କରୋନା ମୁକାବିଲା ପାଇଁ ହୋମିଓପାଥିକ୍‌ ଓଷଧ ବଣ୍ଟନ: ସମ୍ବର୍ଦ୍ଧିତ ହେଲେ ଝାରସୁଗୁଡ଼ାର ୨ ଡାକ୍ତର

ଝାରସୁଗୁଡା ଅଫିସ,୩ା୮: କରୋନା ମୁକାବିଲା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଟିକା ବାହାରି ନାହିଁ। ଏଣୁ ସରକାର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପରାମର୍ଶ ଦେଇ ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଝାରସୁଗୁଡା କାଳି ମନ୍ଦୀର ପରିସରରେ କାଲିବାଡି ଦୁର୍ଗାପୁଜା କମିଟି ତରଫରୁ ସୋମବାର ଏକ ସ୍ବତନ୍ତ୍ର କ୍ୟାମ୍ପ୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜେଡିଏସ୍‌ ମଲ୍‌ଟି ସୁପର ସ୍ପେଶାଲିଟି ହୋମିଓପାଥିକ୍‌ ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର ତରଫରୁ ବିଭିନ୍ନ ଲୋକଙ୍କୁ ମାଗଣାରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଓଷଧ ବଣ୍ଟନ କରାଯାଇଛି। ଆୟୋଜକ କମିଟିର ତାପସ ରାୟ ଚୌଧୁରୀଙ୍କ ଆବାହକତ୍ୱରେ ସୁନିଲ ଚକ୍ରବର୍ତ୍ତୀ, ସପନ ରକ୍ସିତ, ନିହାର ତ୍ରିପାଠୀ, ଆଶିଶ ଭଟାଚାର୍ଯ୍ୟ, ସନ୍ଦିପ ଅୱସ୍ତି, ଉଜ୍ୱଲ ଚାଟାର୍ଜୀ, ଉଜ୍ୱଲ ଘୋଷ, ଅରୁନ ଚଇନି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କୋଭିଡ୍‌ ମୁକାବିଲାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଝାରସୁଗୁଡାର ଡାକ୍ତର ଦେଶଲୋକ ଶର୍ମା ଓ ଡା.ଜିତେଶ ଶର୍ମାଙ୍କୁ ଆୟୋଜକଙ୍କ ପକ୍ଷରୁ ସମ୍ବଦ୍ଧିତ କରାଯାଇଛି।