Advertisement

ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନ

ବଅଁରପାଳ,୨୧ା୧୦(ଉପେନ୍ଦ୍ର ରାଉତ): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ସଭାଘର ଓ ବଉଳିଗଡ଼ଠାରେ ଅନୁଗୋଳ ଜିଲା ଶ୍ରମ କାର୍ଯ୍ୟାଳୟ ଓ ଜିଲା ପ୍ରଶାସନ ପକ୍ଷରୁ ନିର୍ମାଣ ଶ୍ରମିକଙ୍କୁ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ଯୋଗଦେଇ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ବିଡିଓ ଲୋଚନ ଦାସ ଯୋଗଦାନ କରିଥିଲେ। ଜିଲା ଶ୍ରମିକ ସଙ୍ଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ସହକାରୀ ଶ୍ରମ ଅଧିକାରୀ ଦେବ ପ୍ରସାଦ ମହାନ୍ତି ସଭା ସଞ୍ଚାଳନ କରିଥିଲେ। ଶ୍ରମ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ। ୨ଟି ସ୍ଥାନରେ ହୋଇଥିବା ସହାୟତା ବଣ୍ଟନ ଶିବିରରେ ମୋଟ ୫୪୪ ଜଣଙ୍କୁ ନୂତନ ଶ୍ରମ କାର୍ଡ ପ୍ରଦାନ କରାଯାଇଥିଲା। ୧୦ ଜଣ ଶ୍ରମିକଙ୍କୁ ଅଣ ସଙ୍ଗଠିତ ନୂତନ କାର୍ଡ ଦିଆଯାଇଥିଲା। ୯୦ ଜଣ ନିର୍ମାଣ ଶ୍ରମିକଙ୍କୁ ମୋଟ ୪୩ ଲକ୍ଷ ୫୮ ହଜାର ୪ଶହ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା। ଯୁଗ୍ମ ଲେବର କମିଶନର ମହେଶ୍ୱର ନାଏକ ନିର୍ମାଣ ଶ୍ରମିକଙ୍କୁ ସହାୟତା ଓ ନୂତନ ପଞ୍ଜୀକରଣ ବାବଦରେ ଅବଗଡ କରିଥିଲେ। ଡିଭିଜନାଲ ଲେବର କମିଶନର ଇତିଶ୍ରୀ ଗାଗରାଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପକରେ ସୂଚନା ଦେଇଥିଲେ। ସହକାରୀ ଶ୍ରମ ଅଧିକାରୀ ପ୍ରିୟମ୍ବଦା ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share