Categories: ବାଣିଜ୍ୟ

ଟାଟା ଷ୍ଟିଲ୍‌ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ

ଭୁବନେଶ୍ୱର,୧୫।୧୨:ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଟାଟା ଷ୍ଟିଲ୍‌ ଫେରୋ ଆଲଏଜ୍‌ ଆଣ୍ଡ୍‌ ମିନେରାଲ୍ସ ଡିଭିଜନ ପକ୍ଷରୁ ସ୍କୁଲ ପିଲାମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି। ଶୀତର ପ୍ରଭାବ ଅନୁଭୂତ ହେବାରୁ ସ୍କୁଲ ପିଲାମାନଙ୍କୁ ଶୀତରୁ ସୁରକ୍ଷା ଦେବା ପାଇଁ ନିକଟରେ କର୍ମଚାରୀ ସ୍ବେଚ୍ଛାସେବିତା କାର୍ଯ୍ୟକ୍ରମର ଅଂଶ ସ୍ବରୂପ କମ୍ପାନୀର କର୍ମଚାରୀମାନେ ରେସିଡେଣ୍ଟ ବ୍ରିଜ୍‌ କୋର୍ସ ସେଣ୍ଟରର ଛାତ୍ରୀଛାତ୍ରମାନଙ୍କୁ ଶୀତବସ୍ତ୍ର (ସ୍ବେଟର) ପ୍ରଦାନ କରିଛନ୍ତି। ପିଲାମାନଙ୍କ ଉପରେ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବା ତଥା ସାମାଜିକ କଲ୍ୟାଣମୂଳକ କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବେ ଯୋଡ଼ିହେବା ଲକ୍ଷ୍ୟରେ ଟାଟା ଷ୍ଟିଲ୍‌ର କର୍ମଚାରୀମାନେ ସବୁବେଳେ ପ୍ରୟାସ କରି ଆସିଛନ୍ତି। ଟାଟା ଷ୍ଟିଲ୍‌ର ଏକ୍‌ଜିକ୍ୟୁଟିଭ୍‌ ଇନ୍‌ଚାର୍ଜ (ଏଫ୍‌ଏଏମ୍‌ଡି) ପଙ୍କଜ ସତିଜା କହିଛନ୍ତି, ସମାଜକୁ ସମୃଦ୍ଧ କରିବା ପାଇଁ କିଛି ପ୍ରତିଦାନ କରିବା ଉପରେ ଆମେ ବିଶ୍ୱାସ କରୁ ଏବଂ କର୍ମକ୍ଷେତ୍ର ବାହାରେ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ।

Share