ବରଗଡ଼,୧୯।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଜିଲା ଅତିରିକ୍ତ ଚକବନ୍ଦୀ ଓ ବନ୍ଦୋବସ୍ତ ଆୟୁକ୍ତଙ୍କ କୋର୍ଟ ବୁଧବାର ଉଦଘାଟି୍ତ ହୋଇଛି । ଉତ୍ତରାଞ୍ଚଳ ଆରଡିସି ସୁରେଶ ଚନ୍ଦ୍ର ଦଲାଇ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ବରଗଡ଼ କଚେରି ପରିସରରେ ରହିଥିବା ଉପଜିଲାପାଳଙ୍କ ଅଫିସ ପରିସରରେ ଏହି କୋର୍ଟ ଉଦ୍ଘାଟିତ ହୋଇଛି। ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହି କୋର୍ଟ ବର୍ତ୍ତମାନ ପାଇଁ ଅସ୍ଥାୟୀଭାବେ ଚାଲିବ। ତେବେ ପରେ ଏହି କୋର୍ଟ ପାଇଁ ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ ହେବ ଏବଂ ଏନେଇ ଜିଲାପାଳ ଜାଗା ଚିହ୍ନଟ କରି ସାରିଛନ୍ତି ବୋଲି ସୂଚନା ଦେଇଛନ୍ତି। ଉଦ୍ଘାଟନୀ ସମାରୋହରେ ବରଗଡ଼ ଜିଲାପାଳ ମୋନିଷା ବାନାର୍ଜୀ, ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କ ସମେତ ଓକିଲ ସଂଘର ଅନ୍ୟ କର୍ମକର୍ତ୍ତା ଏବଂ ସଦସ୍ୟମାନେ ଉପସ୍ଥିତ ଥିଲେ ।ଏହି କୋର୍ଟ ଦ୍ବାରା ବରଗଡ଼ ସମେତ ବଲାଙ୍ଗୀର ଏବଂ ସୁବର୍ଣ୍ଣପୁର ଜିଲାର ଲୋକେ ଉପକୃତ ହୋଇ ପାରିବେ ଏବଂ ଜମିଜମା ରେକର୍ ପାଇଁ ସେମାନଙ୍କୁ ସମ୍ବଲପୁର ଯିବାକୁ ପଡିବ ନାହିଁ ବୋଲି ଆର୍ଡିସି ଦଲାଇ କହିଛନ୍ତି।