ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲାସ୍ତରୀୟ ବୈଠକ

ଛତ୍ରପୁର,୨୬।୯(ଦିଲ୍ଲୀପ ସାମଲ) ଗଞ୍ଜାମ ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷରେ ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ ଜିଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ବର୍ତ୍ତମାନ ସୁଦ୍ଧା ଜିଲାରେ ୩୦୬୩ଟି ପୋଲିଙ୍ଗ ଷ୍ଟେସନ କରାଯାଇଛି l ପୂର୍ବରୁ ଜିଲାରେ ୧୨ଟି ନୂଆ ପୋଲିଙ୍ଗ ଷ୍ଟେସନ କରାଯିବା ପାଇଁ ପ୍ରସ୍ତାବ ଆସିଥିବା ବେଳେ ଏବେ ହିଞ୍ଜିଳିକାଟୁ ଓ ଦିଗପହଣ୍ଡିରେ ଆଉ ଦୁଇଟି ପୋଲିଙ୍ଗ ଷ୍ଟେସନ କରାଯିବା ନିମନ୍ତେ ପ୍ରସ୍ତାବ ଆସିଛି l ମୋଟ ୧୪ଟି ନୂଆ ପ୍ରସ୍ତାବିତ ପୋଲିଙ୍ଗ ଷ୍ଟେସନକୁ ନିର୍ବାଚନ କମିଶନରଙ୍କ ପାଖକୁ ପଠାଯାଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି l