Categories: ବାଣିଜ୍ୟ

ପିଏନ୍‌ବି ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ଭୁବନେଶ୍ୱର,୨୩।୮: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ର ଅଞ୍ଚଳ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ବନ୍ୟା ପ୍ରଭାବିତ ନିମାପଡା ଏବଂ ଗୋପ ଅଞ୍ଚଳର ଲୋକମାନଙ୍କୁ ୧୦୦୦ ପ୍ୟାକେଟ୍‌ର ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ବ୍ୟାଙ୍କର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ ଏହି ରିଲିଫ ସହାୟତା ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ପିଏନବି ଭୁବନେଶ୍ୱର ଅଞ୍ଚଳର ଅଞ୍ଚଳ ପ୍ରବନ୍ଧକ ଏ. ଉଦୟ ଭାସ୍କର ରେଡ୍ଡୀଙ୍କ ଉପସ୍ଥିତିରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିମାପଡାଠାରେ ରିଲିଫ୍‌ ଭ୍ୟାନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଉପ-ଅଞ୍ଚଳ ପ୍ରବନ୍ଧକ ଜନ୍ମେଜୟ ଦୀକ୍ଷିତ, ଭୁବନେଶ୍ୱର ମଣ୍ଡଳ ମୁଖ୍ୟ ଚିରଞ୍ଜନ ପୃଷ୍ଟି, ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟର ଅଞ୍ଚଳ ମାର୍କେଟିଂ ମୁଖ୍ୟ ପ୍ରତାପ କୁମାର ବୈରିଗଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ।

Share