାଦନ ଖର୍ଚ୍ଚ ଆକଳନର ବ୍ୟବସ୍ଥା କରାଯାଇଥିଲା। କମିଶନଙ୍କ ସୂତ୍ର ଆଧାରରେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରିତ ପାଇଁ ସ୍ଥିର କରିଥିଲେ। ଏଥିରେ କୃଷକ ଆବଶ୍ୟକ କରୁଥିବା ସମସ୍ତ ଖର୍ଚ୍ଚ ଯଥା ସାର, କୀଟନାଶକ, ମୂଲମଜୁରି, ବିହନ କ୍ରୟ, ଜମି ମାଲିକର ଦେୟ, କୃଷି ଉପକରଣ ଇତ୍ୟାଦି ସମସ୍ତ ଖର୍ଚ୍ଚ ଉପରେ ଅନୁମୋଦିତ ସୁଧ ମିଶାଇ ଧାର୍ଯ୍ୟ କରାଯିବ।
ସ୍ବାମୀନାଥନ କମିଶନଙ୍କ ଉପରୋକ୍ତ ସୂତ୍ରବିଶିଷ୍ଟ ସୁପାରିସ ଯଦି ସରକାର ଗ୍ରହଣ କରିଥାନ୍ତେ, ତେବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି କେବେ ବି ୪ହଜାରରୁ କମ୍‌ ହେବ ନାହିଁ। ଓଡ଼ିଶା ସରକାରଙ୍କ ଦାବି ୨୦୧୭ ଓ ୨୦୨୨ ଯଥାକ୍ରମେ ୨୯୦୦ ଓ ୩୪୦୦ ଟଙ୍କା କମିଶନଙ୍କ ସୁପାରିସ ଅନୁଯାୟୀ ନ ହେଲେ ମଧ୍ୟ ନିହାତି ନିରୁତ୍ସାହଜନକ ନୁହେଁ। କିନ୍ତୁ ଭାରତ ସରକାର ଏ ଦାବିକୁ ଏପର୍ଯ୍ୟନ୍ତ ଗ୍ରହଣ କରି ନାହାନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା ଏ ପର୍ଯ୍ୟନ୍ତ କେବଳ ସରକାରୀ ନୀତି ନିର୍ଘଣ୍ଟର ଏକ ଅଂଶବିଶେଷ ହୋଇରହିଛି। ମାତ୍ର ଏହା କୃଷକର ଆଇନସମ୍ମତ ଅଧିକାରର ମାନ୍ୟତା ପାଇନାହିଁ। ଏହା ପରୋକ୍ଷରେ ସୂଚାଇ ଦେଉଛି ଯେ, ସରକାର ଚାହିଁଲେ କୃଷକର ଫସଲକୁ ସହାୟକ ମୂଲ୍ୟ ବିନିମୟରେ କ୍ରୟ କରିବେ, ନ କରିପାରିବେ ମଧ୍ୟ। କେନ୍ଦ୍ର ସରକାର କୌଣସି ପରିସ୍ଥିତିରେ କୃଷକର ପ୍ରାପ୍ୟକୁ ଆଇନସମ୍ମତ ଭାବେ ସ୍ବୀକୃତି ଦେବାକୁ ଚାହାନ୍ତି ନାହିଁ। ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ଥରେ ଆଇନସମ୍ମତ ହେଲେ ସରକାର ସ୍ବାମୀନାଥନ କମିଶନଙ୍କ ସୁପାରିସ ଅନୁସାରେ କୃଷକକୁ ତା’ର ପ୍ରାପ୍ୟ ଦେବାକୁ ବାଧ୍ୟ ହେବେ। କୃଷି ଓ କୃଷକଙ୍କ ବିରୋଧୀ ବୋଲି କୁହାଯାଉଥିବା ୩ଟି ଆଇନକୁ ସରକାର ପ୍ରତ୍ୟାହାର କରିଥିଲେ ମଧ୍ୟ କୃଷକର ସହାୟକ ମୂଲ୍ୟ ପ୍ରାପ୍ତିର ଦାବିକୁ ଗ୍ରହଣ କରିନାହାନ୍ତି।
ଓଡ଼ିଶା କୃଷକର ଦୁଃଖ ଅବର୍ଣ୍ଣନୀୟ। ବହୁ ସମୟରେ ମରୁଡି ପଦଧ୍ୱନି ଶୁଣାଯାଉଥିବା ବେଳେ ବହୁ ଅଞ୍ଚଳରେ କେନାଲ ମାଧ୍ୟମରେ ଜଣସେଚନ ବାସ୍ତବ ରୂପ ନେଇପାରିନାହିଁ। ଅଗଷ୍ଟ ମାସରେ ବି ଶାଖା କେନାଲଗୁଡିକ ଜଳଶୂନ୍ୟ ଭାବେ ପଡିରହିଛି। ଫସଲ କ୍ଷୟକ୍ଷତିଜନିତ ବୀମା ଏପର୍ଯ୍ୟନ୍ତ ପ୍ରହସନରେ ପରିଣତ ହୋଇଛି କହିଲେ ଭୁଲ୍‌ ହେବ ନାହିଁ। ବାରମ୍ବାର ନାନା କାରଣରୁ ଫସଲ କ୍ଷତିଗ୍ରସ୍ତ ହେଉଥିଲେ ମଧ୍ୟ ବୀମା ରାଶି ପ୍ରଦାନର କୌଣସି ସ୍ଥିରତା ନାହିଁ। ସବୁଠାରୁ ଦୁର୍ଗତିର ସାମ୍‌ନା କରେ ଭାଗଚାଷୀ। ସରକାରୀ ସହାୟତା (ଯଦି କେବେବା ମିଳେ) ଜମି ମାଲିକ ତାକୁ ଚଞ୍ଚକତା କରି ହାତେଇ ନେଉଛି। ଅତଏବ ସବୁଦୃଷ୍ଟିରୁ ଚାଷୀଟି ବିଚରା ହତାଶ।
ସିଦ୍ଧଳ, ଜଗତ୍‌ସିଂହପୁର
ମୋ-୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ପଳାଶୁଣୀ ଛକରେ ଛକି ବସିଥିଲା ମୃତ୍ୟୁ: ୫ମାସ ହେଲା ଶିଳାନ୍ୟାସରେ ଅଟକିଛି ଫୁଟ୍‌ ଓଭରବ୍ରିଜ୍‌

