ଜିଲା ମୁଖ୍ୟ ଡାକ୍ତରଖାନାରେ ଅନୈତିକ କାର୍ଯ୍ୟ: ଯାଞ୍ଚ ନିର୍ଦ୍ଦେଶ ଦେଲେ ସିଡିଏମ୍‌ଓ

କେନ୍ଦୁଝର,୧୨ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ଅସ୍ଥିଶଲ୍ୟ ବିଭାଗରେ ଅନୈତିକର କାର୍ଯ୍ୟ ଚାଲିଥିବା ନେଇ ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଏହାକୁ ନେଇ କର୍ମଚାରୀ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ଡାକ୍ତରଖାନା କର୍ତ୍ତୃପକ୍ଷ ଘଟଣାର ତଦନ୍ତ ପାଇଁ ପୋଲିସରେ ଅଭିଯୋଗ ନ କରି ଆଭ୍ୟନ୍ତରୀଣ ତଦନ୍ତ ଆଳରେ ଘଟଣାକୁ ଚପାଇଦେବାକୁ ଉଦ୍ୟମ କରୁଥିବାରୁ କର୍ମଚାରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ବିଶେଷ ସୂତ୍ରରୁ ପ୍ରକାଶ, ଶନିବାର ରାତିରେ ଡାକ୍ତରଖାନାରେ ଚିକିତ୍ସିତ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ପ୍ରଲୋଭିତ କରି ସେମାନଙ୍କ ପାଖରେ ଥିବା ଦୁଇ ଜଣ ଅସହାୟ ମହିଳା ସହଯୋଗୀଙ୍କୁ ଡାକ୍ତରଖାନାର ଦୁଇ ଜଣ ଆଟେଣ୍ଡାଣ୍ଟ ସୁବିଧା ଚିକିତ୍ସା ଯୋଗାଇଦେବାଣ୍‌କୁ କହି ଏକ କୋଠରିକୁ ନେଇ ଅନୈତିକ କାର୍ଯ୍ୟ କରିଥବା ବେେଳେ ସୁରକ୍ଷାକର୍ମୀ ହାତରେ ଧରାପଡ଼ିଥିଲେ। ଏପରିକି ସେମାନେ ଅନେକ ସମୟରେ ଡାକ୍ତରଖାନା ଆସୁଥିବା ଅସହାୟ ମହିଳାମାନଙ୍କୁ ଘରକୁ ଡାକି ନେଇ ବିଭିନ୍ନ ଅନୈତିକ କାମ କରୁଥିବା ଅଭିଯୋଗ ହେଉଛି। ଏନେଇ ଅଭିଯୋଗ କଲେ ମଧ୍ୟ ଡାକ୍ତରଖାନା ପ୍ରଶାସନ ପଦକ୍ଷେପ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଆଲୋଚନା ହେଉଛି। ଏନେଇ ସିଡିଏମଓ ଡାକ୍ତର କୈଳାସ ଚନ୍ଦ୍ର ପୃଷ୍ଟି କହିଛନ୍ତି ଯେ, ସେ ଏନେଇ ଖବର ପାଇଛନ୍ତି। ଦୁଇ ଆଟେଣ୍ଡାଣ୍ଟଙ୍କୁ ନୋଟିସ କରିବା ସହ ହସ୍ପିଟାଲ ମ୍ୟାନେଜରଙ୍କୁ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି।