Categories: ବାଣିଜ୍ୟ

ବିଓବି ପକ୍ଷରୁ ୩୪୫ ସ୍କୁଟି ବଣ୍ଟନ

ଭୁବନେଶ୍ୱର,୧୩।୧୦:ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ଓଡ଼ିଶା କ୍ଷେତ୍ର ପକ୍ଷରୁ ୩୪୫ଟି ସ୍କୁଟି ବଣ୍ଟନ କରାଯାଇଛି। ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମିଶନ ଶକ୍ତି ସ୍କୁଟର ଯୋଜନାରେ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ରାଜ୍ୟର ବିଭିନ୍ନ ବିଓବି ଶାଖା ଜରିଆରେ ସ୍କୁଟି ଋଣ ଯୋଗାଇ ଦିଆଯାଇଛି। ଏପରିକି ମହିଳା ସଶକ୍ତୀକରଣକୁ ଆହୁରି ସୁଦୃଢ଼ କରିବାରେ ବିଓବି ନିଜର ପ୍ରୟାସ ଚାଲୁ ରଖିବ ଏବଂ ଏହିପରି ଆଗକୁ ମଧ୍ୟ ମୋ ସ୍କୁଟର ଋଣ ପ୍ରଦାନ କରାଯିବ ବୋଲି ବିଓବିରର ଉପ-ମହାପ୍ରବନ୍ଧକ ଡ. ରମେଶ କୁମାର ମହାନ୍ତି ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି।

Share