ଜିଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଲେ ପିଇଓ

କେନ୍ଦୁଝର,୧୮ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ଡାକରାରେ ଶୁକ୍ରବାର ଜିଲାର ପଞ୍ଚାୟତ ନିର୍ବାହୀ ଅଧିକାରୀ( ପିଇଓ)ମାନେ ଜିଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି। ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଯୁକ୍ତ ଦୁଇରୁ ଗ୍ରାଜୁଏସନକୁ ବୃଦ୍ଧି ସହ ପ୍ରଲେବୁଲ ୫ (୨୧୭୦୦)ରୁ ୯ କୁ (୩୫,୪୦୦) ବୃଦ୍ଧି, ୧୦ ବର୍ଷ ଚାକିରି ପୂରଣ କରିଥିବା ପିଇଓଙ୍କ ପାଇଁ ସ୍ବତନ୍ତ୍ର ପଦବୀ ସୃଷ୍ଟି ଦାବିରେ ଧାରଣାରେ ବସିଛନ୍ତି।