ଓ୍ବାଶିଂଟନ,୨୮।୨ : ଆମେରିକାରେ ମୂଳ ଭାରତୀୟ ଶାମା ହାକିମ ମେସିୱାଲା ସର୍ବସମ୍ମତି କ୍ରମେ ଆମେରିକାର କାଲିଫର୍ନିଆରେ ଥିବା ଜିଲା ଅପିଲ କୋର୍ଟର ଆସୋସିଏଟ ଜଜ ଭାବରେ ନିଯୁକ୍ତ ହୋଇଛନ୍ତି। କାଲିଫର୍ନିଆର ଜୁଡିସିଆଲ କାଉନସିଲ ତରଫରୁ ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ କାଲିଫର୍ନିଆର ସାକ୍ରାମେଣ୍ଟୋ ସହରର ତୃତୀୟ ଜିଲା ଅପିଲର ସହଯୋଗୀ ଜଜ୍ ଭାବରେ ଶାମାଙ୍କ ନିଯୁକ୍ତିକୁ ଫେବୃଆରୀ ୧୪ରେ କାଲିଫର୍ନିଆ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପାଟ୍ରିସିଆ ଗୁରେରୋ ନିଶ୍ଚିତ କରିଛନ୍ତି।
ଏହି ବିବୃତ୍ତିରେ କୁହାଯାଇଛି ଯେ ତିନିଜଣିଆ କମିଶନଙ୍କ ସର୍ବସମ୍ମତି କ୍ରମେ ଜଜ ଶାମା ନିଶ୍ଚିତ ହୋଇଥିଲେ, ଯେଉଁଥିରେ ପ୍ରଧାନ ବିଚାରପତି ଗୁରେରୋ ଚେୟାରମ୍ୟାନ ଭାବେ ମଧ୍ୟ ସାମିଲ ହୋଇଥିଲେ। ତାଙ୍କ ବ୍ୟତୀତ ଆୟୋଗରେ ଆଟର୍ନି ଜେନେରାଲ ରବି ବୋଣ୍ଟା ଏବଂ କାର୍ଯ୍ୟକାରୀ ସଭାପତି ରୋନାଲ୍ଡ ବି ରୋବି ମଧ୍ୟ ରହିଛନ୍ତି।