୩ ବର୍ଷ ଶିଶୁର ୨ କିଡ଼ନୀ ଖରାପ: କିଡ଼ନୀ ପ୍ରତ୍ୟାରୋପଣ ବ୍ୟବସ୍ଥା କରିବ ଜିଲା ପ୍ରଶାସନ

ଛତ୍ରପୁର,୧୭।୩(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମପଞ୍ଚାୟତର ଲକ୍ଷ୍ମଣନଗର ଅଞ୍ଚଳର ଏନ.କ୍ରିଷ୍ଣା ରେଡ୍ଡୀ ଓ ଉର୍ମିଳା ରେଡ୍ଡୀଙ୍କ ୩ ବର୍ଷର କନ୍ୟା ଅନୁଷ୍କାଙ୍କ ଦୁଇଟି କିଡ଼ନୀ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । କଟକ ଶିଶୁ ଭବନରେ ନିୟମିତ ଡାଏଲିସିସ କରାଯାଉଛି । ତେବେ ତୁରନ୍ତ କିଡ଼ନୀ ପ୍ରତିରୋପଣ କରିବାକୁ ପଡ଼ିବ ନଚେତ ଛୁଆର ଜୀବନ ବିପଦ ରହିଛି ।

ଅପରପକ୍ଷରେ ମ୍ୟୁନିସିପେଣ୍ଠ ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରର ଏକ ଟିମ ସୋମବାର ଅନୁଷ୍କା ଓ ତାଙ୍କ ବାପା ମା’ଙ୍କୁ ନେଇ ଜିଲା ହେଲଦି ଇନଫର ମେଶିନ ସେଣ୍ଟରକୁ ନେଇଥିଲେ। ସେଣ୍ଟରର ମୁଖ୍ୟ ଡାକ୍ତର ବିଜୟ ପାଣିଗ୍ରାହୀ ଓ ଡାକ୍ତର ଆର. ଜଗଦୀଶ ରେଡ୍ଡୀ ଶିଶୁଟିର ସ୍ବାସ୍ଥ୍ୟ ଯାଞ୍ଚ ଏବଂ କାଗଜପତ୍ର ଦେଖି ଅନୁଧ୍ୟାନ କରିଥିଲେ। କଟକ ଶିଶୁ ଭବନ ସହ ଡାଏଲିସିସ ସମ୍ପର୍କରେ ଆଲୋଚନା ହୋଇଥିଲା। କିଡ଼ନୀ ପ୍ରତ୍ୟାରୋପଣ ପାଇଁ ଲିଖିତ ଭାବେ ଅନୁଷ୍କାର ଅଭିବାଦକଙ୍କ ପକ୍ଷରୁ ଶିଶୁଭବନକୁ ଦେବାକୁ ପରାମର୍ଶ ଦିଆଯାଇଥିଲା । ଏହାପରେ ଏହି ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି। ମ୍ୟୁନିସିପେଣ୍ଠ ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରର ସୁପରିଡେଣ୍ଟ ଡାକ୍ତର ସ୍ବାଧୀନ ରଥ ପରେ ସେମାନଙ୍କୁ ନେଇ ବ୍ରହ୍ମପୁର ଠାରେ ଗଞ୍ଜାମ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବିଜୟ ପଣ୍ଡାଙ୍କୁ ସାକ୍ଷାତ କରିଥିଲେ। କିଡ଼ନୀ ପ୍ରତ୍ୟାରୋପଣ ସମ୍ପର୍କରେ ଗଞ୍ଜାମ ଜିଲାପାଳଙ୍କ ସହ ଗଞ୍ଜାମ ଜିଲାମୁଖ୍ୟ ଚିକିତ୍ସା ଅଧିକାରୀ କଥାବାର୍ତ୍ତା ହୋଇଥିଲେ। କିଡ଼ନୀ ପ୍ରତ୍ୟାରୋପଣ ଲାଗି କଟକ ଶିଶୁଭବନରୁ ପରାମର୍ଶ ଚିଠି ଆସିଲେ ଏହା କରାଯିବ ବୋଲି ସୁପରିଡେଣ୍ଟ ଡାକ୍ତର ସ୍ବାଧୀନ ରଥ କହିଛନ୍ତି ।

ସୂଚନାଯୋଗ୍ୟ କିଡ଼ନୀ ପ୍ରତ୍ୟାରୋପଣ ପାଇଁ ଅନୁମାନିକ ୩୦ ଲକ୍ଷ ଖର୍ଚ୍ଚ ହେବ। ତାହା ଓଡ଼ିଶାରେ ହେବନି ସୁଦୁର ବାଙ୍ଗାଲୋରରେ ଚିକିତ୍ସା ହେବ l ମା ତାଙ୍କ ଝିଅକୁ କିଡ଼ନୀ ଦେବେ ବୋଲି ମନସ୍ଥ କରିଥିଲେ ତେବେ ଆର୍ଥ ବାଧକ ସାଜିଥିଲା । ଏସମ୍ପର୍କରେ ଖବରପାଇ ଛତ୍ରପୁର ବ୍ଲକ ମ୍ୟୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ତପ୍ତରତା ପ୍ରକାଶ ପାଇଥିଲା। ସୂଚନାଯୋଗ୍ୟ ଅନୁଷ୍କା ଜନ୍ମ ହେବାର ୯ ମାସରୁ ବ୍ରହ୍ମପୁର , ଭୁବନେଶର, କଟକ ଓ ଶ୍ରିକାକୁଲମ ହସ୍ପିଟାଲ ରେ ଚିକିତ୍ସା କରି ସର୍ବସାନ୍ତ ହୋଇଯାଇଥିଲେ ସୁଦ୍ଧା ରୋଗ ଚିହ୍ନଟ ହୋଇପାରିନଥିଲା l ୨୦୨୫ ଜାନୁଆରୀ ଶେଷରେ କଟକ ଶିଶୁ ଭବନରେ ଏହି ରୋଗ ଚିହ୍ନଟ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ବିନା ସେଫ୍ଟିରେ ଚାଲିଛି ପାଣି ଟାଙ୍କି ନିର୍ମାଣ

