ଭୁବନେଶ୍ୱର,୧୦।୨:ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍ବି)ର ସମ୍ବଲପୁର କ୍ଷେତ୍ର ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଶେଷକରି ବ୍ୟାଙ୍କର ପରମାଣପୁର ଶାଖା ପରିସରରେ କୃଷି ଋଣ ତଥା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ସଚେତନତା ଶିବିର ଆୟୋଜିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଏସ୍ଏଚ୍ଜିଙ୍କୁ ୪୦ଟି ଋଣ ମଞ୍ଜୁରି ପତ୍ର ବଣ୍ଟନ କରାଯାଇଥିଲା। ଅପରପକ୍ଷରେ ବ୍ୟାଙ୍କର ସମ୍ବଲପୁର ମଣ୍ଡଳ ପ୍ରମୁଖ ଲିଙ୍ଗରାଜ ଲୁହାଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଜାରି ରହିଥିଲା। ଏହି ଅବସରରେ ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ଶାଶ୍ୱତ ସାହୁ, ପରମାଣପୁର ଶାଖାର ଶାଖା ମୁଖ୍ୟ, ଜିଲା କୃଷି ଅଧିକାରୀ, ପିଏନ୍ବି ବ୍ୟାଙ୍କ ମିତ୍ର, ବ୍ୟାଙ୍କର ବ୍ୟବସାୟିକ ପ୍ରତିନିଧି ଏବଂ ବିପିଏମ୍ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବ୍ୟାଙ୍କର ବ୍ୟବସାୟିକ ପ୍ରତିନିଧି, ବିପିଏମ୍ ଓ ମିତ୍ରମାନେ ପରିଚାଳନା କରିଥିଲେ।