ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ରଙ୍କ ବିୟୋଗରେ ଜିଲା ଭାଜପାର ଶୋକ

ଅନୁଗୋଳ,୧୭।୩(ମାନସ ବିଶ୍ୱାଳ): ନୂଆଦିଲ୍ଲୀଠାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ୮୩ ବର୍ଷ ବୟସରେ ପରଲୋକ ହୋଇଯାଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ଏକାଧାରରେ ଜଣେ ଚିକିତ୍ସକ, କୃଷିବିତ ଏବଂ ସମାଜସେବୀ ଥିଲେ।

୧୯୪୧ ଜୁଲାଇ ୧୬ରେ ସେ ଜନ୍ମ ଗ୍ରହଣ କରିଥିଲେ। କଣିହାଁ ଓ ତାଳଚେରରୁ ପ୍ରାଥମିକ ଓ ହାଇସ୍କୁଲ ଶିକ୍ଷା ପରେ ଅନୁଗୋଳ କଲେଜରୁ ଉଚ୍ଚଶିକ୍ଷା ହାସଲ କରିଥିଲେ। ୧୯୬୬ରେ କଟକ ଏସ୍‌ସିବି ମେଡିକାଲ କଲେଜରୁ ଏମ୍‌ବିବିଏସ୍‌ ସେ ଡିଗ୍ରୀ ହାସଲ କରିଥିଲେ। ପରେ ତାଳଚେର ଡେରାରେ ମେଡିକାଲ ଅଫିସର ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ ।

୧୯୭୩ରେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ। ପରେ ସେ ୧୯୮୦ରେ ଭାଜପାରେ ଯୋଗ ଦେଇଥିଲେ। ୧୯୮୦ରୁ ୮୩ ପର୍ଯ୍ୟନ୍ତ ସେ ଭାଜପା ତାଳଚେର ମଣ୍ଡଳର ସଭାପତି ଥିଲେ। ୧୯୮୩ରେ ଢେଙ୍କାନାଳ ଜିଲା ଭାଜପା ସଭାପତି ହୋଇଥିଲେ । ୧୯୮୪ରେ ଦେବଗଡ଼ ଆସନରୁ ଭାଜପାର ଏମ୍‌ପି ପ୍ରାର୍ଥୀ ଭାବେ ସେ ନିର୍ବାଚନ ଲଢିଥିଲେ । ୧୯୮୮ରେ ସେ ଭାଜପାର ରାଜ୍ୟ ସଭାପତି ହୋଇଥିଲେ। ୧୯୯୭ରେ ଭାଜପା ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ହୋଇଥିଲେ।

୧୯୯୮ରେ ସେ ଦେବଗଡ଼ ଲୋକସଭା ଆସନରୁ ନିର୍ବାଚିତ ହୋଇ କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ୧୯୯୯ରେ ପୁଣି ଦେବଗଡ଼ ଆସନରୁ ଏମ୍‌ପି ଭାବେ ନିବାଚିତ ହେବା ସହ କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ୨୦୦୧ରେ ସେ ଭାଜପାର ଜାତୀୟ ଉପ ସଭାପତି ହୋଇଥିଲେ। ୨୦୦୨ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିଥିଲେ।

କେନ୍ଦ୍ରମନ୍ତ୍ରୀ ଥିବା ସମୟରେ ସେ ଓଡ଼ିଶାର ଜାତୀୟ ରାଜପଥକୁ ଦୁଇଗୁଣିତ କରାଇଥିଲେ। ସେଥିପାଇଁ ତାଙ୍କୁ ଓଡ଼ିଶା ବିଧାନସଭାରେ ଦଳମତ ନିର୍ବିଶେଷରେ ସ୍ବତନ୍ତ୍ର ଭାବେ ପ୍ରସ୍ତାବ କରାଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ତାଙ୍କ ବିୟୋଗରେ ଅନୁଗୋଳ ଜିଲା ଭାଜପା ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ଢେଙ୍କାନାଳ ଏମ୍‌ପି ରୁଦ୍ର ନାରାୟଣ ପାଣି, ଅନୁଗୋଳ ଜିଲା ସଭାପତି ଯଯାତି ପଟ୍ଟନାୟକ, ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଅଶୋକ ମହାନ୍ତି, ଅଗସ୍ତି ବେହେରା, ବରିଷ୍ଠ ଭାଜପା ନେତା କାଳନ୍ଦି ସାମଲ, ପ୍ରାକ୍ତନ ମନ୍ତ୍ରୀ ସଞ୍ଜୀବ ସାହୁ, ପ୍ରାକ୍ତନ ବିଧାୟକ ରମେଶ ସାଏ, ପ୍ରାକ୍ତନ ଜିଲା ସଭାପତି ଦିଲେଶର ପ୍ରଧାନ, ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଞ୍ଜିପତିଙ୍କୁ ଚାଷୀଙ୍କ ଜମି ଟେକିଦେବା ହିଁ କୃଷିନୀତିର ଲକ୍ଷ୍ୟ: ରାଜ୍ୟସ୍ତରୀୟ କିଷାନ ମହାପଞ୍ଚାୟତ