ଗଞ୍ଜାମ,୨୧ା୩(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଓ୍ବାର୍ଡ ନଂ ୧୧ ଓ ୧୨ ଦାମୋଦରପୁର କାଳୀମନ୍ଦିରସ୍ଥିତ କଲେଜ ରୋଡ୍‌ଠାରେ ବହୁ ଉଚ୍ଚତା ବିଶିଷ୍ଟ ପାଣି ଟାଙ୍କି...

ଅପହଞ୍ଚ ଅଞ୍ଚଳକୁ ଟ୍ୟାଙ୍କରରେ ହେଉଛି ଜଳ ଯୋଗାଣ

ସମ୍ବଲପୁର,୨୧ା୩(ପ୍ରମୋଦ ବହିଦାର): ସମ୍ବଲପୁର ମହାନଗରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୯ଟି ଜଳ ବିଶୋଧନାଗାର ରହିଛି। ପାନୀୟ ଜଳ ବିତରଣକାରୀ ସଂସ୍ଥା ୱାଟ୍‌କୋ ସମ୍ପୂର୍ଣ୍ଣ...

ସାତଜନ୍ମର ସାଥୀ ହେଲେ ୨ ଦିବ୍ୟାଙ୍ଗ, ଅନ୍ୟମାନଙ୍କ ପାଇଁ ସୃଷ୍ଟି କଲେ ଉଦାହରଣ

ବରଗଡ଼,୨୧ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବନ୍ଧପାଲି ଗ୍ରାମର ଚଞ୍ଚଳା ମାଝୀ ଏବଂ ସମ୍ବଲପୁର ଜିଲା ଗମ୍ଭାରିପଙ୍କ ଗ୍ରାମର ଶାନ୍ତନୁ ମଟାରୀ ଜନ୍ମରୁ ଦିବ୍ୟାଙ୍ଗ। ଉଭୟେ ଭଲ...

ଶିଶୁବାଟିକାରେ ନାମଲେଖାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣପତ୍ର

ଦେବଗଡ଼,୨୧।୩(ଶଶାଙ୍କ ଶେଖର ଝାଙ୍କର): ସମଗ୍ର ଶିକ୍ଷା ଦେବଗଡ଼ ଆନୁକୂଲ୍ୟରେ ଜିଲାର ସରକାରୀ ବିଦ୍ୟାଳୟରେ ୫ ବର୍ଷରୁ ଊର୍ଦ୍ଧ୍ୱ ଶିଶୁମାନଙ୍କ ଶିଶୁବାଟିକା ଓ ୬ ବର୍ଷରୁ ଊଦ୍ଧ୍ୱର୍ର୍...

ଓଲଟିଲା ବରଯାତ୍ରୀ ଗାଡ଼ି: ଜଣଙ୍କ ଜୀବନ ଗଲା, ୬ ଆହତ

ଭବାନୀପାଟଣା,୨୧ା୩: କଳାହାଣ୍ଡି ଜିଲା ଧର୍ମଗଡ଼ରେ ଶୁକ୍ରବାର ଏକ ବରଯାତ୍ରୀ ଗାଡ଼ି ଓଲଟି ପଡ଼ିଛି। ଫଳରେ ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ...

ଦହିବରା ଖାଇ ଶତାଧିକ ଅସୁସ୍ଥ

ଯାଜପୁର/ବରୀ(ହର୍ଷବର୍ଦ୍ଧନ ବେହେରା/ମହେନ୍ଦ୍ର ସ୍ବାଇଁ),୨୧ା୩: ଯାଜପୁର ଜିଲା ବରୀ ବ୍ଲକର ୩ ପଞ୍ଚାୟତ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ଘରକୁ ଘର ବୁଲି ବିକ୍ରି ହୋଇଥିବା ଦହିବରା ଖାଇ...

ତୃତୀୟ ଦିନରେ ଛାନ୍‌ଭିନ: ନବଙ୍କୁ ବାଜିଥିବା ଗୁଳି ଏ ଯାଏ ମିଳିନି: କ୍ରାଇମବ୍ରାଞ୍ଚ

ଝାରସୁଗୁଡ଼ା,୨୦।୩(ଆଶିଷ ରଞ୍ଜନ ଦାଶ): ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ୨ଜଣିଆ ଟିମ୍‌ ଗୁରୁବାର ୩ୟ ଦିବସରେ ଝାରସୁଗୁଡା ମୁଖ୍ୟ...

ଜେସିବିରେ ଏଟିଏମ୍‌ ତାଡିନେଲେ…

ଝାରସୁଗୁଡ଼ା,୨୦।୩(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରସ୍ଥିତ ସଦର ଥାନା ଅନ୍ତର୍ଗତ ବିଟିଏମ୍‌ ଛକରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମ୍‌ ମେଶିନକୁ ଦୁର୍ବୃତ୍ତମାନେ ଜେସିବି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image