Categories: ବାଣିଜ୍ୟ

ଏଏମ୍‌ଏନ୍‌ଏସ ଇଣ୍ଡିଆ ପକ୍ଷରୁ ରିଲିଫ୍‌ ସାମଗ୍ରୀ ପ୍ରଦାନ

ଭୁବନେଶ୍ୱର,୧୨।୮: ଆର୍ସଲରମିତଲ ନିପ୍ପନ୍‌ ଷ୍ଟିଲ୍‌ (ଏଏମ୍‌ଏନ୍‌ଏସ) ଇଣ୍ଡିଆ ବନ୍ୟା ପ୍ରପିଡିତ ଗ୍ରାମାଞ୍ଚଳଗୁଡିକରେ ରିଲିଫ ବିତରଣ ପାଇଁ ଆବଶ୍ୟକୀୟ ରିଲିଫ ସାମଗ୍ରୀ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍‌ ପ୍ରଶାସନକୁ ପ୍ରଦାନ କରାଯାଇଛି। ଏପରିକି କୁଜଙ୍ଗ ବ୍ଲକରେ ବନ୍ୟା ଯୋଗୁଁ ଜନଜୀବନ,ପଶୁସମ୍ପଦ ଓ ସମ୍ପତିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କମ୍ପାନୀର ସିଏସ୍‌ଆର୍‌ ପଦକ୍ଷେପ ଅଧିନରେ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ କୁଜଙ୍ଗ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କୁ ଉକ୍ତ ରିଲିଫ୍‌ ସାମଗ୍ରୀ ପ୍ରଦାନ କରାଯାଇଛି। ଏହି ଅବସରରେ ଏବିଡିଓ ଜ୍ଞାନନନ୍ଦ ନାୟକ, କୁଜଙ୍ଗ ବ୍ଲକ୍‌ ଡେଭଲପ୍‌ମେନ୍ଟ୍‌ ଆକାଉନ୍ଟସ୍‌ ଅଫିସର ବସନ୍ତ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ଏହି ମହତ୍‌ କାର୍ଯ୍ୟକୁ ପ୍ରଶଂସା କରି ସୌମ୍ୟଶ୍ରୀ ପାଣିଗ୍ରାହୀ କହିଥିଲେ, ଏହି ସାମଗ୍ରୀ ସରକାରଙ୍କ ସଠିକ୍‌ ସମୟରେ ଲୋକଙ୍କୁ ରିଲିଫ୍‌ ସାମଗ୍ରୀ ପ୍ରଦାନ କରିବାର ପଦକ୍ଷେପରେ ସହାୟକ ହେବ। ସେହିଭଳି ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ସିଏସ୍‌ଆର ମୁଖ୍ୟ ଡ଼ ବିକାଶ ୟାଦବେନ୍ଦୁ କହିଥିଲେ, କ୍ଷତିଗ୍ରସ୍ତ ପରିବାରଙ୍କ ସହ ଆମେ ସବୁ ସମୟରେ ରହିଛୁ ଏବଂ ସେମାନଙ୍କର ଥଇଥାନ ଓ ରିଲିଫ ସାମଗ୍ରୀ ପ୍ରଦାନ କ୍ଷେତ୍ରରେ ଜିଲ୍ଲା ପ୍ରଶାସନକୁ ସମସ୍ତ ପ୍ରକାର ସାହାଯ୍ୟ ପ୍ରଦାନ କରିବୁ।

Share