ବରଗଡ଼,୧୭।୩(ପ୍ରେମାନନ୍ଦ ଖମାରୀ): କୃଷକମାନଙ୍କୁ ଉତ୍ପାଦିତ ଫସଲର ଉଚିତ ମୂଲ୍ୟ ମିଳୁ ନାହିଁ । ଏହି କାରଣରୁ କୃଷକମାନେ ଋଣଗ୍ରସ୍ତ ହେଉଛନ୍ତି। ବ୍ୟାଙ୍କ ଏବଂ ସାହୁକାରଙ୍କଠାରୁ ଋଣ...

କର୍ଲାପଡ଼ାକୁ ବ୍ଲକ ଘୋଷଣା ପାଇଁ ମନ୍ତ୍ରୀଙ୍କୁ ଦାବିପତ୍ର

ଭବାନୀପାଟଣା,୧୭ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ କର୍ଲାପଡାକୁ ନୂତନ ବ୍ଲକ ଘୋଷଣା ଦାବି ନେଇ ସୋମବାର ସ୍ଥାନୀୟ ଯୁବ ସଂଗଠନ ପକ୍ଷରୁ ରାଜସ୍ବ...

ମନ୍ଦିରରୁ ହୁଣ୍ଡି ଭାଙ୍ଗି ଚୋରି ଘଟଣା: ୪ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ) : ଗତ ୨୦୨୪ ନଭେମ୍ବର ୧୦ ତାରିଖ ମଧ୍ୟ ରାତ୍ରୀରେ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବୋଦାପଳସା ଗ୍ରାମର ଆରାଧ୍ୟ...

ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ

ନୂଆପଡ଼ା,୧୭ା୩ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ଅନ୍ତର୍ଗତ ଜଡାମୁଣ୍ଡା ପଞ୍ଚାୟତ କୋମଟିମୁଣ୍ଡା ଗାଁ ଖେଳ ପଡିଆ ନିକଟ ଏକ ଗଛରୁ ଜଣେ ଯୁବକଙ୍କ...

ଘରୋଇ ବିଦ୍ୟାଳୟ ସଂଘର ସାଧାରଣ ପରିଷଦ ବୈଠକ:୧୦ ବର୍ଷର ସିଓଆର୍‌ ଦେବା ପାଇଁ ଦାବି

ଭବାନୀପାଟଣା,୧୭ା୩(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଘରୋଇ ବିଦ୍ୟାଳୟ ସଂଘର ସାଧାରଣ ପରିଷଦ ବୈଠକ ସୋମବାର ସାରେ ଭବାନୀପାଟଣାସ୍ଥିତ ମଡର୍ଣ୍ଣ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ...

ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ: ପରିସ୍ଥିତି ଅଣାୟତ

ପାଟଣା,୧୭।୩(ବୀରକିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ରେଞ୍ଜ କ୍ଷୀରେଇ ଟାଙ୍ଗିରୀ ସେକ୍ସନ ୪୯ନମ୍ବର ଜାତୀୟ ରାଜପଥ ହାତୀ ବାରୀ ଗ୍ରାମ୍ୟ ଜଙ୍ଗଲରେ ସୋମବାର ରାତିରେ ଭୟାଭୟ ଅଗ୍ନିକାଣ୍ଡ...

ଦଲାଲଙ୍କ କବ୍‌ଜାରେ ଆଦିବାସୀଙ୍କ ମହୁଲ ଫୁଲ: ନା ଅଛି ବଜାର ବ୍ୟବସ୍ଥା, ନା ଧାର୍ଯ୍ୟ କରାଯାଉଛି ସହାୟକ ମୂଲ୍ୟ

ଭବାନୀପାଟଣା,୧୭ା୩(ଉତ୍ତମ କୁମାର ଦାଶ):  କଳାହାଣ୍ଡି ଜିଲାରେ ଆଦିବାସୀମାନେ ସଂଗ୍ରହ କରୁଥିବା ମହୁଲ ଫୁଲ ଏବେ ଦଲାଲଙ୍କ କବ୍‌ଜାରେ। ଏହାର ସର୍ବନିମ୍ନ ମୂଲ୍ୟ କେଜି ପିଛା ୨୫...

୭୫ ଅଭିଯୋଗ ଶୁଣାଣି କଲେ ଜିଲାପାଳ

ବରଗଡ଼,୧୭ା୩(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲା ବିଜେପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏଥିରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image