Advertisement

ଗଞ୍ଜାମରେ ପାଳିତ ହେଲା ଜିଲାସ୍ତରୀୟ ସ୍ବାଧୀନତା ଦିବସ; ସଂଗ୍ରାମୀଙ୍କ ତ୍ୟାଗ, ବଳିଦାନ ପାଇଁ ଆମେ ପାଇଛୁ ସ୍ବାଧିନତା: ଜିଲାପାଳ

ଛତ୍ରପୁର,୧୫।୮(ଡି.ଏନ୍‌.ଏ):ଗଞ୍ଜାମରେ ଜିଲାସ୍ତରୀୟ ୭୪ ତମ ସ୍ବାଧୀନତା ଦିବସ ସମାରୋହ ଶନିବାର ଛତ୍ରପୁରସ୍ଥିତ ପୋଲିସ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛିା ଏଥିରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରଛନ୍ତି । ଜିଲାପାଳ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନ ଯୋଗୁ ଆମେ ଏହି ସ୍ବାଧୀନତା ପାଇଛୁ। ପ୍ରତିବର୍ଷ ଜିଲାରେ ବିପର୍ଯ୍ୟୟ ଆସୁଛି । ବିପର୍ଯ୍ୟୟ ପରିଚାଳନା ଓ ଟିମ୍‌ ୱାର୍କ ଯୋଗୁ ଆମେ ସଫଳତା ପାଇଛୁ। ବିଶ୍ୱରେ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛୁ ବୋଲି ଜିଲାପାଳ କହିଛନ୍ତି ।
ଭେଙ୍କଟରାୟପୁର ଗାଁକୁ ସୁନାମୀ ପ୍ରସ୍ତୁତ ଗାଁ ଭାବେ ୟୁନିସ୍କୋ ଆୱାର୍ଡ ଦେଇଛି । ଏବେ କରୋନା ଲଢେଇ ଜାରି ରହିଛି । ଜିଲାକୁ ୪ ଲକ୍ଷ ପ୍ରବାସୀ ଫେରିଥିଲେ । ପଞ୍ଚାୟତ ସ୍ତରରେ କୋଭିଡ୍‌ ସୁପରିଚାଳନା ପାଇଁ ଗଞ୍ଜାମରେ ସୁଧାର ଆସିଲାଣି। ଆମର କରୋନା ଯୋଦ୍ଧାମାନେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଏବଂ ତାଙ୍କ ନାଁ ଇତିହାସରେ ସ୍ବର୍ଣ୍ଣ ଅକ୍ଷରରେ ଲେଖାଯିବ। ଗଞ୍ଜାମ ସବୁବେଳେ ଏମାନଙ୍କୁ ମନେ ରଖିବ ବୋଲି ଜିଲାପାଳ କହିଛନ୍ତି। ଏହି ଅବସରରେ ୨ ମୃତ କୋଭିଡ ଯୋଦ୍ଧାଙ୍କ ପତ୍ନୀଙ୍କୁ ସମ୍ମାନିତ କରାଯାଇଛିା ଏଥିସହ ୩୦ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ସର୍ବ ଭାରତୀୟ ସ୍ତରରେ ର଼୍ୟାଙ୍କରେ ଥିବା ବ୍ରହ୍ମପୁର ଓ ହିଞ୍ଜିଳି ଆଇଟିଆଇର ପ୍ରିନ୍ସପାଲଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ସମସ୍ତ ସମ୍ମାନିତ ଓ ସମ୍ବର୍ଦ୍ଧିତତମାନଙ୍କୁ ଗୋଟିଏ ଲେଖାଏ ଗଛ ମଧ୍ୟ ଦିଆଯାଇଛି । କରୋନା ଯୋଗୁ ଜନସାଧାରଣଙ୍କୁ ଏଥିରେ ସାମିଲ ହେବା ଉପରେ ସମ୍ପୂର୍ଣ୍ଣ ବାରଣ ଥିଲା। ତେବେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏଙ୍କ ସମେତ ପ୍ରଶାସନିକ , ପୋଲିସ ଅଧିକାରୀ, କର୍ମଚାରୀ ଓ ଖବରଦାତା ପ୍ରମୁଖ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel