Categories: ଜାତୀୟ

ମାଗଣାରେ ବାଣ୍ଟିଲେ ପେଟ୍ରୋଲ; କାରଣ ଜାଣିଲେ…

ଭୋପାଳ,୧୬।୧୦: ଦେଶରେ ଦିନକୁ ଦିନ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ଖୁସିରେ ମାଗଣା ପେଟ୍ରୋଲ ବାଣ୍ଟିବା ଖବର ଚର୍ଚ୍ଚାର ବିଷୟ ପାଲଟିଛି। ପେଟ୍ରୋଲ ପମ୍ପ ମାଲିକ ଦୀପକ ସୈନାନୀଙ୍କ ପରିବାରରେ ଏକ କନ୍ୟା ସନ୍ତାନ ଜନ୍ମ ହେବା ଖୁସିରେ ସେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ତାଙ୍କ ଭଉଣୀ ଶିଖା ପରୱାଲ ଅକ୍ଟୋବର ୯ରେ ଏକ କନ୍ୟା ସନ୍ତାନ ଜନ ଦେଇଥିଲେ। ନବରାତ୍ରୀ ଅବସରରେ ଏହି ଖୁସି ଖବର ଆସିଥିବାରୁ ସେ ଲୋକଙ୍କୁ ଖୁସିରେ ପେଟ୍ରୋଲ ବାଣ୍ଟିଥଲେ। ସୈନାନୀ କହିଛନ୍ତି ଯେ,ଗ୍ରାହକମାନଙ୍କୁ ଶସ୍ତା ଉପାୟରେ ଆକର୍ଷିତ କରିବାର କୌଣସି ଉଦ୍ଦେଶ୍ୟ ନାହିଁ। ସେଥିପାଇଁ ସେ ଅକ୍ଟୋବର ୧୩ରୁ ୧୫ ମଧ୍ୟରେ ସକାଳ ୯ରୁ ୧୧ ଓ ଅପରାହ୍ନ ୫ରୁ ସା ୭ ଯାଏ ୧୦ପ୍ରତିଶତ ଅତିରିକ୍ତ ପେଟ୍ରୋଲ ବାଣ୍ଟିଛନ୍ତି। ଯେଉଁମାନେ ୨୦୦ରୁ ୫୦୦ଟଙ୍କାରେ ପେଟ୍ରୋଲ କିଣିଛନ୍ତି ସେମାନଙ୍କୁ ୧୦ପ୍ରତିଶତ ଅଧିକ ତୈଳ ପ୍ରଦାନ କରାଯାଇଛି।

Share