ଭଞ୍ଜନଗର,୨୪।୧୦(ଡି.ଏନ୍.ଏ.): ଦୀପାବଳି ଅବସରରେ ଅନେକ ଲୋକ ବାଣ ଫୁଟାଇ ପରିବେଶ ପ୍ରଦୂଷଣ କରୁଛନ୍ତି। ଏହାଦ୍ବାରା ଅନେକ ପ୍ରଦୂଷଣ ଜନିତ ସମସ୍ୟା ହେଉଛି। ତେବେ ବାଣର ଅପକାରିତା ଉପରେ ରବିବାର ଭଞ୍ଜନଗର ନିକଟସ୍ଥ ଭାଲିଆ ଖାଇଠାରେ ଥିବା ଗୋ ଗ୍ରୀନ୍ ନର୍ସରି ପକ୍ଷରୁ ଭଞ୍ଜନଗର ବ୍ରହ୍ମପୁର ମୁଖ୍ୟ ରାସ୍ତାରେ ଯାଉଥିବା ଲୋକଙ୍କୁ ସଚେତନ କରାଯାଇଥିଲା। ଏଥିସହ ରାସ୍ତାରେ ଯାଉଥିବା ଲୋକଙ୍କୁ ଶତାଧିକ ଗୋଲାପ ଫୁଲ ପ୍ରଦାନ କରାଯାଇଥିଲା। ଗୋ ଗ୍ରୀନ୍ ପକ୍ଷରୁ ଏହିଭଳି କାର୍ଯ୍ୟକ୍ରମକୁ ଲୋକେ ପ୍ରଶଂସା କରିଛନ୍ତି। ସ୍ନିଗ୍ଧା ବିଶ୍ୱାଳ, ଲକ୍ଷ୍ମୀ ଡାକୁଆ, ଚିନୁ ବେହେରା, ଗୋପାଳ ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।