ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ, ଦେଶର ବିକାଶରେ ସହଭାଗୀ ହୁଅନ୍ତୁ

ଖୋର୍ଦ୍ଧା,୧୫।୮(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ପ୍ରଶାସନ ଆନୁକୂଲ୍ୟରେ ବିଜେବି ହାଇସ୍କୁଲ ପଡିଆଠାରେ ୭୭ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ପତାକା ଉତ୍ତୋଳନ ସହ ସମ୍ମିଳିତ ପରେଡରେ ଅଭିଭାଦନ ଗ୍ରହଣ କରିଥିଲେ। ପାଇକ ବିଦ୍ରୋହ ପାଇଁ ଖୋର୍ଦ୍ଧା ମାଟି ସ୍ମରଣୀୟ ହୋଇ ରହିବ। ଦେଶ ମାତୃକାର ସେବାରେ ବଳିଦାନ ଦେଇଥିବା ମହାନ ସହୀଦ, ମହାପୁରୁଷ ଙ୍କ ପାଇଁ ଗର୍ବ କରିବାକୁ ଜିଲ୍ଲାପାଳ କହିଥିଲେ। ଦେଶର ସାମଗ୍ରିକ ବିକାଶରେ ସହଭାଗୀ ହେବାକୁ ଆହ୍ବାନ ଦେଇଥିଲେ।
ଆଇଟିବିପି ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୪୨ଟି ବାହିନୀ ଯୋଗଦେଇଥିଲେ। ଜିଲା ସଂସ୍କୃତି ବିଭାଗ ପକ୍ଷରୁ ୫ଟି ପ୍ରଜ୍ଞାନ ମେଢ ସାମିଲ ହୋଇଥିଲା। ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରୀଛାତ୍ର ଦେଶଭକ୍ତି ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଅବସରରେ ସ୍ବାଧିନତା ସଂଗ୍ରାମୀଙ୍କ ପରିବାର, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା। କୃତୀ ପ୍ରତିଯୋଗୀଙ୍କୁ ଜିଲାପାଳ ପୁରସ୍କୃତ କରିଥିଲେ। ଶ୍ରେଷ୍ଠ ପରେଡ ଏବଂ ଶୃଙ୍ଖଳିତ ଟିମ, ସାସ୍କୃତିକ ଦଳକୁ ପୁରସ୍କୃତ କରାଯାଇଥିଲା।
ବିଧାୟକ ଯୋତିରିନ୍ଦ୍ରନାଥ ମିତ୍ର, ଏସପି ସିଦ୍ଧାର୍ଥ କଟାରିଆ, ଡିଏଫଓ ପୂଣ୍ଣିମା ପାଣ୍ଡିଆନ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ବେଉରା, ସିଡିଏମଓ ଆର୍ତ୍ତବନ୍ଧୁ ନାୟକ, ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ, ଅତିରିକ୍ତ ଏସପି ଏସ ଏନ ମୁର୍ମୁ, ଡିଏସପି ଏସ କେ ପଣ୍ଡା, ଡିଇଓ ବିଶ୍ବନାଥ ତରାଇ ଙ୍କ ସମେତ
ସେବା ନିବୃତ କର୍ମଚାରୀ, ଜିଲା ସ୍ତରୀୟ ପ୍ରଶାସନିକ ଅଧିକାରୀ, ବୁଦ୍ଧିଜିବୀ, ଶିକ୍ଷାବିତ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୋର୍ତିମୟୀ ଆଚାର୍ଯ୍ୟ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ଶିକ୍ଷକମାନେ ସହଯୋଗ କରିଥିଲେ।

Share