ଗୋଲାମୁଣ୍ଡାରେ ଜିଲା ସ୍ତରୀୟ ଜାତୀୟ ପ୍ରେସ ଦିବସ: ବିକାଶ ପାଇଁ ଖବରଦାତାଙ୍କ ସହଯୋଗ ଆବଶ୍ୟକ

ଗୋଲାମୁଣ୍ଡା,୧୬।୧୧(ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡାସ୍ଥିତ କଲ୍ୟାଣମଣ୍ଡପ ଠାରେ ଶନିବାର ଜିଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲା ସାମ୍ବାଦିକ ୟୁନିୟନ (ଓୟୁଜେ)ପକ୍ଷରୁ ଏହାକୁ ଆୟୋଜନ କରାଯାଇଥିଲା। ଜିଲା ସଭାପତି କମ୍ବୁପାଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ,
ମୁଖ୍ୟ ଅତିଥି ଭାବେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ,ସୱତନ୍ତ୍ର ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ପଟ୍ଟଯୋଶୀ,ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ,ଧର୍ମଗଡ଼ ଉପଜିଲାପାଳ ଧୀମାନ ଚକମା,ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ,ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ,ଜିଲା କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଜାଲ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇଙ୍ଗିତ ପଣ୍ଡା,ବରିଷ୍ଠ ଖବରଦାତା ସୱାଧୀନ ପାତ୍ର ପ୍ରମୁଖ ଯୋଗଦେଇଥିଲେ। ଜିଲାର ବିକାଶ ପାଇଁ ଖବରଦାତା ମାନଙ୍କ ସହଯୋଗ ଓ ଖବର ପରିବେଷଣ ଆବଶ୍ୟକ ଉପରେ ଜିଲାପାଳ କହିଥିଲେ।ସେହିପରି ସାମ୍ବାଦିକ ସୁରକ୍ଷା ଆଇନ,ପେନସନ ୍ୟସ୍ଥା ଆଦି ଉପରେ ସରକାରଙ୍କ ଉପରେ ଦାବି କରାଯାଇଥିଲା। ମଞ୍ଚକୁ ବରିଷ୍ଠ ଖବରଦାତା ଅଂଶୁମାନ ପାତ୍ର ପରିଚାଳନା କରିଥିବାବେଳେ ଜିଲା ସାଧାରଣ ସମ୍ପାଦକ ସନ୍ତୋଷ ସିଂଦେଓ ବାର୍ଷିକ ବିବରଣୀ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ମାତ୍ର ୨୦ ମିଟର ପରେ ଘରେ ପହଞ୍ଚିଥାନ୍ତେ ହୋମଗାର୍ଡ, ବାଇକ୍‌ ଧକ୍କାରେ ଚାଲିଗଲା ଜୀବନ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ କାର୍ଯ୍ୟରତ ହୋମଗାର୍ଡଙ୍କ ରାସ୍ତା ଦୁର୍ଘଟଣାରେ ଜୀବନ ଯାଇଛି। ସେହେଲେ ଉକ୍ତ ଥାନା କିରିକୁଟି ପଞ୍ଚାୟତ ମୁଣ୍ଡନାଜୁ ଗ୍ରାମର ପୀତବାସ...

ହାବିଲଦାର, କନଷ୍ଟେବଲ୍‌ଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କଟକ,୧୭ା୧୨(କାର୍ତ୍ତିକ ସାହୁ):ଓଡ଼ିଶା ପୋଲିସ ହାବିଲଦାର, କନଷ୍ଟେବଲ୍‌ ଓ ସିପାହୀ ସଂଘର ୪୫ତମ ବାର୍ଷିକ ଉତ୍ସବ କଟକ ଓଏସ୍‌ଏପି ଷଷ୍ଠ ବାଟାଲିୟନ ପରିସରରେ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ପାରଦ ୧ ଡିଗ୍ରୀକୁ ଖସିଲା

ବାରିପଦା,୧୭ା୧୨ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଉତ୍ତର-ପଶ୍ଚିମା ପବନ ପ୍ରବାହିତ ହେବାରୁ ଭୀଷଣ ଥଣ୍ଡା ଅନୁଭୂତ ହେଉଛି। ଶୀତର ଲହର ବୃଦ୍ଧି ପାଉଥିବାରୁ ହାଡ଼ଭଙ୍ଗା...

ଶୀତରେ ଥରୁଛି ଓଡ଼ିଶା: ଆଜିଠୁ ୪ଦିନ ହାଲୁକା ବର୍ଷା

ଭୁବନେଶ୍ୱର,୧୭ା୧୨: ରାଜ୍ୟରେ ହାଡ଼ଭଙ୍ଗା ଶୀତର ଲହରି ସାଙ୍ଗକୁ ଘନ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳୁଛି। ସୋମବାର ସର୍ବାଧିକ ତାପମାତ୍ରା ନୂଆପଡ଼ା ଓ ପାରଳାଖେମୁଣ୍ଡିରେ ୩୦ ଡିଗ୍ରୀ...

ନୂଆଗାଁ ବିଜୁ ଯୁବ ଭବନକୁ ନେଇ ବିବାଦ

ନୂଆଗାଁ,୧୭।୧୨(ଧନେଶ୍ୱର ସାହୁ):ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସଦର ମହକୁମାଠାରେ ନିର୍ମାଣ ହୋଇଥିବା ବିଜୁ ଯୁବ ଭବନକୁ ନେଇ ବିଜେଡି ଓ ଭାଜପା ମଧ୍ୟରେ ବିବାଦ ଲାଗି...

ଜିନ୍ନତ ପରେ ଶିମିଳିପାଳ ଛାଡ଼ିଲା ଯମୁନା

ବାରିପଦା,୧୭ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘର ଜେନେଟିକ୍‌ ଡାଇଭର୍ସିଟି (ବଂଶାନୁକ୍ରମିକ ବିବିଧତା) ପରିବର୍ତ୍ତନ କରିବା ନେଇ ଆରମ୍ଭ ହୋଇଥିବା ମିଶନ...

ବଡଦିନ ଶାନ୍ତିଶୃଙ୍ଖଳାରେ ପାଳନ ପାଇଁ: ପ୍ରଶାସନ ତତ୍ପର 

ଦାରିଙ୍ଗବାଡି,୧୬।୧୨ (ଅରୁଣ ସାହୁ): ଆଉ କିଛିଦିନ ପରେ ବଡଦିନ ଆସୁଛି। ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ପାଇଁ ଦାରିଙ୍ଗବାଡି ଏବେଠାରୁ ଚଳଚଞ୍ଚଳ ହୋଇଉଠିଲାଣି। ଖ୍ରୀଷ୍ଟଧର୍ମାଲମ୍ବୀମାନେ ଏହି ପର୍ବ...

ବାଇକ୍‌ ଧକ୍କାରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଜୁନାଗଡ଼/କୋକସରା,୧୬ା୧୨ (ସୁନୀଲ କୁମାର ସିଂହ/ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ପଖନାଗୁଡା ଛକ ନିକଟରେ ସୋମବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri