ଭିଜିଲାନ୍ସ ଜାଲରେ ଜିଲା ଶିଳ୍ପ ଉନ୍ନୟନ ଅଧିକାରୀ

ପୁରୀ ଅଫିସ,୧୮।୮: ପୁରୀ ଜିଲା ଶିଳ୍ପ ଉନ୍ନୟନ ଅଧିକାରୀ ସୀତାରାମ ସାହୁଙ୍କ ଘରେ ବୁଧବାର ସକାଳୁ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ଏହି ଚଢ଼ାଉ କରିଥିବା ଜଣାପଡ଼ିଛି। ଏକକାଳୀନ ପୁରୀ, ଭୁବନେଶ୍ୱର ଓ ନୟାଗଡ଼ର ୫ଟି ସ୍ଥାନରେ ଚଢ଼ାଉ ଚାଲିଛି। ଏହି ଚଢାଉରେ ୮ଟି ଟିମ୍‌ ନିୟୋଜିତ କରାଯାଇଛି । ୪ ଜଣ ଡିଏସ୍‌ପି, ୫ଜଣ ଇନ୍ସପେକ୍ଟର ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ ଚଢାଉରେ ସାମିଲ ହୋଇଛନ୍ତି । ଚଢ଼ାଉ ଜାରି ରହିଥିବାରୁ ସ୍ପଷ୍ଟ ତଥ୍ୟ ମିଳି ପାରି ନାହିଁ।

Share