ଭୁବନେଶ୍ୱର,୨୧ା୧୧(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱରରେ ରହୁଥିବା ପୁଅ ପାଖକୁ ଗଁାରୁ ଆସୁଥିଲେ ବାପା। ଦୁଇଟି ବ୍ୟାଗରେ ଭର୍ତ୍ତିକରି ଆଣିଥିଲେ ବିଭିନ୍ନ ପ୍ରକାର ପରିବା, ଚାଉଳ, ଲୁଗାପଟା ଆଦି...

ଟଙ୍କାରେ ପ୍ରଲୋଭିତ ହେଲେନି ଚାନ୍ଦବାଲିବାସୀ: ସୁଲତା

ଭଦ୍ରକ,୧୬ା୧୧(ସନାତନ ରାଉତ): ରଙ୍ଗ ବଦଳାଇଲେ ଲୋକଙ୍କ ଭଲପାଇବା ନେଇପାରିବେନି କି ସେମାନଙ୍କ ହୃଦୟ ପରିବର୍ତ୍ତନ କରିପାରିବେ ନାହିଁ। ଭଦ୍ରକ ଜିଲା ଧାମରାରେ ବିଜେଡି ପକ୍ଷରୁ ଆୟୋଜିତ...

ଆଇପିଏଲ୍‌ ନିଲାମରୁ ବାଦ୍‌ ପଡ଼ିଲେ ଜୋଫ୍ରା ଆର୍ଚର, ୩୭୦ ଖେଳାଳିଙ୍କ ଉପରେ ଝୁଲିଲା ଖଣ୍ଡା; କିଛି ଏଭଳି ରହିଛି କାରଣ…

ନୂଆଦିଲ୍ଲୀ,୧୫।୧୧: ଆଇପିଏଲ୍‌ ୨୦୨୫ ଲାଗି ଫାଇନାଲ ଖେଳାଳି ତାଲିକା ଜାରି କରାଯାଇଛି। ନଭେମ୍ବର ୨୫ ଏବଂ ୨୬ରେ ଏସବୁ ଖେଳାଳିଙ୍କ ଉପରେ ନିଲାମ ଡକାଯିବ। ଏହି...

ଯାତ୍ରା ଦର୍ଶକଙ୍କୁ ପିଟିଲା ପୋଲିସ

ଚାନ୍ଦବାଲି,୧୦।୧୧(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି କାଳୀପୂଜାରେ ଯାତ୍ରା ଟିକେଟ କାଟିବାକୁ ଆସିଥିବା ଦର୍ଶକଙ୍କୁ ସର୍ବସମ୍ମୁଖରେ ପୋଲିସ ପିଟିଛି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ...

ଜାଲିଆତିରେ ସବୁ ରେକର୍ଡ ଭାଙ୍ଗିଛି କଂଗ୍ରେସ: ମୋଦି

ମୁମ୍ବାଇ,୯ା୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି। ସେ କହିଛନ୍ତି, କଂଗ୍ରେସ ଜାଲିଆତିରେ...

କେନାଲ କଡ଼ରେ ପଡ଼ିଛି ଡ୍ରାଇଭରଙ୍କ ମୃତଦେହ,ତଦନ୍ତ ଆରମ୍ଭ କଲା ବରଗଡ଼ ପୋଲିସ

ବରଗଡ଼, ୭।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବ୍ରହ୍ମଚାରୀ ନିକଟ କେନାଲ କଡରୁ ଗୁରୁବାର ସ୍ଥାନୀୟ ଟାଉନ ଥାନା ପୋଲିସ ଜଣଙ୍କ ମୃତଦେହ ଉଦ୍ଧାର କରିଛି। ମୃତକଜଣଙ୍କ...

ଦୁର୍ଘଟଣା ପରେ ଅଟୋ ଚାଳକଙ୍କୁ ଆକ୍ରମଣ: ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଚାପା ଉତ୍ତେଜନା

ଭୁବନେଶ୍ୱର,୫ା୧୧(ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରେ ଟାଟା ଏସିଇ ଓ ଅଟୋ ମଧ୍ୟରେ ସୋମବାର ଅପରାହ୍ନରେ ଧକ୍କା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଚାପା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri