Categories: ବାଣିଜ୍ୟ

ୟୁନିୟନ୍‌ ବ୍ୟାଙ୍କ ପକ୍ଷରୁ ସୋଲାର ଟ୍ୟୁବ୍‌ ଲାଇଟ୍‌ ବଣ୍ଟନ

ଭୁବନେଶ୍ୱର,୬।୭: ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସମ୍ବଲପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଏକ ସାମାଜିକ କାର୍ଯ୍ୟକ୍ରମ ସମ୍ବଲପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ କେନ୍ଦୁପାଲି ଗ୍ରାମର ଆର୍ଥିକ ଅନଗ୍ରସର ମହିଳାମାନଙ୍କୁ ୨୦୦ ସୋଲାର ଟ୍ୟୁବ୍‌ ଲାଇଟ୍‌ ବଣ୍ଟନ କରାଯାଇଛି। ଉଲ୍ଲେଖଯୋଗ୍ୟ, ୟୁନିୟନ୍‌ ବ୍ୟାଙ୍କର ସୋସିଆଲ ଫାଉଣ୍ଡେଶନ୍‌ ଏବଂ ପରିଚୟ ଫାଉଣ୍ଡେଶନ୍‌ର ମିଳିତ ସହଯୋଗରେ ଉକ୍ତ ବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏପରିକି ବ୍ୟାଙ୍କର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ ଉକ୍ତ କାର୍ଯ୍ୟକ୍ରମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳର ଅଞ୍ଚଳ ମୁଖ୍ୟ ସର୍ଭେଶ ରଞ୍ଜନ, ସମ୍ବଲପୁର କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ମୁଖ୍ୟ ଧର୍ମେନ୍ଦ୍ର ରାଜୋରିଆ, ସମ୍ବଲପୁର କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟ ପ୍ରବନ୍ଧକ ସମ୍ବିତ ମିଶ୍ରଙ୍କ ସମେତ ବ୍ୟାଙ୍କର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଅପରପକ୍ଷରେ ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସମାଜର ପ୍ରତ୍ୟେକ ବର୍ଗ ପାଇଁ ବିଭିନ୍ନ ଆବଶ୍ୟକତା ଭିିତ୍ତିକ ପ୍ରତିଯୋଗିତାମୂଳକ ଉପତ୍ାଦ ସହିତ ୧୪କୋଟିରୁ ଊର୍ଦ୍ଧ୍ୱ ଜନସାଧାରଣଙ୍କୁ ବ୍ୟାଙ୍କିଙ୍ଗ୍‌ ସେବା ଯୋଗାଉଛି ଏବଂ ସମାଜକୁ ସମର୍ଥନ କରିବା ପାଇଁ ବିଭିନ୍ନ ସରକାରୀ ଯୋଜନାରେ ସକ୍ରିୟ ଅଂଶଗ୍ରହଣ କରୁଛି। ଏପରିକି ବ୍ୟାଙ୍କ କ୍ରମାଗତ ଭାବେ ସମଗ୍ର ଦେଶରେ ଏହିପରି ସିଏସ୍‌ଆର୍‌ କାର୍ଯ୍ୟକ୍ରମ ଆୟୋଜିତ କରି ସମାଜର ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ସାହାଯ୍ୟ କରିଆସୁଛି। ପରିଶେଷରେ ପରିଚୟ ଫାଉଣ୍ଡେଶନ୍‌ର ସଂସ୍ଥାପକ ଡ. ରୋଜାଲିନ୍‌ ପାଟଶାଣୀ ମିଶ୍ର ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଏତାଦୃଶ କାର୍ଯ୍ୟ ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share